ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ବିଜ୍ଞାପନରେ ଭୁଲ୍ ବାହାର କଲେ ସୋସିଆଲ ମିଡ଼ିଆ ୟୁଜର୍ସ; ଟ୍ରୋଲ ହେଲେ ଅମିତାଭ ବଚ୍ଚନ

ବିଜ୍ଞାପନରେ ଭୁଲ୍ ବାହାର କଲେ ସୋସିଆଲ ମିଡ଼ିଆ ୟୁଜର୍ସ; ଟ୍ରୋଲ ହେଲେ ଅମିତାଭ ବଚ୍ଚନ

ନିକଟରେ କରିଥିବା ଏକ ବିଜ୍ଞାପନକୁ ନେଇ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଟ୍ରୋଲ ହେଉଛନ୍ତି ସୁପରଷ୍ଟାର ଅମିତାଭ ବଚ୍ଚନ । ଟ୍ବିଟରରେ ଘୁରି ବୁଲୁଛି ତାଙ୍କ ବିଜ୍ଞାପନ ଫଟୋ ।

ବିଜ୍ଞାପନରେ ଭୁଲ୍ ବାହାର କଲେ ସୋସିଆଲ ମିଡ଼ିଆ ୟୁଜର୍ସ; ଟ୍ରୋଲ ହେଲେ ଅମିତାଭ ବଚ୍ଚନ
ବିଜ୍ଞାପନକୁ ନେଇ ଟ୍ରୋଲ ହେଲେ ଅମିତାଭ ବଚ୍ଚନ
  • News18 Odia
  • Last Updated: October 18, 2021, 11:58 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ସୋସିଆଲ ମିଡ଼ିଆ ଦୁନିଆରେ କିଛି ଲୋକଙ୍କ ଦୃଷ୍ଟି ଭିନ୍ନ ହୋଇଥାଏ । ସେମାନେ ଫଟୋରେ ସାପ, ବାଘ, ଓ ପକ୍ଷୀ ଖୋଜିବା ସହତ ଭୁଲକୁ ମଧ୍ୟ ଧରି ଦିଅନ୍ତି । ଯାହା ବିଷୟରେ ଅନ୍ୟ ଲୋକେ ଭାବି ମଧ୍ୟ ନଥିବେ । ଏମିତି ଏକ ଘଟଣା ଘଟିଛି ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ । ସୋସିଆଲ ମିଡ଼ିଆ ୟୁଜର୍ସ ଅମିତାଭଙ୍କ ଏକ ବିଜ୍ଞାପନରେ ଭୁଲ୍ ବାହାର କରି ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ୟୁଜର୍ସ ଜାଣିବାକୁ ପାଇଛନ୍ତି ଯେ ଏଙି ବିଜ୍ଞାପନରେ ଅମିତାଭଙ୍କ ହାତର ଫଟୋସପ୍ କରାଯାଇଛି ।

କଥାଟି ହେଲା ଯେ ଜଣେ ଟ୍ବିଟର ୟୁଜର @yadsul ଅମିତାଭଙ୍କ ଏହି ବିଜ୍ଞାପନର ଫଟୋ ପୋଷ୍ଟ କରିଛନ୍ତି । ସେ ଏହାର କ୍ୟାପସନରେ ଲେଖିଛନ୍ତି, ‘‘କେହି ନୋଟିସ୍ କଲେ କି ପିତାଜୀଙ୍କ ଲମ୍ବା ହାତ କେତେ ଦୂର ପର୍ଯ୍ୟନ୍ତ ଯାଉଛି । ଏହା ଏଥି ପାଇଁ ଯେ କାରଣ ମଡେଲ କୌଣସି ଫିଲ୍ମ ଷ୍ଟାର ନୁହେଁ । ଆଉ ବିଗ୍ ବି ତାଙ୍କ ସହ ପୋଜ୍ ଦେବାକୁ ଚାହୁଁ ନଥିଲେ । ଫଟୋସପ୍‌ରେ ୧୦ ନମ୍ବରରୁ ୧ ନମ୍ବର ମହିଳା ମଡେଲଙ୍କୁ ଦୃଢତାରେ ପୋଜ୍ ଦେବାକୁ ପାଇଁ ଦେବା ।’’



ଏହି ଭାଇରାଲ ଫଟୋରେ ଆପଣ ଦେଖିପାରିବେ ଯେ ଅମିତାଭ ଜଣେ ଝିଅଙ୍କ ସହ ଠିଆ ହୋଇଛନ୍ତି । ଏମିତି ଦେଖିବାକୁ ମିଳୁଛି ଯେ କନ୍ୟା ବେଶରେ ଠିଆ ହୋଇଥିବା ଝିଅର ପିତା ସାଜିଛନ୍ତି ସେ । ଅମିତାଭଙ୍କ ବାମ ହାତ ଝିଅର କାନ୍ଧ ପାଖରେ ଅଛି । ହେଲେ ସଠିକରେ ଦେଖିଲେ ଜଣା ପଡ଼ିବ ଯେ ଏହି ହାତ ଅମିତାଭଙ୍କର ନୁହେଁ । ସମସ୍ତେ କହୁଛନ୍ତି ଯେ ଫଟୋସପ୍ କରି ଏହି ହାତ ସେଠାରେ ଯୋଡ଼ା ଯାଇଛି ।
Published by: Lipina Das
First published: October 18, 2021, 11:58 AM IST