BB-15: ଆଜି ବିଗ ବସର ଗ୍ରାଣ୍ଡ ଫାଇନାଲ; କିଏ ହେବ ବିଗ ବସର ବିଜେତା

ବିଗ୍ ବସ୍ ୧୫ ବର୍ତ୍ତମାନ ଏହାର ଶେଷ ପର୍ଯ୍ୟାୟରେ ଅଛି। ଆଜି ଚାରି ପ୍ରତିଯୋଗୀଙ୍କ ମଧ୍ଯରୁ କିଏ ହେବ ବିଜେତା ସେନେଇ ଉଭୟ ପ୍ରତୀଯୋଗୀ ଓ ଦର୍ଶକଙ୍କ ମଧ୍ଯରେ ଉତ୍କଣ୍ଠା ବଢ଼ିଯାଇଛି ।

କିଏ ହେବ ବିଗ ଵସର ବିଜେତା (ପ୍ରତୀକାତ୍ମକ ଛବି)

କିଏ ହେବ ବିଗ ଵସର ବିଜେତା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ବିଗ୍ ବସ୍ ୧୫ ବର୍ତ୍ତମାନ ଏହାର ଶେଷ ପର୍ଯ୍ୟାୟରେ ଅଛି। ସୋ ଆଜି ଏହାର ବିଜେତା ପାଇବ। ଏଭଳି ପରିସ୍ଥିତିରେ ସମସ୍ତ ପ୍ରତିଯୋଗୀ ତଥା ଏହି ସିଜିନର ଫାଇନାଲିଷ୍ଟଙ୍କ ପରିବାର ଓ ବନ୍ଧୁମାନେ ଶୋ’ରେ ପହଞ୍ଚିଥିଲେ। ସୋ’ରୁ ରଶ୍ମୀ ଦେଶାଇଙ୍କୁ ବହିଷ୍କାର କରାଯାଇଛି ଓ ବର୍ତ୍ତମାନ କେବଳ ତେଜସ୍ୱୀ ପ୍ରକାଶ, ଶମିତା ଶେଟ୍ଟୀ, କରଣ କୁନ୍ଦ୍ରା, ପ୍ରତୀକ ସେହଜପାଲ ଓ ନିଶାନ୍ତ ଭଟ୍ଟ ଏହି ସୋ’ରେ ଅଛନ୍ତି। ଏହି ଶୋ’ରେ ପରିବାର ସଦସ୍ୟଙ୍କ ଆଗମନରେ ଘରେ ଅନେକ ମନୋରଞ୍ଜନ ଓ ନାଟକ ଦେଖିବାକୁ ମିଳିଥିଲା।








View this post on Instagram






A post shared by ColorsTV (@colorstv)






ସୋ’ର ଗତ କିଛି ଘଣ୍ଟା ପୂର୍ବରୁ ତେଜସ୍ୱୀ ଏବଂ ଶମିତା ପରସ୍ପର ସହିତ ଝଗଡ଼ା କରିଥିଲେ। ଏବେ ଏହି ସୋ ’ରବିବାର ଦିନ ଏହାର ବିଜେତା ପାଇବାକୁ ଯାଉଛି।  ଅର୍ଥାତ୍ ଆଜି ସୋ’ର ପ୍ରତିଯୋଗୀମାନଙ୍କ ଭାଗ୍ୟ ସ୍ଥିର ହେବାକୁ ଯାଉଛି। ଅନେକ ପୁରାତନ ବିଜେତା ମଧ୍ୟ ସୋ’ର ଫାଇନାଲ୍ ଏପିସୋଡରେ ସାମିଲ ହେବେ। ଏଥି ମଧ୍ୟରେ ଗୌହର ଖାନ, ଶ୍ୱେତା ତିୱାରୀ, ଉର୍ବଶୀ ଢୋଲକିଆ, ଗୌତମ ଗୁଲାଟି ଓ ରୁବିନା ଦିଲାଏକ ରହିଛନ୍ତି। ଏଥି ସହିତ ବିଗ୍ ବସ୍ ୧୩ର ଶାହନାଜ୍ ଗିଲ୍ ମଧ୍ୟ ଏହି ସୋ’ର ଏକ ଅଂଶ ହେବେ।

ଏହି ସମୟରେ ବିଗ୍ ବସ୍ ୧୩ ର ବିଜେତା ତଥା ସ୍ୱର୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହା ସହିତ ସୋ’ର ସମସ୍ତ ଫାଇନାଲିଷ୍ଟ ଶମିତା ଶେଟ୍ଟୀ, କରଣ କୁନ୍ଦ୍ରା, ତେଜସ୍ୱୀ ପ୍ରକାଶ, ପ୍ରତୀକ ସାହାଜପାଲ ଓ ନିଶାନ୍ତ ଭଟ୍ଟଙ୍କ  ପ୍ରଦର୍ଶନ ଦେଖିବାକୁ ମିଳିବ। ଶ୍ୱେତା ତିୱାରୀ, ଗୌତମ ଗୁଲାଟି, ରୁବିନା ଦିଲାଇକ୍ ମଧ୍ୟ ପରିବାର ସଦସ୍ୟଙ୍କୁ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳିବ। କିନ୍ତୁ, ସୋ’ର ଫାଇନାଲ୍ ପାଖେଇ ଆସୁଥିବାରୁ ପ୍ରତିଯୋଗୀଙ୍କ ପ୍ରଶଂସକମାନେ ମଧ୍ୟ ସେମାନଙ୍କୁ ଜିତିଇବାକୁ ଚେଷ୍ଟା କରିବା ଆରମ୍ଭ କରିଛନ୍ତି।








View this post on Instagram






A post shared by ColorsTV (@colorstv)






ତେବେ ବିଗ୍ ବସ୍ ୧୫ର ଟ୍ରଫି କିଏ ପାଇବ ଏବଂ ସିଜିନର ବିଜେତା କିଏ ହେବ, ତାହା ଆଜି ରାତିରେ ଜଣା ପଡିବ। ନିଶାନ୍ତ ଭଟ୍ଟ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଯିବା ପରେ, ଶମିତା ଶେଟ୍ଟୀ, ତେଜସ୍ୱୀ ପ୍ରକାଶ, କରଣ କୁନ୍ଦ୍ରା ଓ ପ୍ରତୀକ ସହାଜପାଲଙ୍କ ମଧ୍ୟରେ ପ୍ରତିଯୋଗିତା ହେବ।
Published by:Soumya Das
First published: