Deepavali: ଏ ଥର ଦୀପାବଳୀରୁ ଏହି ୫ଟି ରାଶି ପାଇଁ ଅତି ଶୁଭ ଫଳ ଆରମ୍ଭ ହେଉଛି

Deepavali 2021: This Deepavali is going to bring great times for 5 zodiac signs of astrology | ଏ ବର୍ଷ ଦୀପାବଳୀରେ ସୂର୍ଯ୍ୟ, ବୁଧ, ମଙ୍ଗଳ ଓ ଚନ୍ଦ୍ର ଗୋଟିଏ ରାଶିରେ ବସୁଛନ୍ତି । ସେଥି ପାଇଁ ଚତୁର୍ଗ୍ରହୀ ଯୋଗ ସୃଷ୍ଟି ହେଉଛି । ଜାଣନ୍ତୁ ଏହି ଚତୁର୍ଗ୍ରହୀ ଯୋଗ ଯୋଗୁଁ କେଉଁ କେଉଁ ରାଶିର ଭାଗ୍ୟୋଦୟ ହେବା ନିଶ୍ଚିତ ।

ଗୋଟିଏ ରାଶିରେ ଚାରିଟି ଗ୍ରହର ଉପସ୍ଥିତି ଯୋଗୁଁ ଚତୁର୍ଗ୍ରହୀ ଯୋଗ ସୃଷ୍ଟି ହେଉଛି ।

ଗୋଟିଏ ରାଶିରେ ଚାରିଟି ଗ୍ରହର ଉପସ୍ଥିତି ଯୋଗୁଁ ଚତୁର୍ଗ୍ରହୀ ଯୋଗ ସୃଷ୍ଟି ହେଉଛି ।

  • Share this:
News18 Odia Digital

ଭୁବନେଶ୍ୱର: କରୋନା ଭାଇରସର କଷ୍ଟଦାୟକ ସମୟ ପରେ ଏବେ ଦୀପାବଳୀକୁ (Deepavali 2021) ନେଇ ସମସ୍ତେ ଉତ୍ସାହିତ ଅଛନ୍ତି । ଏହି ପବିତ୍ର ପର୍ବ ପ୍ରତି ବର୍ଷ କାର୍ତ୍ତିକ ମାସର ଅମାବାସ୍ୟା ଦିନ ପାଳିତ ହୁଏ । ଦୀପାବଳୀ ବା ଦିୱାଲୀ (Diwali 2021) ଦିନ ପ୍ରଭୁ ଗଣେଶ ଓ ମା’ ଲକ୍ଷ୍ମୀଙ୍କ ପୂଜା ରୀତିନୀତି ଅନୁଯାୟୀ କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ବର୍ଷ ଦୀପାବଳୀରେ ଗ୍ରହମାନଙ୍କର ଏକ ବିଶେଷ ସଂଯୋଗ ହେବାକୁ ଯାଉଛି ।

ଗ୍ରହମାନଙ୍କର ଏହି ସଂଯୋଗ ଯୋଗୁଁ କେତେକ ରାଶିଙ୍କର ଶୀଘ୍ର ଭାଗ୍ୟୋଦୟ ହେବାକୁ । ଏହି ବର୍ଷ ଦୀପାବଳୀରେ ସୂର୍ଯ୍ୟ, ବୁଧ, ମଙ୍ଗଳ ଓ ଚନ୍ଦ୍ର ଗୋଟିଏ ରାଶିରେ ବସୁଛନ୍ତି । ସେହି ରାଶିଟି ହେଉଛି ତୁଳା ରାଶି । ଗୋଟିଏ ରାଶିରେ ଏହି ଚାରିଟି ଗ୍ରହର ଉପସ୍ଥିତି ଯୋଗୁଁ ଚତୁର୍ଗ୍ରହୀ ଯୋଗ ସୃଷ୍ଟି ହେଉଛି ।ଆସନ୍ତୁ ଜାଣିବା ଏହି ଚତୁର୍ଗ୍ରହୀ ଯୋଗ ଯୋଗୁଁ କେଉଁ କେଉଁ ରାଶିର ଭାଗ୍ୟୋଦୟ ହେବା ନିଶ୍ଚିତ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ଡବଲ୍‌ ମର୍ଡ଼ର: ନାବାଳକ ପୁଅ ଓ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ; ପୋଲିସ ତାକୁ ଅଟକ ରଖିଛି

 ମିଥୁନ ରାଶି

ଆପଣଙ୍କୁ ଚାକିରିରେ ପଦୋନ୍ନତି ମିଳିବାର ସମ୍ଭାବନା ବଢ଼ିବ ।

ଆପଣଙ୍କ ସମ୍ମାନ ବୃଦ୍ଧି ପାଇବ ।

ଆପଣ ଗୋଟିଏ ଗାଡି କିଣି ପାରନ୍ତି ।

ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ଆପଣଙ୍କ ବୈବାହିକ ଜୀବନ ସୁଖୀ ହେବ ।

ଆପଣ ନିଜ ପରିବାର ସଦସ୍ୟମାନଙ୍କ ସହିତ ଭଲ ସମୟ ବିତାଇବେ ।

ଆପଣଙ୍କୁ କାରବାରରୁ ଲାଭ ମିଳିବ ।

ମା’ ଲକ୍ଷ୍ମୀଙ୍କର ଶୁଭ ଦୃଷ୍ଟି ଆପଣଙ୍କ ଉପରେ ରହିବ ।

ଏହା ବି ପଢ଼ନ୍ତୁ | ‘‘ସରିଭଲ ଥିବ, ବାଏ…’’: କଲେଜ ହଷ୍ଟେଲରେ ମୃତ୍ୟୁ ପୂର୍ବରୁ ଲେଖିଥିଲେ ବଲାଙ୍ଗିରର ଛାତ୍ରୀ

କର୍କଟ ରାଶି

ଆପଣଙ୍କୁ ଚାକିରି ସମ୍ବନ୍ଧୀୟ ଭଲ ଖବର ମିଳିବ ।

ଆପଣ ଆୟରେ ବୃଦ୍ଧି ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିପାରିବେ ।

ଆପଣ ନିଜ ଜୀବନସାଥୀଙ୍କ ସହିତ ଭଲ ସମୟ ବିତାଇବେ ଓ ସେହି କାରଣରୁ ଅଧିକ ସୁଖୀ ହେବେ ।

ଶିକ୍ଷା କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ଏ ଥର ଉତ୍ସାହରେ କମି ହେବ ନାହିଁ ।

ଆପଣଙ୍କ ପାଇଁ ଏହି ସମୟରେ ବିନିଯୋଗ ଲାଭଦାୟକ ହେବ ।

ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ଜୟ ଜଗନ୍ନାଥ, ରସଗୋଲା ଆମର’’: ରିଆଲିଟି ଶୋରେ ଓଡ଼ିଶାର ରସଗୋଲା! ଚର୍ଚ୍ଚାରେ ଓଡି଼ଆ ଝିଅ

କନ୍ୟା ରାଶି

ଆପଣଙ୍କ ସ୍ଥଗିତ କାର୍ଯ୍ୟ ସମାପ୍ତ ହେବ ।

ଆପଣ କର୍ମକ୍ଷେତ୍ରରେ ଅଧିକ ସମ୍ମାନ ପାଇବେ ।

ଆପଣ ଯାତ୍ରାରେ ଲାଭ ପାଇବାର ସମ୍ଭାବନା ବଢ଼ିବ ।

ଆପଣଙ୍କ ଆୟ ବୃଦ୍ଧି ପାଇପାରେ ।

ଆପଣଙ୍କ କାମ ପ୍ରଶଂସିତ ହେବ ।

ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ ।

ଆପଣଙ୍କ ଚାକିରି ଓ ବ୍ୟବସାୟ ପାଇଁ ଏହି ସମୟ ଶୁଭ ।

ଏହା ବି ପଢ଼ନ୍ତୁ | ନିଜ ସ୍ତ୍ରୀକୁ ଜଣେ ୫୫-ବର୍ଷୀୟ ବ୍ୟକ୍ତିକୁ ବିକିଦେଲା ବଲାଙ୍ଗିରର ଯୁବକ; ସେହି ଟଙ୍କାରେ ମୋବାଇଲ୍ ଫୋନ୍ କିଣିଲା

ଧନୁ ରାଶି 

ଆପଣ ଏବେ ଆଗଠାରୁ ଭଲ ଫଳାଫଳ ପାଇବେ ।

ଏହି ସମୟ ମଧ୍ୟରେ ଆପଣଙ୍କ ଚାକିରିରେ ପ୍ରଗତିର ସମ୍ଭାବନା ବଢ଼ିବ ।

ଆପଣ ଏକ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି ।

ବ୍ୟବସାୟୀମାନେ ଭଲ ଲାଭ ପାଇବେ ।

ଆପଣ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇବେ ।

ଆପଣଙ୍କୁ ଧନ ଲାଭ ହେବ, ଯେଉଁଥି ପାଇଁ ଆପଣଙ୍କ ଆର୍ଥିକ ଦିଗ ସୁଦୃଢ଼ ହେବ ।

ଶିକ୍ଷା କ୍ଷେତ୍ର ସହିତ ଜଡି଼ତ ଲୋକଙ୍କ ପାଇଁ ଏହି ସମୟ ଅଧିକ ଶୁଭ ବୋଲି କୁହାଯାଇପାରେ ।

ଏହା ବି ପଢ଼ନ୍ତୁ | ମମିତା ମେହେରଙ୍କୁ ତଣ୍ଟି ଚିପି ମାରିବା ପରେ ମୃତ ଦେହକୁ JCBରେ ଖଣ୍ଡ ଖଣ୍ଡ କରିଥିଲା ଗୋବିନ୍ଦ ସାହୁ

ମକର ରାଶି

ଆପଣଙ୍କ ପାଇଁ ଧନ ଲାଭର ଯୋଗ ଅଛି, ଯାହା ଆପଣଙ୍କ ଆର୍ଥିକ ଦିଗକୁ ମଜବୁତ କରିବ ।

ଆପଣଙ୍କ ପ୍ରତିଷ୍ଠା ଓ ପଦବୀରେ ବୃଦ୍ଧି ଘଟିବ ।

ଆପଣଙ୍କ ଚାକିରି ଓ ବ୍ୟବସାୟରେ ଲାଭର ସମ୍ଭାବନା ଅଛି ।

ଶିକ୍ଷା କ୍ଷେତ୍ର ସହିତ ଜଡି଼ତ ଲୋକେ ଶୁଭ ଫଳାଫଳ ପାଇବେ ।

ଆପଣଙ୍କ ବିବାହିତ ଜୀବନ ସୁଖୀ ହେବ ।

କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ ।

ଆପଣ ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ ।

ଏହା ବି ପଢ଼ନ୍ତୁ | ଭଦ୍ରକରେ ପିଶାଚ ବାପାର ନାରକୀୟ କାଣ୍ଡ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଶିଶୁ କନ୍ୟାର ଯୌନାଙ୍ଗକୁ କାଟିଲା

(Disclaimer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷ ଶାସ୍ତ୍ରୀୟ ବିଶ୍ୱାସ ଓ ଗଣନା ଉପରେ ଆଧାରିତ । News18 Odia Digital ଏହାର ସଠିକତା ଓ ନିଶ୍ଚିତତା ଦାବି କରେ ନାହିଁ । ବିସ୍ତୃତ ଓ ଅଧିକ ସୂଚନା ପାଇଁ ଦୟାକରି ସମ୍ପୃକ୍ତ କ୍ଷେତ୍ରର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।)
Published by:Anand S.T. Das
First published: