News 18 Odia Digital
ନୂଆଦିଲ୍ଲୀ: ଦର୍ଶକମାନେ 'ତୁ ଝୁଠି ମେଁ ମକ୍କାର'କୁ ବହୁତ ପସନ୍ଦ କରୁଛନ୍ତି । ରଣବୀର ଏବଂ ଶ୍ରଦ୍ଧାଙ୍କ କେମେଷ୍ଟ୍ରି ବହୁତ ନୂଆ ଏବଂ ଏଣ୍ଟରଟେନିଙ୍ଗ୍ ଲାଗୁଛି । ଏହା ସହିତ ଫିଲ୍ମର ରୋଜଗାର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି ।
ରଣବୀର କପୁର (Ranbir Kapoor) ଅଭିନୀତ ଚଳଚ୍ଚିତ୍ର 'ତୁ ଝୁଠି ମେଁ ମକ୍କାର' (Tu Jhooti Main Makkaar) ହୋଲି ଅର୍ଥାତ୍ ମାର୍ଚ୍ଚ ୮ ରେ ମୁକ୍ତିଲାଭ କରିଥିଲା। ନୂତନ ଯୁଗର ପ୍ରେମର କାହାଣୀକୁ ଚିତ୍ରଣ କରୁଥିବା ଚଳଚ୍ଚିତ୍ରଟି ପ୍ରଥମ ଦିନରୁ ବକ୍ସ ଅଫିସରେ ଧମାଲ ମଚାଉଛି ଏବଂ ଏହା ମଧ୍ୟ ବହୁତ ରୋଜଗାର କରୁଛି । ଫିଲ୍ମପାଇଁ ପ୍ରଥମ ଦିନରେ ପ୍ରେକ୍ଷାଳୟରେ ବହୁତ ଭିଡ଼ ଦେଖିବାକୁ ମିଳିଥିଲା । ଯଦିଓ ଦ୍ୱିତୀୟ ଦିନରେ ରୋଜଗାରରେ ସାମାନ୍ୟ ହ୍ରାସ ଘଟିଥିଲା, କିନ୍ତୁ ଚଳଚ୍ଚିତ୍ରଟି ଏକ ଭଲ କଲେକସନ୍ କରିଥିଲା । ଆସନ୍ତୁ ଜାଣିବା ତୃତୀୟ ଦିନରେ ଅର୍ଥାତ୍ ଶୁକ୍ରବାର ଦିନ ବକ୍ସ ଅଫିସରେ ଫିଲ୍ମ କେତେ କୋଟି ସଂଗ୍ରହ କରିଛି ।
ଫିଲ୍ମ କେତେ କଲେକ୍ସନ୍ କଲାଣି ?ଲଭ୍ ରଞ୍ଜନ୍ଙ୍କ ନିର୍ଦ୍ଦେଶିତ ଫିଲ୍ମ 'ତୁ ଝୁଠି ମେଁ ମକ୍କାର'ରେ ରଣବୀର ଓ ଶ୍ରଦ୍ଧା ପ୍ରଥମ ଥର ପାଇଁ ଏକାଠି କାମ କରିଛନ୍ତି। ଉଭୟଙ୍କ ଯୋଡି ପରଦାରେ ବହୁତ ସତେଜ ଦେଖାଯାଉଛି ଏବଂ ସେମାନଙ୍କର କେମେଷ୍ଟ୍ରି ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସୁଛି । ରୋଜଗାର ବିଷୟରେ କହିବାକୁ ଗଲେ ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ୧୫.୭୩ କୋଟି ଟଙ୍କା ସଂଗ୍ରହ କରିଥିଲା । ଅନ୍ୟପକ୍ଷରେ, 'Tu Jhooti Main Makkaar' ଦ୍ୱିତୀୟ ଦିନରେ ୧୦.୩୪ କୋଟି ଟଙ୍କା ସଂଗ୍ରହ କରିଛି । ଚଳଚ୍ଚିତ୍ରର ତୃତୀୟ ଦିନର ରୋଜଗାରର ପ୍ରାରମ୍ଭିକ ଆକଳନ ମଧ୍ୟ ଆସିଛି। ପ୍ରସିଦ୍ଧ ଚଳଚ୍ଚିତ୍ର ବାଣିଜ୍ୟ ବିଶ୍ଳେଷକ ତରନ୍ ଆଦର୍ଶ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ 'Tu Jhooti Main Makkaar'ର ପ୍ରଥମ ଶୁକ୍ରବାର ରୋଜଗାର ଆକଳନ ସେୟାର କରିଛନ୍ତି ଯାହାକି ୧୦.୫୨ କୋଟି ଟଙ୍କା ।
ଏହି ଖବର ପଢ଼ନ୍ତୁ -
http://ଓଡ଼ିଶାରେ ବ୍ୟାପୁଛି H3N2 ଭାଇରସ୍: ୨୨୫ରୁ ୫୯ଟି ନମୁନା ପଜିଟିଭ !ରବିବାର ସୁଦ୍ଧା ଫିଲ୍ମର ଆୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛିସପ୍ତାହ ଶେଷରେ 'ତୁ ଝୁଠି ମେଁ ମକ୍କାର'ର ଆୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ନିର୍ମାତାମାନେ ଆଶା କରୁଛନ୍ତି ଯେ ଏହି ଚଳଚ୍ଚିତ୍ରଟି ଶନିବାର ଏବଂ ରବିବାର ଦିନ ପ୍ରେକ୍ଷାଳୟରେ ସର୍ବାଧିକ ଦର୍ଶକ ପାଇବ । ଏଭଳି ପରିସ୍ଥିତିରେ ଫିଲ୍ମର ରୋଜଗାର ମଧ୍ୟ ବୃଦ୍ଧି ପାଇବ ବୋଲି ସ୍ପଷ୍ଟ ହୋଇଛି । ଆପଣଙ୍କୁ କହିରଖୁଛୁ ଯେ ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ବ୍ୟତୀତ ଡିମ୍ପଲ୍ କପାଡିଆ, ଅନୁଭବ ସିଂ ବସ୍ସି ଏବଂ ବୋନି କପୁର ମଧ୍ୟ 'Tu Jhooti Main Makkaar'ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
Report- Abhisek Purohit
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।