News 18 Odia Digital
ନୂଆଦିଲ୍ଲୀ; ବଲିଉଡ ଅଭିନେତା ତଥା ହାସ୍ୟ ଅଭିନେତା ଜନି ଲିଭରଙ୍କ ଆଜି ଜନ୍ମଦିନ । ଆଜି ତାଙ୍କର ୬୫ ତମ ଜନ୍ମଦିନ ପାଳନ କରୁଛନ୍ତି । ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାକୁ ସେ ବହୁତ ସଂଘର୍ଷ କରିଛନ୍ତି । ସେ ‘ଜାଲୱା’, ‘ତେଜାବ’, ‘କସମ’, ‘କିଶନ କହ୍ନେୟା’, ‘ବାଜିଗର’ ସମେତ ୩୦୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି । ଆଜି ବି ଚଳଚ୍ଚିତ୍ରରେ ତାଙ୍କର କମେଡି ଦେଖିଲେ ଲୋକମାନେ ନିଜର ହସକୁ ରୋକିପାରନ୍ତି ନାହିଁ ।
ତାଙ୍କର ଜନ୍ମ ଆନ୍ଧ୍ରପ୍ରଦେଶରେଜନି ଲିଭର ୧୯୫୭ ଅଗଷ୍ଟ ୧୪ରେ ଆନ୍ଧ୍ରପ୍ରଦେଶର ଏକ ଖ୍ରୀଷ୍ଟିଆନ ତେଲୁଗୁ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାମ ଜନ୍ ରାଓ ପ୍ରକାଶ ରାଓ ଜନୁମାଲା । ସେ ମୁମ୍ବାଇରେ ବଢ଼ିଛନ୍ତି । ତାଙ୍କ ପିତା ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ (HUL) ରେ ଅପରେଟର ଭାବରେ କାର୍ଯ୍ୟ କରିଥିଲେ ।
ସପ୍ତମ ଶ୍ରେଣୀରେ ପାଠପଢ଼ା ଛାଡିଥିଲେଘରର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଜନିଙ୍କୁ ସପ୍ତମ ଶ୍ରେଣୀରେ ସ୍କୁଲ ଛାଡିବାକୁ ପଡିଥିଲା । ମୁମ୍ବାଇର ରାସ୍ତାରେ କଲମ ବିକିବାଠାରୁ ଆରମ୍ଭ କରି ନୃତ୍ୟ ଏବଂ ବଲିଉଡ ଅଭିନେତାଙ୍କ ନକଲ ଉତାରିବା ପର୍ଯ୍ୟନ୍ତ, ଜନି ସବୁ ପ୍ରକାର କାମ କରିଥିଲେ ।
କିପରି ତାଙ୍କ ନାମରେ ଲିଭର ଯୋଡ଼ି ହେଲାଘରର ଆର୍ଥିକ ସ୍ଥିତି ଖରାପ ଯୋଗୁ । କିଛି ବର୍ଷ ପରେ ଜନିଙ୍କ ବାପା ତାଙ୍କୁ ତାଙ୍କ ସହିତ ଅଫିସକୁ ନେବା ଆରମ୍ଭ କଲେ । ଜନି ଅଫିସ୍ ଲୋକଙ୍କ ମଧ୍ୟରେ ଚର୍ଚ୍ଚିତ ହୋଇଗଲେ, କିନ୍ତୁ ତାଙ୍କ କାମ ଯୋଗୁଁ ନୁହେଁ, ବରଂ ମିମକ୍ରି ଯୋଗୁଁ । ତାଙ୍କୁ କମ୍ପାନୀର ବାର୍ଷିକ କାର୍ଯ୍ୟରେ କିଛି ବରିଷ୍ଠ ଅଧିକାରୀଙ୍କ ନକଲ ଉତାରିବାକୁ କୁହାଯାଇଥିଲା । ପୂରା ମାହୋଲ ହସମୟ ହୋଇ ଉଠିଥିଲା। ଏହିଠାରୁ ତାଙ୍କ ନାଁରେ ଲିଭର ଯୋଡ଼ି ହେଲା, ଯାହାକୁ ସେ ସବୁଦିନ ପାଇଁ ନିଜର କରିଥିଲେ ।
ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ଦର୍ଦ କା ରିସ୍ତା‘ଜନି ଲିଭରଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ‘ଦର୍ଦ କା ରିସ୍ତା’ ଯେଉଁଠାରେ ସେ ଜୋସେଫଙ୍କ ଚରିତ୍ରରେ ଅଭିନୟ କରିଥିଲେ। କର୍କଟ ରୋଗ ଉପରେ ଆଧାର କରି ଏହି ଚଳଚ୍ଚିତ୍ରଟି ଖୁବ୍ ହିଟ୍ ହୋଇଥିଲା।
ଦୁଇଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତିତାଙ୍କର ଅସାଧାରଣ ପ୍ରତିଭା ପାଇଁ ଜନି ଲିଭର ‘ଦିୱାନା ମସ୍ତାନା’ ଓ ‘ଦୁଲହେ ରାଜା’ରେ ବ୍ୟଙ୍ଗ ଭୂମିକାରେ ଶ୍ରେଷ୍ଠ ଅଭିନୟ ପାଇଁ ଦୁଇଟି ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।