News18 Odia Digital
Nitesh Pandey Death News: ପପୁଲାର ଟିଭି ଶୋ (TV Show) 'ଅନୁପମା'ରେ ରୂପାଲି ଗାଙ୍ଗୁଲିଙ୍କ ବନ୍ଧୁ ଦେବିକାଙ୍କ ସ୍ୱାମୀ ଭୂମିକାରେ ଅଭିନୟ କରିଥିବା ନୀତେଶ ପାଣ୍ଡେଙ୍କର ଦେହାନ୍ତ (Nitesh Pandey Death) ହୋଇଛି।
ସେ ମଙ୍ଗଳବାର ରାତିରେ ହୃଦ୍ଘାତରେ ଆକ୍ରାନ୍ତ ହୋଇଥିଲେ। ମୃତ୍ୟୁ ସମୟରେ ଅଭିନେତାଙ୍କୁ ୫୧ ବର୍ଷ ହୋଇଥିଲା। ତାଙ୍କ ବିୟୋଗ ଯୋଗୁଁ ସମସ୍ତେ ଶୋକରେ ବୁଡି ରହିଛନ୍ତି। ଏହାପୂର୍ବରୁ 'ସାରାଭାଇ ଭର୍ସେସ୍ ସାରାଭାଇ' ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ମୃତ୍ୟୁ ଖବରକୁ ନେଇ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଥିଲା। ଆଉ ଏବେ ଅଭିନେତା ନୀତେଶଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି।
ଲେଖକ ସିଦ୍ଧାର୍ଥ ନାଗର ଏହି ଖବରକୁ ନିଶ୍ଚିତ କରିଛନ୍ତି। ସେ ପ୍ରଥମେ ଫେସବୁକରେ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଥିଲେ ଏବଂ ପରେ ସେ ନବଭାରତ ଟାଇମ୍ସର ସାମ୍ବାଦିକ ସଞ୍ଜୟ ମିଶ୍ରଙ୍କ ସହ ଏକ ବିଶେଷ ବାର୍ତ୍ତାଳାପ କରିଥିଲେ।
ସେ କହିଛନ୍ତି ଯେ ଏହି ଖବର ସତ। ନୀତେଶ ପାଣ୍ଡେଙ୍କ ଦେହାନ୍ତ ଖବର ପାଇବା ଏହି ଇଭେଣ୍ଟରୁ ଫେରିବା ସମୟରେ ଶୁଣିବାକୁ ପାଇଲେ। ସେ କହିଛନ୍ତି ଯେ ସୁଟିଂ ପାଇଁ ନୀତେଶ ଇଗାଟପୁର ଯାଇଥିଲେ। ସେଠାରେ ରାତି ପ୍ରାୟ ସାଢେ ୧ଟା ବେଳେ ତାଙ୍କର ହୃଦଘାତ ହୋଇଥିଲା। ତଥାପି, ତାଙ୍କ ମୃତ ଶରୀରକୁ କେବେ ଅଣାଯିବ ଏବଂ ଶେଷ ରୀତିନୀତି କେବେ କରାଯିବ ସେ ବିଷୟରେ ସେ ଅଧିକ ଜାଣନ୍ତି ନାହିଁ।
ନୀତେଶ ପାଣ୍ଡେ ଶାହାରୁଖଙ୍କ ଆସିଷ୍ଟାଣ୍ଟ ସାଜିଥିଲେନୀତେଶ ପାଣ୍ଡେ ୧୯୭୩ ଜାନୁୟାରୀ ୧୭ରେ ଜନ୍ମଗ୍ରହଣ କରିଥିଲେ। ସେ ଚଳଚ୍ଚିତ୍ର ଏବଂ ଟିଭି ଜଗତରେ କାମ କରିଛନ୍ତି। ସେ ବହୁତ ଲୋକପ୍ରିୟ ଅଭିନେତା ମଧ୍ୟ। 'ଓମ୍ ଶାନ୍ତି ଓମ୍' ଚଳଚ୍ଚିତ୍ରରେ ସେ ଶାହାରୁଖ ଖାନଙ୍କ ଆସିଷ୍ଟାଣ୍ଟ ଭୂମିକାରେ ନଜର ଆସିଥିଲେ। ଏଥି ସହିତ ସେ ଦିଶା ପରମାର ଏବଂ ନକୁଲ ମେହେଟା ଷ୍ଟାରର ଶୋ 'ପ୍ୟାର କା ଦର୍ଦ ମିଠା ମିଠା ପ୍ୟାରା ପ୍ୟାର'ରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ।
ନୀତେଶ ପାଣ୍ଡେ ପତ୍ନୀଙ୍କଠୁ ନେଇଥିଲେ ଛାଡ଼ପତ୍ରନୀତେଶ ପାଣ୍ଡେଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଯଦି କଥା ହେବା, ସେ ଅଶ୍ୱିନୀ କାଲେସକରଙ୍କୁ ବିବାହ କରିଥିଲେ। ୧୯୯୮ ମସିହାରେ, ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପରେ ୨୦୦୨ରେ ଦୁହେଁ ଅଲଗା ହୋଇଯାଇଥିଲେ। ଏହା ପରେ ସେ ଅର୍ପିତା ପାଣ୍ଡେଙ୍କୁ ବିବାହ କରିଥିଲେ ଯିଏ ଜଣେ ଟିଭି ଅଭିନେତ୍ରୀ।
ପଢ଼ନ୍ତୁ ଏହି ଖବର:
MS Dhoni: ଚର୍ଚ୍ଚାରେ ‘କ୍ୟାପ୍ଟେନ୍ କୁଲ୍’; ଧୋନିଙ୍କ ଅବସରକୁ ନେଇ ପୁଣି ସସ୍ପେନ୍ସନୀତେଶ ପାଣ୍ଡେ ଚଳଚ୍ଚିତ୍ର ଏବଂ ଟିଭି ଶୋ୧୯୯୫ ମସିହାରୁ ନୀତେଶ ପାଣ୍ଡେ ଟିଭି ଜଗତରେ କାମ କରିବା ଆରମ୍ଭ କରିଥିଲେ। ସେ 'ତେଜସ୍', 'ସାୟା', 'ମଞ୍ଜିଲେଂ ଆପନି ଆପନି', 'ଜୁସ୍ତଜୁ', 'ହମ୍ ଲଡକିୟା', 'ସୁନୈନା', 'କୁଛ ତୋ ଲଗ୍ କାହେଙ୍ଗେ', 'ଏକ ରିସ୍ତା ସାଝଦାରୀ କା', 'ମହାରାଜା କି ଜୟ ହୋ' ଭଳି ଶୋରେ କାମ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।