News18 Odia Digital
ମୁମ୍ବାଇ: ଗତକାଲି ଶୋ’ ସେଟରେ ତୁନିଶା ଶର୍ମା ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ପରେ ଆଜି ପୋଲିସ ଏକ ବଡ଼ ଖୁଲାସା କରିଛି। ସେ ଆତ୍ମହତ୍ୟା ପାଇଁ ହାତରେ ବାନ୍ଧି ଥିବା କ୍ରିପ ବ୍ୟାଣ୍ଡର ସାହାରା ନେଇଥିଲେ। ହାତ ଆଘାତ ଥିବାରୁ ଅଭିନେତ୍ରୀ କ୍ରିପ୍ ବ୍ୟାଣ୍ଡେଜ୍ ପିନ୍ଧିଥିଲେ। ପୋଲିସ ସବୁ ଦିଗରୁ ଆତ୍ମହତ୍ୟାକୁ ଯାଞ୍ଚ କରୁଛି।
ଏସିପି ଚନ୍ଦ୍ରକାନ୍ତ ଯାଦବ କହିଛନ୍ତି, 'ପୋଲିସ ସବୁ ଦିଗରୁ ଯାଞ୍ଚ କରିବ। ଅଭିନେତ୍ରୀଙ୍କ ମା କହିଛନ୍ତି ଯେ ବ୍ରେକଅପ୍ ହେତୁ ସେ ଆତ୍ମହତ୍ୟା କରିଛନ୍ତି। ଗର୍ଭଧାରଣର ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ।ଶରୀରରେ କୌଣସି ଚିହ୍ନ ନାହିଁ ।
ଅଭିନେତ୍ରୀଙ୍କ ମୃତ୍ୟୁରେ ତୁନିଶାଙ୍କ ଘନିଷ୍ଠ ଏବଂ ବନ୍ଧୁମାନେ ଗଭୀର ଦୁଃଖିତ। ଅଭିନେତ୍ରୀ ମେକ୍ ଇନ୍ ରୁମରେ ଆତ୍ମହତ୍ୟା କରିଥିଲେ। ତୁନିଶାଙ୍କ ପରିବାର ସଦସ୍ୟଙ୍କ ବିବୃତ୍ତି ଆଧାରରେ ପୋଲିସ ଅଭିନେତା ଶିଜାନ ଖାନଙ୍କୁ ଗିରଫ କରିଛି। ପୋଲିସକୁ ପଚରାଉଚରା ବେଳେ ଅନେକ ଜିନିଷ ବାହାରକୁ ଆସିପାରେ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତୁନିଶା ଏବଂ ଶିଜାନ ଏକ ସଂପର୍କରେ ଥିଲେ ଏବଂ ୧୫ ଦିନ ପୂର୍ବରୁ ସେମାନଙ୍କର ବ୍ରେକଅପ୍ ହୋଇଥିଲା। ବ୍ରେକଅପ୍ ହେତୁ ତୁନିଶା ଶର୍ମା ଚାପରେ ଥିଲେ ଏବଂ ଏହା ଆତ୍ମହତ୍ୟାର କାରଣ ହୋଇଥାଇପାରେ ବୋଲି ବିଶ୍ୱାସ କରାଯାଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।