News 18 Odia Digital
ମହେଶ ବାବୁ ହେଉଛନ୍ତି ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ପ୍ରଖ୍ୟାତ ଅଭିନେତା । ତାଙ୍କ ଚମତ୍କାର ଅଭିନୟ ପାଇଁ ସେ ଫ୍ୟାନଙ୍କ ହୃଦୟରେ ସବୁବେଳେ ରୁହନ୍ତି । ଫ୍ୟାନ୍ସ ପ୍ରତିବର୍ଷ ଉତ୍ସାହର ସହିତ ତାଙ୍କ ଫିଲ୍ମକୁ ଅପେକ୍ଷା କରିଥାନ୍ତି, ଆଜି ହେଉଛି ତାଙ୍କର ୪୭ ତମ ଜନ୍ମଦିନ। ଯାହା ତାଙ୍କ ପ୍ରଶଂସକଙ୍କମାନେ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ସବୁ ଆଡ଼େ ଶୁଭେଚ୍ଛାର ବାର୍ତ୍ତା ଜଣାଇଥିବା ଦେଖିବାକୁ ମିଳୁଛି।
ତାଙ୍କର ଆଗାମୀ ଫିଲ୍ମ ଗୁଡ଼ିକତ୍ରିଭିକ୍ରମ ଶ୍ରୀନିବାସଙ୍କ ନିର୍ଦ୍ଦେଶିତ ଆଗାମୀ ତେଲୁଗୁ ଫିଲ୍ମ, ଯେଉଁଥିରେ ମହେଶ ବାବୁ, ପୂଜା ହେଗଡେ ଓ ସାମୁକଥା ମେନନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ଭଲ ହେବ ବୋଲି ସେ ପ୍ରତିଶୃତି ଦେଇଛି। ଏହା ୨୦୨୩ରେ ରିଲିଜ ହେବାକୁ ଯାଉଥିବାରୁ ପ୍ରଶଂସକ ଉତ୍ସାହିତ ଅଛନ୍ତି। ଏହି ଫିଲ୍ମକୁ ସମର୍ଥନ କରୁଥିବା ପ୍ରଡକ୍ସନ୍ ହାଉସ୍ ପୂର୍ବରୁ ଘୋଷଣା କରିଥିଲା ଯେ ଚଳିତ ବର୍ଷ ଅଗଷ୍ଟରୁ ସୁଟିଂ ଆରମ୍ଭ ହେବ।
ମହେଶ ବାବୁ ନିର୍ଦ୍ଦେଶକ ଏସ୍ ରାଜାମୌଲିଙ୍କ ସହ ଏକ ସ୍କ୍ରିପ୍ଟରେ ମଧ୍ୟ କାମ କରୁଛନ୍ତି। ଏହି ପ୍ରୋଜେକ୍ଟ ପୂର୍ବରୁ ଉଭୟଙ୍କର ଆଉ ଏକ ଫିଲ୍ମ ଆସିଥିଲା। ଏଥର ଯୋଡି ପରଦାରେ କଣ ଆଣିବେ ପ୍ରଶଂସକମାନେ ଆଶାର ସହ ଅପେକ୍ଷା କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।