ହିନ୍ଦୀ ଧାରାବାହିକ ଅଭିନେତ୍ରୀଙ୍କ ଆତ୍ମହତ୍ୟା; କାରଣ ଖୋଜୁଛି ପୋଲିସ

ହିନ୍ଦୀ ଧାରାବାହିକ ଅଭିନେତ୍ରୀଙ୍କ ଆତ୍ମହତ୍ୟା । ଲୋକପ୍ରିୟ 'ସିରିଏଲ ୟେ ରିସ୍ତା କ୍ୟା କେହଲାତା ହେ'ରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ବୈଶାଳୀ ଇନ୍ଦୋରରେ ରହୁଥିବା ସମୟରେ ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ହିନ୍ଦୀ ଧାରାବାହିକ ଅଭିନେତ୍ରୀଙ୍କ ଆତ୍ମହତ୍ୟା; କାରଣ ଖୋଜୁଛି ପୋଲିସ

ହିନ୍ଦୀ ଧାରାବାହିକ ଅଭିନେତ୍ରୀଙ୍କ ଆତ୍ମହତ୍ୟା; କାରଣ ଖୋଜୁଛି ପୋଲିସ

  • News18 Odia
  • Last Updated :
  • Mumbai, India
  • Share this:
News 18 Odia Digital

ମୁମ୍ୱାଇ; ହିନ୍ଦୀ ଧାରାବାହିକ ଅଭିନେତ୍ରୀଙ୍କ ଆତ୍ମହତ୍ୟା । ଲୋକପ୍ରିୟ 'ସିରିଏଲ ୟେ ରିସ୍ତା କ୍ୟା କେହଲାତା ହେ'ରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ବୈଶାଳୀ ଇନ୍ଦୋରରେ ରହୁଥିବା ସମୟରେ ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଶବ ମିଳିଥିବା ସ୍ଥାନରୁ ସୁଇସାଇଡ୍ ନୋଟ ମଧ୍ୟ ଜବତ ହୋଇଛି ।

ଅଭିନେତ୍ରୀ ଜଣଙ୍କ ପ୍ରାୟ ବର୍ଷେ ହେବ ଇନ୍ଦୋର ସହରରେ ରହୁଥିଲେ । ତାଙ୍କ ଆତ୍ମହତ୍ୟା ଖବର ପ୍ରଚାରିତ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ।  ସୁଇସାଇଡ୍ ନୋଟରେ ଲେଖାଯାଇଥିବା କଥାକୁ କେନ୍ଦ୍ର କରି ପୋଲିସ ତଦନ୍ତ ଜାରି ରଖିଛି । କାହିଁକି ଏବଂ କେଉଁ କାରଣରୁ ଅଭିନେତ୍ରୀ  ଆତ୍ମହତ୍ୟା କଲେ ସେ ସମ୍ପର୍କିତ ତଥ୍ୟ ପୋଲିସ ଦେଇନଥିବାବେଳେ ଖୁବ ଶିଘ୍ର ଏ ସମ୍ପର୍କରେ ଜଣାପଡିବ ବୋଲି ପୋଲିସ କହିଛି ।

ଅଭିନେତ୍ରୀ ବୈଶାଳୀଙ୍କର ଫ୍ୟାନ ଫଲୋଅର ଖୁବ ଅଧିକ ରହିଥିଲା । ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ସ୍ଥାନ ବଜାୟ ରଖିପାରିଥିଲେ । ତାଙ୍କ ମୃତ୍ୟୁରେ ତାଙ୍କର ଫ୍ୟାନମାନଙ୍କ ମନକୁ ଦୁଃଖ ପହଞ୍ଚିଛି । ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ ବୈଶାଳୀ ସଞ୍ଜନା ଚରିତ୍ରରେ ଅଭିନୟ କରିଥିଲେ । ଆଉ ଏକ ଟେଲିଭିଜନ ସୋ ଆଶିକ୍ ରେ ମଧ୍ୟ ବୈଶାଳୀ କାମ କରିଥିଲେ । ଯାହା ତାଙ୍କ କ୍ୟାରିୟରରେ ଏକ ବଡ ସଫଳତା ଦେଇଥିଲା ।
Published by:Soubhagya Mishra
First published: