Tiger-Disha Breakup: ବିବାହ କରିବାକୁ କହିଲେ ଦିଶା; ବ୍ରେକଅପ କରିଦେଲେ ଟାଇଗର

ଦିଶା ଅନୁଭବ କରିଥିଲେ ଯେ ବର୍ତ୍ତମାନ ସେମାନେ ବିବାହ କରିବା ଉଚିତ୍। କିନ୍ତୁ ଟାଇଗର ଏପର୍ଯ୍ୟନ୍ତ ବିବାହ ପାଇଁ ପ୍ରସ୍ତୁତ ନଥିଲେ।

ଦିଶା ଓ ଟାଇଗର (ପ୍ରତୀକାତ୍ମକ ଛବି)

ଦିଶା ଓ ଟାଇଗର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଦିଶା-ଟାଇଗର ସେମାନଙ୍କ ୬ ବର୍ଷ ସମ୍ପର୍କରେ ଡୋରି ବାନ୍ଧିଛନ୍ତି। ଦୁହିଁଙ୍କ ମଧ୍ୟରେ ଏପରି କ’ଣ ହେଲା । ଯେଉଁଥିପାଇଁ ଦୁହେଁ ହଠାତ୍‌ ଅଲଗା ହେବାର ନିଷ୍ପତ୍ତି ନେଲେ। ଶୁଣାଯାଉଛି ବାହାଘର କଥାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ି ଯାଇଛି। ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଖବର ଭାଇରାଲ୍‌ ହେବାରେ ଲାଗିଛି। ହେଲେ ଦୁଇ ଜଣଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ଟାଇଗରଙ୍କ ଜଣେ ବନ୍ଧୁଙ୍କ କହିବାନୁଯାୟୀ  ଟାଇଗର ଓ ଦିଶାଙ୍କ ମଧ୍ୟରେ ବ୍ରେକଅପ୍ ହେବାର କାରଣ ହେଉଛି ବିବାହ। ତାଙ୍କ ବନ୍ଧୁଙ୍କ ଅନୁଯାୟୀ, ଜ୍ୟାକି ଶ୍ରଫ ଓ ତାଙ୍କ ପତ୍ନୀ ଆୟେଶା ଅଲଗା ରହିବା ଆରମ୍ଭ କରିବା ଦିନଠାରୁ ଟାଇଗର ଦିଶାଙ୍କ ସହ ଲିଭ-ଇନ୍‌ ସମ୍ପର୍କରେ ଥିଲେ। ଦୁହିଁଙ୍କ ସମ୍ପର୍କ ଦୀର୍ଘ ଦିନ ଧରି ରହିଆସିଥିଲା ​​ଓ ଦିଶା ଅନୁଭବ କରିଥିଲେ ଯେ ବର୍ତ୍ତମାନ ସେମାନେ ବିବାହ କରିବା ଉଚିତ୍। କିନ୍ତୁ ଟାଇଗର ଏପର୍ଯ୍ୟନ୍ତ ବିବାହ ପାଇଁ ପ୍ରସ୍ତୁତ ନଥିଲେ। ଦିଶା ମଧ୍ୟ ଟାଇଗରଙ୍କ ସହ ଏ ବିଷୟରେ କଥା ହୋଇଥିଲେ କିନ୍ତୁ ପ୍ରତ୍ୟେକ ଥର ତାଙ୍କର ଉତ୍ତର 'ନା' ଥିଲା।

ଟାଇଗରଙ୍କ ବନ୍ଧୁଙ୍କ ଅନୁଯାୟୀ ଦିଶା ଏହି ବ୍ରେକଅପ୍ କୁ ବହୁତ ସକରାତ୍ମକ ଢ଼ଙ୍ଗରେ ନେଇଛନ୍ତି। ସେ ଟାଇଗରଙ୍କ ଉପରେ ରାଗି ନାହାଁନ୍ତି। ଏଥି ସହିତ ସେ ଏହା ମଧ୍ୟ କହିଛନ୍ତି ଯେ କିଏ ଜାଣେ ଯେ କିଛି ସମୟ ପରେ ଦୁହେଁ ପୁଣି ଏକାଠି ହେବେ।

ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଜ୍ୟାକି ଶ୍ରଫ୍ ଦୁହିଁଙ୍କ ସମ୍ପର୍କ ଉପରେ ନୀରବତା ଭାଙ୍ଗିଥିଲେ।  ସେ କହିଥିଲେ, 'ଟାଇଗର ଓ ଦିଶା ସର୍ବଦା ବନ୍ଧୁ ଥିଲେ ଓ ଏବେ ମଧ୍ୟ ଅଛନ୍ତି।  ମୁଁ ତଥାପି ସେମାନଙ୍କୁ ଏକାଠି ବାହାରକୁ ଯାଉଥିବାର ଦେଖୁଛି। ମୁଁ ସେମାନଙ୍କର ବ୍ୟକ୍ତିଗତ ଜୀବନ ଉପରେ ହସ୍ତକ୍ଷେପ କରିବାକୁ ଚାହେଁ ନାହିଁ। କିନ୍ତୁ ମୁଁ ଭାବୁଛି ସେମାନେ ବହୁତ ଭଲ ବନ୍ଧୁ। କାମ ବ୍ୟତୀତ, ସେମାନେ ମଧ୍ୟ ପରସ୍ପର ସହିତ ସମୟ ବିତାଇବାକୁ ପସନ୍ଦ କରନ୍ତି।
Published by:Soumya Das
First published: