News18 Odia Digital
ନୂଆ ଦିଲ୍ଲୀ: ଟିଭି ଜଗତର ଲୋକପ୍ରିୟ ଦମ୍ପତିମାନଙ୍କ ମଧ୍ୟରେ ନିଶା ରାୱଲ (Nisha Rawal) ଓ କରଣ ମେହେରା (Karan Mehra) ଅନ୍ୟତମ । ଉଭୟ ପ୍ରାୟତଃ ସୋସିଆଲ ମିଡି଼ଆରେ ନିଜର ସୁନ୍ଦର ଫଟୋ ଓ ଭିଡିଓ ଶେୟାର୍ କରନ୍ତି । କିନ୍ତୁ ଯେତେବେଳେ ନିଶା ଏହି ବର୍ଷ ଜୁନରେ କରଣଙ୍କ ବିରୋଧରେ ଘରୋଇ ହିଂସା ମାମଲା ଦାୟର କରିଥିଲେ, ସେତେବେଳେ ସେମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ସାମ୍ନାକୁ ଆସିଥିଲା ।
ଏହି ସୁଖୀ ଦିଶୁଥିବା ଦମ୍ପତିଙ୍କ ଜୀବନରେ ସନ୍ଦେହ ଓ ପ୍ରେମର ଅଭାବ ପଦାରେ ପଡ଼ିଥିଲା । ନିଶା କରଣଙ୍କ ବିରୋଧରେ ଅଭିଯଓଗ କରିବା ପରେ ସେହି ଅଭିଯୋଗ ଆଧାରରେ ପୋଲିସ କରଣଙ୍କୁ ଗିରଫ କରିଥିଲା । ନିଶା ଅଭିଯୋଗ କରିଥିଲେ ଯେ କରଣଙ୍କର ବିବାହ ବାହାରେ ସମ୍ପର୍କ (extramarital affair) ଅର୍ଥାତ ପରକୀୟା ପ୍ରେମ ରହିଛି ।
ଏହା ବି ପଢ଼ନ୍ତୁ | ଡଙ୍ଗା ବୁଡ଼ି ଓ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ: ବନ ବିଭାଗର ଉଚ୍ଚ ଅଧିକାରୀ କହିଲେ ‘ହାତୀକୁ ଘଉଡ଼ାଇବା ଦରକାର ନ ଥିଲା’ଏବେ ମିଡି଼ଆ ରିପୋର୍ଟ ଅନୁଯାୟୀ କରଣ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଓ କହିଛନ୍ତି ଯେ ୨୦୧୫ରେ ନିଶାଙ୍କର ହିଁ ବିବାହ ବାହାରେ ପ୍ରେମ ସମ୍ପର୍କ ଥିଲା । ସେ କହିଛନ୍ତି ଯେ ୨୦୧୫ରୁ ୨୦୧୬ ପର୍ଯ୍ୟନ୍ତ ତାଙ୍କ ପତ୍ନୀଙ୍କର ଅନ୍ୟ ଜଣେ ପୁରୁଷ ସହ ସମ୍ପର୍କ ଥିଲା । ଏଥି ସହ ସେ କହିଛନ୍ତି ଯେ ନିଶାଙ୍କ ଭୁଲ୍ ପାଇଁ ତାଙ୍କ ଭାଇ ରୋହିତ ସେଠିଆ ତାଙ୍କୁ କ୍ଷମା ମାଗିଥିଲେ ଓ ଅନୁରୋଧ କରିଥିଲେ ଯେ ସେ ନିଶାଙ୍କୁ କ୍ଷମା କରିଦିଅନ୍ତୁ ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବୀମା ଆଜେଣ୍ଟ୍ ପରିଚୟ ଦେଇ ସୁନା ଓ ଟଙ୍କା ଲୁଟିଥିଲେ ଏହି ମହିଳା, ଧରା ପଡ଼ିଲେ‘‘ମୁଁ ସେହି ଘଟଣା ପରେ ନିଶାଙ୍କୁ କ୍ଷମା କରିଦେଇଥିଲି । ରୋହିତ ସେଥିଆ ମୋ’ ସାମ୍ନାରେ ଠିଆ ହୋଇ କ୍ଷମା ମାଗିଥିଲେ । ସେ ନିଜର ଓ ତାଙ୍କ ମା’ଙ୍କ ସମ୍ମାନ ବିଷୟରେ କହୁଥିଲେ,’’ କହିଛନ୍ତି କରଣ ମେହରା ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ରେ ଭାସି ନିଖୋଜ ହୋଇଥିବା ସ୍କୁଲ୍ ଛାତ୍ରଙ୍କ ମୃ୍ତ ଦେହ ମିଳିଲାକରଣ ସେହି ସାକ୍ଷାତକାରରେ କହିଛନ୍ତି ଯେ ଛାଡ଼ପତ୍ର ପାଇଁ ନିଶା ତାଙ୍କଠାରୁ ରକ୍ଷଣାବେକ୍ଷଣ ପାଇଁ ବିପୁଳ ପରିମାଣର ଟଙ୍କା ଦାବି କରିଛନ୍ତି । ସେ କହିଛନ୍ତି, ‘‘ସେ (ନିଶା) ରକ୍ଷଣାବେକ୍ଷଣ ପାଇଁ ଏତେ ଟଙ୍କା ମାଗିଥିଲେ ଯେ ସେଥିରେ ୫୦ ଜଣ ପିଲାଙ୍କ ରକ୍ଷଣାବେକ୍ଷଣ ହୋଇପାରିବ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଏହି ଅଙ୍ଗନବାଡି଼ ଦିଦିଙ୍କର ୪ କୋଟି ଟଙ୍କାରୁ ଅଧିକର ସମ୍ପତ୍ତି! କେମିତି କୋଟିପତି ହେଲେ ସେ?କରଣ ନିଶାଙ୍କୁ ଟଙ୍କା ଦେବାକୁ ମନା କରିଦେଇଛନ୍ତି । ସେ କହିଛନ୍ତି, ‘‘ମୁଁ ତାଙ୍କୁ କାହିଁକି ଟଙ୍କା ଦେବି? ତାଙ୍କ ସହିତ ପିଲାଟି ଆଦୌ ସୁରକ୍ଷିତ ନୁହେଁ ।’’
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।