News 18 Odia Digital
ମୁମ୍ବାଇ: ଅଭିନେତା ସଲମାନ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ଙ୍କ ଫିଲ୍ମ ‘ଏକ୍ ଥା ଟାଇଗର’କୁ ୧୦ ବର୍ଷ ପୂରଣ ହୋଇଛି। ଦର୍ଶକମାନେ ଏହି ଫିଲ୍ମର ତୃତୀୟ ଭାଗକୁ ନେଇ ଦେଖିବାକୁ ଉତ୍ସାହିତ ଅଛନ୍ତି। ଇତିମଧ୍ୟରେ ‘ଟାଇଗର ୩’ ଫିଲ୍ମ ଆସନ୍ତା ବର୍ଷ ରିଲିଜ୍ ହେବା ନେଇ ସୂଚନା ସାମ୍ନାକୁ ଆସିଛି। ବର୍ତ୍ତମାନ ଫିଲ୍ମର ୧୦ ବର୍ଷ ପୂରଣ ଅବସରରେ ନିର୍ମାତା ଏହାର ତୃତୀୟ ଭାଗର ଟିଜର ଲଞ୍ଚ୍ କରିଛନ୍ତି। ସାମ୍ନାକୁ ଆସିଥିବା ଫିଲ୍ମର ଟିଜରରେ ସୁପରଷ୍ଟାର ସଲମାନ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିକା କୈଫ୍ ପୁଣି ଥରେ ଆକ୍ସନ ମୁଡ୍ରେ ନଜର ଆସୁଛନ୍ତି।
କ୍ୟାଟ୍ରିନା କୈଫ୍ ନିଜ ଅଫିସିଆଲ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ୍ ସେୟାର କରିଛନ୍ତି। ଯେଉଁଥିରେ ସେ ଫିଲ୍ମର ରିଲିଜ୍ ଡେଟ୍ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହାସହ ସେ କ୍ୟାପସନରେ ଲେଖିଛନ୍ତି, ‘‘ଟାଇଗର ଓ ଜୋୟାର କାହାଣୀକୁ ୧୦ ବର୍ଷ ପୂରଣ ହୋଇଛି। ଆଗାମୀ ଫିଲ୍ମ ଟାଇଗର ୩, ଇଦ୍ ୨୦୨୩ରେ ସିନେମା ଘରେ ହିନ୍ଦୀ, ତାଲିମ ଓ ତେଲୁଗୁରେ ରିଲିଜ ହେବାକୁ ଯାଉଛି।’’
ସଲମାନ ଓ କ୍ୟାଟ୍ରିନା ଷ୍ଟାରର୍ ଏହି ଫିଲ୍ମର ପ୍ରଥମ ଭାଗ ‘ଏକ୍ ଥା ଟାଇଗର’ ୨୦୧୨ରେ ରିଲିଜ୍ ହୋଇଥିଲା। ଏହାର ୫ ବର୍ଷ ପରେ ଅର୍ଥାତ୍ ୨୦୧୭ରେ ‘ଟାଇଗର ଜିନ୍ଦା ହୈ’ ରିଲିଜ୍ ହୋଇଥିଲା, ଯାହାକୁ ଦର୍ଶକମାନେ ବେଶ୍ ପସନ୍ଦ କରିଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।