ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗି ଦେଲେ ସେକ୍ସି ଅଭିନେତ୍ରୀ ଉର୍ଫି ଜାବେଦ! ଖାଇଲେ 'ଶାଦି କା ଲଡୁ'

Urfi Javed Wedding: ସେକ୍ସି ଅଭିନେତ୍ରୀ ଉର୍ଫି ଜାବେଦ ଏଥର କୌଣସି ଡ୍ରେସ୍ କିମ୍ବା ବୟାନ ପାଇଁ ଚର୍ଚ୍ଚାରେ ନାହାଁନ୍ତି। ଏଥର ସେ ବିବାହକୁ ନେଇ ଚର୍ଚ୍ଚାରେ। କାରଣ ଏହି ବୋଲ୍ଡ ଟିଭି ଅଭିନେତ୍ରୀ 'ଶାଦି କା ଲଡୁ' ଖାଇଛନ୍ତି ଓ ଏହାର ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗି ଦେଲେ ସେକ୍ସି ଅଭିନେତ୍ରୀ ଉର୍ଫି ଜାବେଦ!

ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗି ଦେଲେ ସେକ୍ସି ଅଭିନେତ୍ରୀ ଉର୍ଫି ଜାବେଦ!

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Urfi Javed Wedding: ଟିଭି ଇଣ୍ଡଷ୍ଟ୍ରିର ସବୁଠାରୁ ସେକ୍ସି ଓ ବିନ୍ଦାସ ଅଭିନେତ୍ରୀମାନଙ୍କ ମଧ୍ୟରୁ ଉର୍ଫି ଜାବେଦ ଅନ୍ୟତମ। ଉର୍ଫି ତାଙ୍କ ସୋସିଆଲ ମିଡ଼ିଆରେ ବେଶ୍ ଆକ୍ଟିଭ ରୁହନ୍ତି। ସେ ପ୍ରାୟତଃ ବୋଲ୍ଡ ଡ୍ରେସରେ ନଜର ଆସନ୍ତି। ହେଲେ ଏଥର କିଛି ଭିନ୍ନ କାରଣକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି।

ଉର୍ଫିର ପ୍ରତ୍ୟେକ ଭିଡିଓ ଓ ପୋଷ୍ଟ ଏପରି ଯେ ଫ୍ୟାନ୍ସ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଓ ଏହି ପୋଷ୍ଟଗୁଡିକ ମଧ୍ୟ ଅଧିକ ଭାଇରାଲ୍ ହୁଏ। ବର୍ତ୍ତମାନ ଲାଗୁଛି ଯେ ଏହି ସେକ୍ସି ଅଭିନେତ୍ରୀ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ପ୍ରସ୍ତୁତ ଅଛନ୍ତି, କାରଣ ସେ ବିବାହ ଲଡୁ ଖାଇଛନ୍ତି। ଆସନ୍ତୁ ଜାଣିବା ଏହାର ଅର୍ଥ କ’ଣ...

ଉର୍ଫି 'ଶାଦି କା ଲଡୁ' ଖାଇଲେ

ଉର୍ଫି ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ପ୍ରଥମେ ଉର୍ଫି ବ୍ରା ଓ ପାଇଜାମାରେ ବସି ତାଙ୍କ ଫୋନରେ କିଛି କରୁଛନ୍ତି। ଏହାପରେ ହଠାତ୍ ତାଙ୍କ ଘରର ଘଣ୍ଟି ବାଜୁଛି, ଯାହା ପରେ କେହି ଜଣେ 'ଶାଦି କା ଲଡୁ' ବକ୍ସ ତାଙ୍କୁ ଦେଇ ଚାଲିଗଲେ। ଏହା ପରେ ଉର୍ଫି ଏହି ବକ୍ସରୁ ଲଡୁ ବାହାର କରି ଖାଇଲେ।








View this post on Instagram






A post shared by Uorfi (@urf7i)






ଉର୍ଫି ପ୍ରଶଂସକଙ୍କ ହୃଦୟ ଭାଙ୍ଗିଛନ୍ତି କି?

ଭାଇରାଲ ହେଉଥିବା ଭିଡିଓରେ ଉର୍ଫି ଲଡୁ ଖାଇ କହୁଛନ୍ତି, ‘‘ଯିଏ ଶାଦି କା ଲଡୁ ଖାଏ ସେ ପଶ୍ଚତାଏ, ଯିଏ ନଖାଏ ସେ ବି ପଶ୍ଚତାଏ।’’ ହୁଏତଃ ଏହି ଭିଡିଓ ଦେଖି ଫ୍ୟାନ୍ସ ଭାବୁଥିବେ ଯେ ଉର୍ଫି ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ହେଲେ ଆମେ ଆପଣଙ୍କୁ ଜଣାଇ ଦେବୁ ଯେ ସେ ବିବାହ କରିବାକୁ ଯାଉନାହାଁନ୍ତି ବରଂ ସେ ବରୁଣ ଧୱନ, କିୟାରା ଆଡଭାନୀ, ଅନିଲ କପୁର ଓ ନୀତୁ କପୁରଙ୍କ ଆଗାମୀ ଫିଲ୍ମ ‘ଜୁଗ ଜୁଗ ଜିଓ’ର ପ୍ରମୋସନ କରୁଛନ୍ତି। ଏହା ତାଙ୍କ ପ୍ରମୋସନାଲ ଭିଡିଓ। ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି।
Published by:Lipina Das
First published: