ବୁର୍ଜ ଖଲିଫାରେ ଦେଖିବାକୁ ମିଳିଲା ଫିଲ୍ମ ‘୮୩’ ଟ୍ରେଲର; ଚିୟର କରୁଥିବାର ନଜର ଆସିଲେ ଦୀପବୀର

ଫେମସ ନିର୍ଦ୍ଦେଶକ କବୀର ଖାନଙ୍କ ନିର୍ଦ୍ଦେଶିତ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ '୮୩' ଚଳିତ ବର୍ଷ ଖ୍ରୀଷ୍ଟମାସ ଅବସରରେ ରିଲିଜ ହେବାକୁ ଯାଉଛି । କରୋନା ଜୀବାଣୁ ବିସ୍ତାର ହେତୁ ଏହାର ରିଲିଜ୍ ତାରିଖ ଦୁଇ ଥର ସ୍ଥଗିତ ରଖାଯାଇଥିଲା ।

ବୁର୍ଜ ଖଲିଫାରେ ଦେଖିବାକୁ ମିଳିଲା ଫିଲ୍ମ ‘୮୩’ ଟ୍ରେଲର

ବୁର୍ଜ ଖଲିଫାରେ ଦେଖିବାକୁ ମିଳିଲା ଫିଲ୍ମ ‘୮୩’ ଟ୍ରେଲର

  • Share this:
News18 Odia Digital

ଦୁବାଇ: ଜେଡ୍ଡାର ରେଡ ସି ଫିଲ୍ମ ଫେଷ୍ଟିଭାଲ ନିଜ ଫିଲ୍ମ ‘୮୩’ର ବିଶ୍ୱ ପ୍ରିମିୟର୍ରେ ଦର୍ଶକଙ୍କୁ ଆକର୍ଷିତ କରିବା ପରେ '୮୩' ଟିମ ଦୁବାଇରେ ଅଛି ଓ ସେମାନଙ୍କ ଫିଲ୍ମର ପ୍ରମୋସନ ପାଇଁ ବ୍ୟସ୍ତ ନଜର ଆସୁଛନ୍ତି । ଯେଉଁଠାରେ କବୀର ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟ୍ରେଲର ବୁର୍ଜ ଖଲିଫାରେ ପ୍ରଦର୍ଶିତ ହୋଇଥିଲା । ୧୯୮୩ କ୍ରିକେଟ୍ ବିଶ୍ୱକପରେ ଭାରତର ଐତିହାସିକ ବିଜୟର କାହାଣୀ '୮୩' ବର୍ଣ୍ଣନା କରାଯାଇଛି । ଏହି ଫିଲ୍ମରେ ବିଶ୍ୱକପ ବିଜେତା ଦଳର ଅଧିନାୟକ କପିଲ ଦେବଙ୍କ ଭୂମିକାରେ ରଣବୀର ସିଂ ଅଭିନୟ କରିଛନ୍ତି।

ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରଣବୀର, ଦୀପିକା ପାଦୁକୋନ, କବୀର, ତାଙ୍କ ପତ୍ନୀ ମିନି ମାଥୁରଙ୍କ ସମେତ ଟିମ୍ '୮୩' ବୁର୍ଜ ଖଲିଫାରେ ଟ୍ରେଲର ଦେଖୁଥିବାର ନଜର ଆସୁଛନ୍ତି ।

ରଣବୀର ଓ ଦୀପିକା ଯିଏ ନିଜ ଫ୍ୟାଶନକୁ ଚମକାଇବା ପାଇଁ କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ, ଏହି ସମୟ ମଧ୍ୟରେ ମଧ୍ୟ ନିଜ ପୋଷାକ ସହିତ ଫ୍ୟାନ୍ସଙ୍କୁ ଆକର୍ଷିତ କରିଥିଲେ । ଉଜ୍ଜ୍ୱଳ ହଳଦିଆ ରଙ୍ଗର ଟ୍ରାଉଜର ସହିତ ମେଟାଲିକ ଗୋଲ୍ଡ ହାଇ ନେକ ଟି-ସର୍ଟରେ ରଣବୀରଙ୍କୁ ଦେଖିବାକୁ ମିଳିଥିଲା । ସେହିପରି ଦୀପିକା ସମାନ ରଙ୍ଗର ଷ୍ଟକିଙ୍ଗ୍ ସହିତ ଲାଲ୍ ସର୍ଟ ଡ୍ରେସରେ ନିଜର ଲୁକକୁ ସମାପ୍ତ କରିଥିଲେ । ସେ ନିଜ କେଶକୁ ଲାଲ ରଙ୍ଗର ରଫଲ ହେଡବ୍ୟାଣ୍ଡରେ ବାନ୍ଧି ରଖିଥିଲେ ।




ବୁଧବାର ଦିନ ଜେଡ୍ଡାର ରେଡ ସି ଫିଲ୍ମ ଫେଷ୍ଟିଭାଲରେ ଏହାର ବିଶ୍ୱ ପ୍ରିମିୟରରେ ଦର୍ଶକଙ୍କ ତରଫରୁ ଏହି ଫିଲ୍ମ ଦର୍ଶକଙ୍କ ପକ୍ଷରୁ ବେଶ୍ ପ୍ରଶଂସା ମିଳିଥିଲା । କବୀର ଓ ତାଙ୍କ ପତ୍ନୀ ମିନିଙ୍କ ସହ ରଣବୀର ଓ ଦୀପିକା ଜେଡ୍ଡା ଫିଲ୍ମ ଫେଷ୍ଟିଭାଲରେ ଉପସ୍ଥିତ ଥିଲେ।

ଯଦି ୮୩ ଫିଲ୍ମ ଅନ୍ୟ କାଷ୍ଟଙ୍କ ବିଷୟରେ କଥା ହେବା ତାହାଲେ ଏଥିରେ ତାହିର ରାଜ ଭସୀନ, ଜୀଭା, ସାକିବ ସଲିମ, ଜତିନ ସରନା, ଚିରାଗ ପାଟିଲ, ଦିକର ଶର୍ମା, ନିଶାନ୍ତ ଦହିୟା, ସାହିଲ ଖଟ୍ଟର, ଅମ୍ମୀ ୱିର୍କ, ହାର୍ଡି ସନ୍ଧୁ, ଅଦିନାଥ କୋଠାରେ, ଧୌର୍ଯ୍ୟ କାରୱା, ଆର ବଦ୍ରି ଓ ପଙ୍କଜ ତ୍ରିପାଠୀ ମଧ୍ୟ ନଜର ଆସିବେ। ଏହି ଫିଲ୍ମଟି ଡିସେମ୍ବର ୨୪ରେ ସାରା ବିଶ୍ୱର ସିନେମାଘରେ ରିଲିଜ ହେବାକୁ ଯାଉଛି ।
Published by:Lipina Das
First published: