News18 Odia Digital
ମୁମ୍ବାଇ: ଟିଭିର ଲୋକପ୍ରିୟ ତଥା ସେକ୍କି ଅଭିନେତ୍ରୀ ନିଆ ଶର୍ମାଙ୍କ ଅନ୍ଦାଜ ଦେଖିବାକୁ ସବୁବେଳେ ଅନାଇ ବସି ଥାଆନ୍ତି ଫ୍ୟାନ୍ସ । ସେ ଯାହା ବି କରନ୍ତି ଫ୍ୟାନ୍ସଙ୍କୁ ସବୁ ପସନ୍ଦ ଆସେ । ଏଥର ମଧ୍ୟ ସମାନ କାମ କରି ଫ୍ୟାନ୍ସଙ୍କ ମନ କିଣିଛନ୍ତି ଅଭିନେତ୍ରୀ । ସେ ସୋସିଆଲ ମିଡ଼ିଆରେ ଏକ ଦମଦାର ଡ୍ୟାନ୍ସ ଭିଡିଓ ଶେୟାର କରିଛନ୍ତି, ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି ।
ନିଆ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯାହା ହେବ ଭାଇରାଲ ହେଉଛି । ଏହି ଭିଡିଓରେ ଅଭିନେତ୍ରୀ ନିଜର ଜଣେ ବନ୍ଧୁଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଡ୍ୟାନ୍ସ କରୁଥିବା ସମୟରେ ନିଆଙ୍କ ଅନ୍ଦାଜ୍ ଖୁବ୍ ହଟ୍ ଲାଗୁଛି ।
ସେ ବ୍ଲାକ୍ କଲରର ବ୍ୟାକଲେସ୍ ସର୍ଟ ଟପ ସହ ବ୍ଲାକ୍ କଲରର ଜିନ୍ସ ପିନ୍ଧିଥିବାର ନଜର ଆସୁଛନ୍ତି । ଏହି ଅନ୍ଦାଜରେ ତାଙ୍କ ଗ୍ଲାମରସ୍ ଲୁକ୍ ଦେଖିବାକୁ ମିଳୁଛି, ଯାହାକୁ ଦେଖି ଫ୍ୟାନ୍ସ ଦିୱାନା ହୋଇଯାଇଛନ୍ତି ।
ଏହା ପୂର୍ବରୁ ନିଆଙ୍କ ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ନିଆ ବର୍ଷାରେ ଭିଜୁଥିବାର ନଜର ଆସିଥିଲେ । ରେଡ୍ କ୍ରପ ଟି-ସର୍ଟରେ ଅଭିନେତ୍ରୀ ଖୁବ୍ ଆକର୍ଷଣୀୟ ଦେଖାଯାଉଥିଲେ ।
ଅଭିନୟ ସହିତ ଟିଭିର ହଟ ଓ ବୋଲ୍ଡ ଅଭିନେତ୍ରୀ ନିଆ ଶର୍ମା ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କର ବୋଲ୍ଡ ଫଟୋ ଓ ଭିଡିଓ ଯୋଗୁଁ ସେ ଇଣ୍ଟରନେଟରେ ବେଶ୍ ଚର୍ଚ୍ଚିତ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।