News 18 Odia Digital
ଭୁବନେଶ୍ୱର; ଧୁମଧଡ଼ାକ ମ୍ୟୁଜିକ୍ ଭିଡିଓରେ ଅଭିନୟ କରି ଦର୍ଶକଙ୍କ ମନ ଜିତିବା ପରେ ଅଭିନେତା ତଥା ନିର୍ଦ୍ଦେଶକ ଲୁବୁନ-ଟୁବୁନ ଏବେ ରୂପେଲି ପରଦାରେ ରାଜ୍ କରିବାକୁ ପ୍ରସ୍ତୁତ ହୋଇଗଲେଣି । ଆସନ୍ତା ଜୁଲାଇ ୧୭ ତାରିଖରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି ନୂଆ ଓଡ଼ିଆ ସିନେମା 'କହିବିନି ତତେ ଆଇ ଲଭ୍ ୟୁ '

ଅଡ଼ିଓ ରିଲିଜ ସମୟରେ ଉପସ୍ଥିତ କଳାକାର
ଏକ ସୁନ୍ଦର ପ୍ରେମ କାହାଣୀକୁ ନେଇ ଆସୁଛନ୍ତି ଲୁବୁନ୍-ଟୁବୁନ୍ । ଯାହା ଦର୍ଶକଙ୍କୁ ବେସ୍ ଭଲ ଲାଗିବ ବୋଲି ଦୁଇ ଭାଈ ଆଶା ରଖିଛନ୍ତି । ନିକଟରେ ହୋଟେଲ୍ ଆର୍ଯ୍ୟ ପ୍ୟାଲେସରେ ସିନେମାର କଳାକାରଙ୍କ ଉପସ୍ଥିତିରେ ଏହାର ଅଡିଓ ରିଲିଜ୍ ହୋଇଯାଇଛି । ଡ଼କ୍ଟର ନିର୍ମଳ ନାୟକ ଓ ବାପୁ ଗୋସ୍ୱାମୀ 'କହିବିନି ତତେ ଆଇ ଲଭ୍ ୟୁ 'ର ଗୀତ ଗୁଡ଼ିକୁ ଲେଖିଛନ୍ତି । କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅର୍ପିତା ଚୌଧୁରୀ, ଓ ଦିପ୍ତୀରେଖା ପାଢୀ । ଲୁବୁନ୍ ଓ ସୋନା ଚଳଚ୍ଚିତ୍ରରେ ନାୟକ ନାୟିକା ଭୂମିକାରେ ଅଭିନୟ କରିଛନ୍ତି । ଅନ୍ୟ କଳାକାରଙ୍କ ମଧ୍ୟରେ ମନସ୍ୱିନୀ, ଅର୍ପିତା କର, ରିସନା, ସରୋଜ ଦାସ, ପ୍ରଭାତୀ ସାହୁ, ଅଶୋକ ଦାସ, ପୁଷ୍ପା ପଣ୍ଡା, ଟନିଆ, ମିଲି ମହାନ୍ତି, ଡିସ୍କୋ ରେଡି, ସନ୍ଦୀପ, ଚିକୁ, କାଳିଆ, ନନସେନ୍ସ ମଣି, ରବି, ଅମର, ଗୁଡୁ, ଅଜୟ ଓ ବିଜୟ ପ୍ରମୁଖ ଅଭିନୟ କରିଛନ୍ତି । ଜବରଦସ୍ତ କାହାଣୀ ସାଙ୍ଗକୁ ଲୁବୁନ ଓ ସୋନାଙ୍କ ଯୋଡି ଓଲିଉଡରେ ଧମାଲ କରିବ ବୋଲି କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ କହିଛନ୍ତି । ତିତିଲୀ ପ୍ରଡକ୍ସନ ଓ ଏଲ-ଟି ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ସିନେମାଟିର ସଫଳତାକୁ ନେଇ ପୁରା ଟିମ୍ ବେସ୍ ଆଶା ରଖିଥିବା ଜଣାପଡ଼ିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।