ଜୁଲାଇ ୨୨ ରେ ରିଲିଜ୍ ହେବ ରଣବୀରଙ୍କ 'ଶମଶେରା'; ସାମ୍ନାକୁ ଆସିଲା ଟ୍ରେଲର

ଆସିଲା 'ଶମଶେରା'ର ଟ୍ରେଲର । ରଣବୀର କପୁର, ସଞ୍ଜୟ ଦତ୍ତ ଏବଂ ବାଣୀ କପୁରଙ୍କ ଅଭିନୀତ କରଣ ମଲହୋତ୍ରାଙ୍କ ଫିଲ୍ମ 'ଶମଶେରା' ଆସନ୍ତା ଜୁଲାଇ ୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ଶମସେରା ଟ୍ରେଲର ରିଲିଜ

ଶମସେରା ଟ୍ରେଲର ରିଲିଜ

  • Share this:
NEWS 18 ODIA DIGITAL

ନୂଆଦିଲ୍ଲୀ : ଆସିଲା 'ଶମଶେରା'ର ଟ୍ରେଲର । ରଣବୀର କପୁର, ସଞ୍ଜୟ ଦତ୍ତ ଏବଂ ବାନି କପୁରଙ୍କ ଅଭିନୀତ କରଣ ମଲହୋତ୍ରାଙ୍କ ଫିଲ୍ମ 'ଶମଶେରା' ଆସନ୍ତା ଜୁଲାଇ ୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ଏସ୍ ଏସ୍ ରାଜାମୌଲିଙ୍କ ଏହି ମୁଭି ନୂଆ ପୀଢିର ନିର୍ମାତାଙ୍କ ଉପରେ ବେଶ୍ ପ୍ରଭାବ ପକାଇବ । ରଣବୀର କପୁରଙ୍କ ଅଭିନୀତ 'ଶମଶେରା'ର ଟ୍ରେଲରରୁ ହିଁ ଏହା ସ୍ପଷ୍ଟ ବାରି ହେଉଛି । ଏହି ଟ୍ରେଲର ଦର୍ଶକଙ୍କୁ ଏକ 'ଲୁଟେରା' ସହିତ ପରିଚିତ କରାଉଛି । ଯିଏ ନିଜ ପିତାଙ୍କ ମିଶନ୍ ପୂରଣ କରୁଛି ।

ରଣବୀର ଏହି ଫିଲ୍ମରେ ଉଭୟ ପିତା ଏବଂ ପୁଅ ଭୂମିକାରେ ଅଭିନୟ କରିଛନ୍ତି । ସଞ୍ଜୟ ଦତ୍ତ ପ୍ରତିପକ୍ଷ ଶୁଦ୍ଧ ସିଂଙ୍କ ଭୂମିକାରେ ଅଭିନୟ କରିଛନ୍ତି, ଯାହା ସ୍ଥାନୀୟ ଗ୍ରାମବାସୀଙ୍କୁ ଆତଙ୍କିତ କରିବା ପାଇଁ ବ୍ରିଟିଶ ମାନଙ୍କ ଦ୍ୱାରା ନିୟୋଜିତ ହୋଇଥିବା ଅପରାଧୀଙ୍କୁ ଖୋଜିବା ପାଇଁ ନିଯୁକ୍ତ କରାଯାଇଛି । ବାନୀ କପୁର ଏଠାରେ ରଣବୀରଙ୍କ ପାର୍ଟନର ଭାବରେ ଅଭିନୟ କରୁଥିବା ମନେ ହେଉଛି । ସଂଜୟ ଦତ୍ତଙ୍କୁ ଏହା ପୂର୍ବରୁ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ସମ୍ରାଟ ପ୍ରୀତିରାଜରେ ଦେଖିବାକୁ ମିଳିଥିଲା । ଏଥିସହ ସେ ୟଶଙ୍କ 'କେଜିଏଫ୍ ପାର୍ଟ ୨' ରେ ଭିଲିଆନ ଭୂମିକାରେ ନଜର ଆସିଥିଲେ । ବାନୀଙ୍କୁ ଚଣ୍ଡିଗଡ଼ କରେ ଆଶିକୀରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ।

୨୦୧୮ରେ ସଞ୍ଜୁ ପରେ ଫିଲ୍ମ 'ଶମଶେରା'ରେ ବଡପରଦାରେ ନଜର ଆସିବେ ରଣବୀର । ରାଜକୁମାର ହୀରାନିଙ୍କ ଏହି ଫିଲ୍ମ ପରେ ରଣବୀର କୌଣସି ଫିଲ୍ମ କରିନାହାନ୍ତି । ଏବେ କିନ୍ତୁ ରଣବୀରଙ୍କ ହାତରେ ଅନେକ ଫିଲ୍ମ ଅଛି । ସେ ସେପ୍ଟେମ୍ବରରେ ଆୟାନ୍ ମୁଖାର୍ଜୀଙ୍କ 'ବ୍ରହ୍ମାସ୍ତ୍ର'ରେ ମଧ୍ୟ ନଜର ଆସିବେ । 'ଶମଶେରା' ଏବଂ 'ବ୍ରହ୍ମାସ୍ତ୍ର' ବ୍ୟତୀତ ତାଙ୍କ ନିକଟରେ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଚଳଚ୍ଚିତ୍ର 'ଇନ ହିଜ କିଟ୍ଟି' ବି ଅଛି।
'ଶମଶେରା'କୁ କରଣ ମଲହୋତ୍ରା ନିର୍ଦ୍ଦେଶନା ଦେଇଛନ୍ତି, ଯିଏ ପୂର୍ବରୁ 'ବ୍ରଦର୍ସ' ଏବଂ 'ଅଗ୍ନିପଥ' ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଜୁଲାଇ ୨୨ ରେ ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଥିଲା । ଏହା ଡିସେମ୍ବର ୨୦୧୯ ରେ ରିଲିଜ୍ ହେବାର ଥିଲା, କିନ୍ତୁ କରୋନା ଯୋଗୁଁ ମାର୍ଚ୍ଚ ୨୦୨୨ କୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ଦିର୍ଘ ସମୟ ପରେ ଏବେ ରଣବୀର ବଡପରଦାରେ ନଜର ଆସୁଥିବାରୁ ଏବେ ତାଙ୍କ ପ୍ରଶଂସକ ମାନେ ଉତ୍ସାହର ସହ ରିଲିଜ ତାରିକକୁ ଅପେକ୍ଷା କରିଛନ୍ତି ।
Published by:Soubhagya Mishra
First published: