ଆଜି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଜନ୍ମଦିନ; ଫ୍ୟାନ୍ସ ଜଣାଇଲେ ଅଭିନନ୍ଦନ

୪୧ ବର୍ଷରେ ପାଦ ଥାପିଲେ ଅଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି । ଆଜି ଜନ୍ମ ଦିନରେ ତାଙ୍କୁ ଚରିଆଡୁ ଶୁଭେଚ୍ଛା ଆସିଛି। ସୋସିଆଲ ମିଡ଼ିଆରେ ଫଟୋ ସେୟାର କରି ଫ୍ୟାନ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଆଜି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଜନ୍ମଦିନ; ଫ୍ୟାନ୍ସ ଜଣାଇଲେ ଅଭିନନ୍ଦନ

ଆଜି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଜନ୍ମଦିନ; ଫ୍ୟାନ୍ସ ଜଣାଇଲେ ଅଭିନନ୍ଦନ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ୪୧ ବର୍ଷରେ ପାଦ ଥାପିଲେ ଅଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି । ଅନୁଭବ ଜନ୍ମ ୨୪ ଡିସେମ୍ବର ୧୯୮୧ । ଆଜି ଜନ୍ମ ଦିନରେ ତାଙ୍କୁ ଚରିଆଡୁ ଶୁଭେଚ୍ଛା ଆସିଛି। ସୋସିଆଲ ମିଡ଼ିଆରେ ଫଟୋ ସେୟାର କରି ଫ୍ୟାନ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଜଣେ ଭାରତୀୟ ଅଭିନେତା, ଚଳଚ୍ଚିତ୍ର ନିର୍ମାତା, ଟେଲିଭିଜନ ବ୍ୟକ୍ତିତ୍ୱ ତଥା ରାଜନେତା, ଯିଏକି ଓଡ଼ିଆ ଚଳଚ୍ଚିତ୍ରରେ ସୁପରଷ୍ଟାର ଭାବରେ ବେଶ ଜଣାଶୁଣା । ତାଙ୍କୁ ଫ୍ୟାନ୍ସ ମାନେ ଭାଇଜାନ ବୋଲି ମଧ୍ୟ ଡାକନ୍ତି।

୨୦୦୪ ମସିହାରେ ନମ୍ରତା ଥାପାଙ୍କ ବିପକ୍ଷରେ ଚଳଚ୍ଚିତ୍ର ଆଇ ଲଭ୍ ୟୁରେ ଓଡିଆ ସିନେମାରେ ଡେବ୍ୟୁ କରିବା ପୂର୍ବରୁ ଅନୁଭବ ମହାନ୍ତି ପ୍ରଥମେ ଓଡିଆ ମ୍ୟୁଜିକ୍ ଭିଡିଓରେ ଅଭିନୟ କରି ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେହି ବର୍ଷ ତାଙ୍କର ଅନ୍ୟ ଦୁଇଟି ସିନେମା ରିଲିଜ୍ ମଧ୍ୟ ହୋଇଥିଲା, ସାଥୀରେ ଏବଂ ବର୍ଷା ମାଇଁ ଡାର୍ଲିଂ । ଏହା ପରେ, ତାଙ୍କର ଅନେକ ଚଳଚ୍ଚିତ୍ର ଯେପରିକି ନେଇ ଯା'ରେ ମେଘ ମତେ (୨୦୦୮), ସୁନା ଚଢ଼େଇ ମୋ ରୂପା ଚଢେଇ (୨୦୦୯), ଆକାଶେ କି ରଙ୍ଗା ଲାଗିଲା (୨୦୦୯), ଅଭିମନ୍ୟୁ (୨୦୦୯), ଆମ ଭିତରେ କିଛି ଅଛି (୨୦୧୦), ଦିୱାନା (୨୦୧୦) , କିଏ ସେ ଡାକୁଛି କୋଉଠି ମତେ (୨୦୧୧), ବାଳୁଙ୍ଗା ଟୋକା (୨୦୧୧), ସମଥିଙ୍ଗ ସମଥିଙ୍ଗ(୨୦୧୨), ମାଟ୍ରିକ ଫେଲ (୨୦୧୨), ଏସିପି ରଣବୀର (୨୦୧୨), ମୋ ଦୁନିଆ ତୁ ହି ତୁ (୨୦୧୩), ହାତ ଧରି ଚାଲୁଥା (୨୦୧୩), କେହି ଜଣେ ଭଲା ଲାଗେରେ (୨୦୧୩), ସମାଥଙ୍ଗ ସମଥିଙ୍ଗ 2 (୨୦୧୪), ଗପ ହେଲେ ବି ସତ (୨୦୧୫), ଅଗସ୍ତ୍ୟ (୨୦୧୬), ଅଭୟ (୨୦୧୭), କାବୁଲା ବାରାବୁଲା (୨୦୧୭), ପ୍ରେମ କୁମାର: ସେଲ୍ସ ମ୍ୟାନ ଅଫ ଦ ୟିଅର୍ ୨୦୧୮ ) ଭଲ ବ୍ୟବସାୟିକ ଫିଲ୍ମ ଥିଲା।

୨୦୧୨ ରେ, ବାଲୁଙ୍ଗା ଟୋକାରେ ସଫଳତା ପରେ ସେ ବିଷ୍ଣୁପ୍ରିୟା ଆର୍ଟ ଆଣ୍ଡ ଗ୍ରାଫିକ୍ସ ନାମକ ଏକ ପ୍ରଡକ୍ସନ୍ ହାଉସ୍ ତିଆରି କରିଥିଲେ । ସମଥିଙ୍ଗ ସମଥିଙ୍ଗ ୨୦୧୨ ର ସବୁଠାରୁ ବଡ ହିଟ୍ ଫିଲ୍ମ ଥିଲା। ଅନୁଭବ ରଚ୍ଚନା ବାନାର୍ଜୀଙ୍କ ବିପକ୍ଷରେ ସାଥି ଆମର ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ୨୦୧୯ ରେ ମହାନ୍ତି ତାଙ୍କର ସବୁଠାରୁ ମହଙ୍ଗା ଓଡିଆ ଚଳଚ୍ଚିତ୍ର ବିଜୁ ବାବୁରେ ନୀଲା ମାଧବ ପଣ୍ଡାଙ୍କ ନିର୍ଦ୍ଦେଶନାରେ ଅଭିନୟ କରିଥିଲେ ।

୨୭ ଏପ୍ରିଲ ୨୦୧୩ ରେ, ସେ ଆଞ୍ଚଳିକ ରାଜନୈତିକ ଦଳ ବିଜେଡିରେ ଯୋଗ ଦେଇଥିଲେ । ସେ ଜୁନ୍ ୨୦୧୪ ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ସେ ରାଜ୍ୟସଭାର ସର୍ବକନିଷ୍ଠ ସାଂସଦ ଅଟନ୍ତି । ୨୩ ମେ ୨୦୧୯ ରେ, ସେ ପୂର୍ବରୁ ନିର୍ବାଚିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପରାସ୍ତ କରି କେନ୍ଦ୍ରାପଡା (ଲୋକସଭା ନିର୍ବାଚନମଣ୍ଡଳୀ)ରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ।

ଗତ କୋରୋନା ପାଇଁ ସୁଟିଂ ପ୍ରଭାବିତ ହୋଇଥିବା ବେଳେ । ଏବେ ଓଡ଼ିଆ ମୁଭି ଇଣ୍ଡଷ୍ଟ୍ରି ଅଣ୍ଟା ସଲଖି ଠିଆ ହେଉଛି। ଏହାରି ମଧ୍ୟରେ ଅନୁଭବଙ୍କ ନୂଆ ମୁଭି ଲଭ୍ ଇନ୍ ଲଣ୍ଡନର ସୁଟିଂ ଜୋରଦାର ଚାଲିଛି। ଫ୍ୟାନ୍ସ ମଧ୍ୟ ଓଲିଉଡ ଭାଇଜାନଙ୍କ ମୁଭି ରିଲିଜକୁ ଅନାଇ ବସିଛନ୍ତି। ଏହା ବ୍ୟତୀତ ଅନୁଭବ ନିଜର ଦାମ୍ପତ୍ୟ ଜୀବନକୁ ନେଇ ବହୁତ ଚର୍ଚ୍ଚାରେ ରହିଛନ୍ତି। ସେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ଅଲଗା ହେବାକୁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି। ଏନେଇ ସୋସିଆଲ ମିଡିଆରେ ତାଙ୍କର ଅନେକ ପୋଷ୍ଟ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥିଲା । ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଏହାପରେ ବର୍ଷା ଅନୁଭବଙ୍କ ବିରୋଧରେ କଟକ SDJM କୋର୍ଟ ଓ ପରିବାର ଅଦାଲତରେ ଘରୋଇ ହିଂସା, ଭରଣ ପୋଷଣ ଓ ବୈବାହିକ ଜୀବନକୁ ସ୍ଥାୟୀ କରିବାକୁ ପ୍ରାର୍ଥନା କରି ଦୁଇଟି ମାମଲା ଦାଖଲ କରିଥିଲେ । ଏହାର କିଛିଦିନ ପରେ ବର୍ଷା ପଟିଆଲା ହାଉସ କୋର୍ଟରେ ଅନୁଭବ ଦାଖଲ କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ମାମଲାକୁ ତୁରନ୍ତ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ପଟିଆଲା ହାଉସ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଆଜି ଅଭିନେତାଙ୍କ ଜନ୍ମ ଦିନରେ ଆମ ତରଫରୁ ମଧ୍ୟ ଅନେକ ଶୁଭକାମନା ସହ ଅଭିନନ୍ଦନ ଜଣାଉଛୁ।
Published by:Soubhagya Mishra
First published: