News18 Odia Digital
ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଭଉଣୀ କ୍ରିଷ୍ଣା ଶ୍ରଫ ହୁଏତ ଇଣ୍ଡଷ୍ଟ୍ରିର ଏକ ଅଂଶ ହୋଇନପାରନ୍ତି, କିନ୍ତୁ ପ୍ରାୟତଃ ଚର୍ଚ୍ଚାରେ ରହିଥା’ନ୍ତି। ଅନେକ ଥର, କ୍ରୀଷ୍ଣାଙ୍କ ବିଷୟରେ ସମସ୍ତ ପ୍ରକାରର ଖବର ଅଜାଣତରେ ବାହାରକୁ ଆସେ। ବେଳେବେଳେ ତାଙ୍କୁ ଏସବୁ ଭଲ ଲାଗେ, କିନ୍ତୁ ବେଳେବେଳେ ସେ ବିରକ୍ତ ହୋଇଯାଆନ୍ତି।
ଫିଟନେସ ଫ୍ରାକ କ୍ରିଷ୍ଣା ଶ୍ରଫ ତାଙ୍କ ପିତା ଜ୍ୟାକି ଶ୍ରଫ୍ ଓ ଭାଇ ଟାଇଗର ଶ୍ରଫଙ୍କ ଭଳି ଅଭିନୟରେ କ୍ୟାରିୟର କରିବାକୁ ଚାହୁଁନାହାଁନ୍ତି। ସେ ଫିଟନେସ୍ ଇଣ୍ଡଷ୍ଟ୍ରିରେ କିଛି ଅଲଗା କରିବାକୁ ଚାହୁଁଛନ୍ତି, ଯେହେତୁ ସେ ଫିଲ୍ମ ପରିବାରର ଅଟନ୍ତି, ତେଣୁ ତାଙ୍କର ପ୍ରତ୍ୟେକ ଗତିବିଧି ଗଣମାଧ୍ୟମ ତଦାରଖ କରେ। ଏସବୁ ଯୋଗୁଁ କ୍ରିଷ୍ଣାଙ୍କୁ ରାଗ ଲାଗିଥାଏ। କିଛି ଦିନ ପୂର୍ବରୁ ଯେତେବେଳେ କ୍ରିଷ୍ଣାଙ୍କର ବ୍ରେକଅପ୍ ହୋଇଥିଲା, ସେଠାରେ ଅନେକ ଆଲୋଚନା ହୋଇଥିଲା। ସେ ଏପରି ଜିନିଷଠାରୁ ଦୂରରେ ରହିବାକୁ ଚାହାଁନ୍ତି, କିନ୍ତୁ କରିପାରିବେ ନାହିଁ। ଏ ବିଷୟରେ ଖୋଲାଖୋଲି ଭାବେ କଥାବାର୍ତ୍ତା କରି ତାଙ୍କ କଷ୍ଟ ଦର୍ଶକଙ୍କ ସହ ସେୟାର କରିଛନ୍ତି।
ଗଣମାଧ୍ୟମ ସହ କଥାବାର୍ତ୍ତା କରି କ୍ରିଷ୍ଣା କହିଛନ୍ତି ଯେ 'ସତ କହିବାକୁ ଗଲେ ବର୍ତ୍ତମାନ ଏହା ଏକ ଅଭ୍ୟାସରେ ପରିଣତ ହୋଇଛି। ପୂର୍ବରୁ ମୁଁ ଏକ ବଡ ପରିବର୍ତ୍ତନ କରିଥିଲି। ମୁଁ ମିଛ କହିବି ନାହିଁ, କିନ୍ତୁ ମୁଁ କହିବାକୁ ଚାହେଁ ଯେ ମୁଁ ବ୍ୟକ୍ତିଗତ ହେବାକୁ ପସନ୍ଦ କରେ। ସୋସିଆଲ ମିଡିଆ ନାମରେ ଇନଷ୍ଟାଗ୍ରାମ ହେଉଛି ଏକମାତ୍ର ପ୍ଲାଟଫର୍ମ ଯେଉଁଥିରେ ମୁଁ ସକ୍ରିୟ ଅଛି। ମୁଁ ଏହା ଉପରେ ମୋର ଫଟୋ ସେୟାର କରିଚାଲିଛି। ବେଳେବେଳେ ଗଣମାଧ୍ୟମର ଅତ୍ୟଧିକ ହସ୍ତକ୍ଷେପ ମୋତେ ବ୍ୟଥିତ କରେ। ମୁଁ ଜାଣେ ଯେ ମୋ ପରିବାର ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅଟେ ତେଣୁ ମୋତେ ଏହାର ଏକ ଅଂଶ ହେବାକୁ ପଡିବ। ଏହାର ବର୍ତ୍ତମାନ ଅଧିକ ପ୍ରଭାବ ନାହିଁ। ମୁଁ କେବଳ ବୁଝିସାରିଛି ଯେ ଏହା ମୋ ଜୀବନର ଏକ ଅଂଶ। ଯଦି ଲୋକମାନେ ମୋ ଜୀବନ ବିଷୟରେ ଜାଣିବାକୁ ଚାହାଁନ୍ତି ତେବେ ଏହା ଭଲ ଅଟେ।
ଫିଟନେସ୍ ଓ ଗ୍ଲାମର ଦୃଷ୍ଟିରୁ କ୍ରିଷ୍ଣା ଅନେକ ବଲିଉଡ ଅଭିନେତ୍ରୀଙ୍କୁ ମାତ ଦେଉଥିବାର ନଜର ଆସିଛନ୍ତି। ନିକଟରେ ଏକ ମ୍ୟୁଜିକ ଭିଡିଓରେ ଡେବ୍ୟୁ କରିଥିଲେ। କ୍ରିଷ୍ଣା ପ୍ରାୟତଃ ଦିଶା ପାଟାନି ଓ ତାଙ୍କ ଭାଇ ଟାଇଗରଙ୍କ ସହ ସମୟ ବିତାଉଥିବାର ଦେଖାଯାଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।