ନିଜ ହାର୍ଟ ଆଟାକ୍‌ର ଫେକ୍‌ ଖବର ଶୁଣିବା ପରେ ମୁଁହ ଖୋଲିଲେ ଗାୟକ ଉଦିତ ନାରାୟଣ

ନିକଟରେ ଉଦିତ ନାରାୟଣଙ୍କ ବିଷୟରେ ଫେକ୍ ଖବର ସାମ୍ନାକୁ ଆସିଥିଲା ଯେ ସେ ହୃଦଘାତରେ ପୀଡିତ ଓ ତାଙ୍କ ଅବସ୍ଥା ଗୁରୁତର ରହିଛି।

ଗାୟକ ଉଦିତ ନାରାୟଣ

ଗାୟକ ଉଦିତ ନାରାୟଣ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ମୁମ୍ବାଇ: ନିକଟରେ ଉଦିତ ନାରାୟଣଙ୍କ ବିଷୟରେ ଫେକ୍ ଖବର ସାମ୍ନାକୁ ଆସିଥିଲା ଯେ ସେ ହୃଦଘାତରେ ପୀଡିତ ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ମ୍ୟାନେଜର କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସୋସିଆଲ ମିଡିଆରେ ଏହି ଖବର କାହିଁକି ଭାଇରାଲ ହେଉଛି ତାହା ସେମାନେ ଜାଣିନାହାନ୍ତି। ଏହି ଘଟଣା ପରେ ସେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଯିଏ ସର୍ବଦା ହସୁଥାଏ ତାର କିପରି ହୃଦଘାତ ହେବ?

ଉଦିତ ନାରାୟଣ ଆହୁରି କହିଛନ୍ତି ଯେ ଅନେକ ଥର ଏପରି ଗୁଜବ ଲୋକମାନଙ୍କ ବିଷୟରେ ଆସୁଛି, ଯାହା ଶୁଣିବା ଅତ୍ୟନ୍ତ ଦୁଃଖଦାୟକ। ସେ କହିଥିଲେ ଯେ ତାଙ୍କୁ ଫ୍ୟାମିଲ ଗ୍ରୁପ୍‌ରେ ନିଜର ଭିଡ଼ିଓ ପୋଷ୍ଟ କରିବାକୁ ପଡ଼ିଲା ଏବଂ କହିବାକୁ ପଡ଼ିଲା ଯେ ମୁଁ ଠିକ୍‌ ଅଛି। ଉଦିତ ନାରାୟଣଙ୍କ ମ୍ୟାନେଜର କହିଛନ୍ତି ଯେ ସେ ସନ୍ଦେହ କରୁଛନ୍ତି ଯେ ନେପାଳରୁ ତାଙ୍କର ଏହି ଫେକ୍ ଖବର ପ୍ରଚାର କରିଛି କାରଣ ଯେଉଁ ନମ୍ବରରୁ ଭାଇରାଲ ହୋଇଛି ତାହା ହେଉଛି ନେପାଳର କୋଡ ନମ୍ବର।
Published by:Soumyashree Mishra
First published: