News 18 Odia Digital
ନୂଆଦିଲ୍ଲୀ; ତେଲୁଗୁ ସିନେମା ସୁଟିଂ ବନ୍ଦ । ତେଲୁଗୁ ସିନେମା ନିର୍ମାତା ସୋମବାର ଠାରୁ ଫିଲ୍ମର ସୁଟିଂ ବନ୍ଦ କରିବେ, ଏନେଇ ରବିବାର ଫିଲ୍ମ ଚାମ୍ବର ଅଫ୍ କମର୍ସ ଘୋଷଣା କରିଛି । ହାଇଦ୍ରାବାଦରେ ଅନୁଷ୍ଠିତ ଫିଲ୍ମ ଚାମ୍ବରର ସାଧାରଣ ବୈଠକରେ ଅଗଷ୍ଟ ୧ ରୁ ଫିଲ୍ମର ସୁଟିଂ ବନ୍ଦ କରିବାକୁ ଜଣାଶୁଣା ତେଲୁଗୁ ପ୍ରଡ୍ୟୁସର ଗିଲ୍ଡ (ଏଟିପିଜି) ଦ୍ୱାରା ନିଆଯାଇଥିବା ପୂର୍ବ ନିଷ୍ପତ୍ତିକୁ ସମର୍ଥନ କରିବାକୁ ନିଷ୍ପତ୍ତି ହୋଇଛି । ଜଣାଶୁଣା ନିର୍ମାତା ଦିଲ ରାଜୁ କହିଛନ୍ତି ଯେ ସେମାନେ ବସି ଆଲୋଚନା କରିବେ ଏବଂ ସମାଧାନ ନହେବା ପର୍ଯ୍ୟନ୍ତ ଶୁଟିଂ ଆରମ୍ଭ ହେବ ନାହିଁ ।
ଫିଲ୍ମ ଚାମ୍ବରର ନୂତନ ସଭାପତି ୱସି ରେଡ୍ଡୀ କହିଛନ୍ତି ଯେ, ଏହି ବୈଠକରେ କିଛି ଦିନ ପାଇଁ ଶୁଟିଂ ବନ୍ଦ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ୪୮ ସଦସ୍ୟଙ୍କ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କେବଳ ନୂଆ ଚଳଚ୍ଚିତ୍ରର ନିର୍ମାଣ ବନ୍ଦ କରିବ ନାହିଁ, ବରଂ ନିର୍ମାଣର ଶେଷ ପର୍ଯ୍ୟାୟରେ ଥିବା ଫିଲ୍ମର ସୁଟିଂ ମଧ୍ୟ ବନ୍ଦ ରହିବ । ତେବେ ହାଇଦ୍ରାବାଦରେ ଅନ୍ୟ ଭାଷାରେ ଚଳଚ୍ଚିତ୍ରର ସୁଟିଂ ଉପରେ ଏହି ନିଷ୍ପତ୍ତିର କୌଣସି ପ୍ରଭାବ ପଡ଼ିବ ନାହିଁ।
ଏହି ତାରକାମାନଙ୍କ ଚଳଚ୍ଚିତ୍ର ଉପରେ ପଡ଼ିବ ପ୍ରଭାବଏହି ନିଷ୍ପତ୍ତି ଦ୍ଵାରା ଅଗ୍ରଣୀ ତାରକା ଚିରଞ୍ଜୀବୀ, ପୱନ କଲ୍ୟାଣ, ମହେଶ ବାବୁ, ଜୁନିୟର ଏନଟିଆର, ପ୍ରଭାସ ଏବଂ ବିଜୟ ଦେବରକୋଣ୍ଡାଙ୍କ ଚଳଚ୍ଚିତ୍ର ନିର୍ମାଣ ଉପରେ ବ୍ରେକ୍ ଲାଗିଯିବ।
ଫିଲ୍ମ ଚାମ୍ବରର ପ୍ରତିନିଧିମାନେ ଅନୁଭବ କଲେ ଯେ ତେଲୁଗୁ ଚଳଚ୍ଚିତ୍ର ଶିଳ୍ପ ଏକ ଏପରି ପରିସ୍ଥିତି ଦେଇ ଗତି କରୁଛି ଯେଉଁଥିରେ ନିର୍ମାତା, ବିତରକ, ପ୍ରଦର୍ଶକ ଏବଂ ଅନ୍ୟ ସମସ୍ତେ ଖୁସି ନୁହନ୍ତି । ଖୁବ ଶୀଘ୍ର ଏକ ବୈଠକ ଅନୁଷ୍ଠିତ କରାଯାଇ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ ଏବଂ ଚଳଚ୍ଚିତ୍ର ଶିଳ୍ପକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯିବ ।
ପ୍ରେକ୍ଷାଳୟରେ ପୃଷ୍ଠପୋଷକତା ଅଭାବ, ସିନେମା ଟିକେଟ୍ ମୂଲ୍ୟ, OTT ରେ ନୂତନ ରିଲିଜ୍ ଏବଂ ଉତ୍ପାଦନ ମୂଲ୍ୟ ବୃଦ୍ଧି ଭଳି ବିଭିନ୍ନ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଦିଲ୍ ରାଜୁ କହିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।