ପୂଜାରେ ଆସୁଛି ଭିନ୍ନ ସ୍ୱାଦର ଓଡ଼ିଆ ସିନେମା 'ତିତଲି'; ମୌଳିକ ଓଡ଼ିଆ କଥାବସ୍ତୁକୁ ନେଇ ସିନେମାର କାହାଣୀ

ଏଥର ଜମିବ ପୂଜା ମାହୋଲ । ପୂଜା ବଜାରକୁ ସରଗରମ କରିବା ପାଇଁ ଏକାଧିକ ଫିଲ୍ମ ମୁକ୍ତିଲାଭ କରୁଥିବା ବେଳେ ସିନେମା 'ତିତଲି'କୁ ନେଇ ଖୁବ ଚର୍ଚ୍ଚା ହେଉଛି ।

ପୂଜାରେ ଆସୁଛି ଭିନ୍ନ ଓଡ଼ିଆ ସିନେମା  'ତିତଲି'

ପୂଜାରେ ଆସୁଛି ଭିନ୍ନ ଓଡ଼ିଆ ସିନେମା 'ତିତଲି'

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ଭୁବନେଶ୍ୱର: ଏଥର ଜମିବ ପୂଜା ମାହୋଲ। ପୂଜା ବଜାରକୁ ସରଗରମ କରିବା ପାଇଁ ଏକାଧିକ ଫିଲ୍ମ ମୁକ୍ତିଲାଭ କରୁଥିବା ବେଳେ ସେ ଭିତରେ ମୁକ୍ତି ଲାଭ କରିବାକୁ ଯାଉଛି ଅଞ୍ଜନେୟ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ପ୍ରଡକସନର ପଞ୍ଚମ ଅବଦାନ ସିନେମା ତିତଲି। ପ୍ରଭାତ କୁମାର ପ୍ରଧାନ ଓ ଶିଶିର ଚନ୍ଦ୍ର ଦାସଙ୍କ ପ୍ରଯୋଜିତ ଏହି ନୂଆ ଓଡ଼ିଆ ସିନେମା ସେପ୍ଟେମ୍ବର ୩୦ରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବାକୁ ଯାଉଛି ।

ସୂଚନା ଅନୁସାରେ, କାହାଣୀକାର ଦେବିଦତ୍ତ ମହାନ୍ତିଙ୍କ କାହାଣୀକୁ ନେଇ ଏସ କେ ମୁରଲୀଧରନଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଛି ଏହି ସିନେମା ତିତଲି ସିନେମାଟିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ନାମକରା ସଙ୍ଗୀତଜ୍ଞ ପ୍ରେମାନନ୍ଦ। ଭିନ୍ନ ସ୍ୱାଦର ପ୍ରେମ କାହାଣୀ ଏଥିରେ ଦେଖିବାକୁ ମିଳିବ ଓ ଏହା ସହ ଏହି ଚଳଚ୍ଚିତ୍ରରେ ଚମତ୍କାର ଭାବେ ପ୍ରୟୋଗ ହୋଇଛି ସାମାଜିକ ଚଳଣି, ଓଡ଼ିଆ ସଂସ୍କୃତି ଓ ମୌଳିକ ଓଡ଼ିଆ କଥାବସ୍ତୁ। ଦିବ୍ୟା, ତୁଷାର, ମିହିର ଦାସ, ପ୍ରତିଭା ପଣ୍ଡା, ପ୍ରୀତିରାଜ, ହାଡୁ, ଜୀବନ ପଣ୍ଡା ପ୍ରମୁଖ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ପୂର୍ବରୁ ଏହି ପ୍ରଡକ୍ସନ ବ୍ୟାନରରେ ବ୍ୟାଡ଼ ଗାର୍ଲ, ଧର୍ମ, ଭୈରବ, ଦେବଦାସ ଭଳି ସୁପରହିଟ ସିନେମା ନିର୍ମାଣ ହୋଇସାରିଥିବା ବେଳେ ପଞ୍ଚମ ଅବଦାନ ଭାବେ ବଜାରକୁ ଆସୁଛି ତିତଲି। ପୂର୍ବ ସିନେମାକୁ ଦର୍ଶକ ବେଶ ପସନ୍ଦ କରିଥିବା କାରଣରୁ ଏହି ସିନେମାକୁ ବି ସେମିତି ଭଲ ପାଇବା ମିଳିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ପ୍ରଯୋଜନା ସଂସ୍ଥା ତରଫରୁ କୁହାଯାଇଛି ଯେ, ଏହି ସିନେମାଟି କୌଣସି ସିନେମାର ଅନୁକରଣରେ ନିର୍ମିତ ହୋଇନାହିଁ । ବରଂ ଏଥିରେ ମୌଳିକ କାହାଣୀ ସହିତ ସମୟପଯୋଗୀ ନିର୍ଦେଶନାକୁ ପ୍ରାଥମିକତା ଦିଆଯାଇଛି ।
Published by:Soumyashree Mishra
First published: