ଦୁବାଇ ପୋଲିସ ହେପାଜତ ଘଟଣାରେ ମୁଁହ ଖୋଲିଲେ ଉର୍ଫି ଜାଭେଦ
- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ବାଇ: ଉର୍ଫି ଜାଭେଦ ସବୁବେଳେ ତାଙ୍କ ପୋଷାକ ପିନ୍ଧିବା ଢଙ୍ଗକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏଥିପାଇଁ ଉର୍ଫି ମଧ୍ୟ ଅନେକ ଥର ଟ୍ରୋଲ ହୋଇଛନ୍ତି। ତଥାପି, ଉର୍ଫି ଏହାକୁ ଖାତିର କରନ୍ତି ନାହିଁ। ନିକଟରେ ଉର୍ଫି ଦୁବାଇରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସୂଚନା ଅନୁଯାୟୀ ଦୁବାଇରେ ଥିବା ସମୟରେ ତାଙ୍କ ପୋଷାକ କାରଣରୁ ସେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବୋଲି କହିଥିଲେ। ଭିଡିଓ ସୁଟିଂ ବେଳେ ତାଙ୍କୁ ପୋଲିସ ପଚରାଉଚରା କରିଥିଲା।
ଉର୍ଫି ନିକଟରେ ତାଙ୍କର ଆଗାମୀ ପ୍ରୋଜେକ୍ଟର ସୁଟିଂ ପାଇଁ ଦୁବାଇ ଯାଇଥିଲେ ଏବଂ ସେ ସେଠାରେ ଏକ ସପ୍ତାହରୁ ଅଧିକ ସମୟ ରହିଛନ୍ତି । ଉର୍ଫି ପ୍ରଶଂସକମାନଙ୍କ ପାଇଁ ନିଜର ଦୁବାଇ ଯାତ୍ରା ଆରମ୍ଭ କରିବାର ସମୟର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଉର୍ଫି ଏକ ଅଶ୍ଲିଳ ପୋଷାକ ପିନ୍ଧି ଦୁବାଇର ଏକ ଖୋଲା ସ୍ଥାନରେ ଭିଡିଓ ସୁଟ୍ କରୁଥିଲେ। ଦୁବାଇର ଖୋଲା ଅଞ୍ଚଳରେ ଏଭଳି ଛୋଟ ପୋଷାକ ପିନ୍ଧି ସୁଟ୍ କରିବାର କୌଣସି ନିୟମ ନାହିଁ। ଯାହାକୁ ଉର୍ଫି ଉଲଘଂନ କରିଛନ୍ତି । ଦୁବାଇରେ ଉର୍ଫି ଏଭଳି ହରକତ କରିଥିବାରୁ ପୋଲିସ ତାଙ୍କୁ ହେପାଜତକୁ ନେବା ସହ ଅଟକ ରଖି ପଚରା ଉଚରା କରୁଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ୟୁଏଇର ସ୍ଥାନୀୟ ଅଧିକାରୀ ମଧ୍ୟ ଉର୍ଫିଙ୍କ ଭାରତକୁ ଫେରିବା ଟିକେଟକୁ ସ୍ଥଗିତ ରଖିପାରିବେ ବୋଲି ଚର୍ଚ୍ଚ ହେଉଛି ।
ଏହି ଘଟଣାକୁ ନେଇ ଅଭିନେତ୍ରୀ ତାଙ୍କ ମୁଁହ ଖୋଲିଛନ୍ତି। ସେ କହିଛନ୍ତି ଯେ ଉକ୍ତ ସ୍ଥାନରେ କିଛି ସମସ୍ୟା ଥିବାରୁ ସୁଟିଂ ବନ୍ଦ କରିବାକୁ ପୋଲିସ ପହଞ୍ଚିଥିଲା। ଏକ ସମୟ ଥିଲା ଯେତେବେଳେ ଆମକୁ ସୁଟିଂ କରିବାକୁ ଅନୁମତି ଦିଆଗଲା। ମୋର ପୋଷାକ ସହିତ ଏହାର କୌଣସି ସମ୍ପର୍କ ନଥିଲା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।