ଭାଇଙ୍କ ସହ ଫଟୋରେ ନଜର ଆସୁଥିବା ଏହି କ୍ୟୁଟ ଗର୍ଲ ହେଉଛନ୍ତି ବଲିଉଡର ଫେମସ ଅଭିନେତ୍ରୀ; ଜାଣନ୍ତୁ କିଏ?

କିଛି ଦିନରୁ ସୋସିଆଲ ମିଡ଼ିଆ ଏକ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି। ଆଉ ଏହି ଫଟୋରେ ନଜର ଆସୁଥିବା କ୍ୟୁଟ ଗର୍ଲ ଆଜି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ।

ବଲିଉଉ ଅଭିନେତ୍ରୀଙ୍କ ପିଲାବେଳ ଫଟୋ ଭାଇରାଲ

ବଲିଉଉ ଅଭିନେତ୍ରୀଙ୍କ ପିଲାବେଳ ଫଟୋ ଭାଇରାଲ

  • Share this:
News18 Odia Digital

ମୁମ୍ବାଇ: ବଲିଉଡ ସେଲିବ୍ରିଟିଙ୍କ ଏପରି ଫଟୋ ସୋସିଆଲ ମିଡଡିଆରେ ପ୍ରାୟତଃ ଭାଇରାଲ ହୁଏ, ସେମାନଙ୍କୁ ଚିହ୍ନିବା ବହୁତ କଷ୍ଟ ହୋଇଯାଏ। ଅଧିକାଂଶ ଫଟୋ ବଲିଉଡ ସେଲିବ୍ରିଟଙ୍କ ପିଲାଦିନରୁ, ଯାହାକୁ ଚିହ୍ନିବାରେ ଫ୍ୟାନ୍ସ ବୁଦ୍ଧି ଖର୍ଚ୍ଚ କରିବାକୁ ପଡ଼େ। ଇତିମଧ୍ୟରେ ଇଣ୍ଟରନେଟରେ ଜଣେ ଅଭିନେତ୍ରୀଙ୍କ ପିଲାଦିନର ଫଟୋ ସାମ୍ନାକୁ ଆସିଛି, ଯାହାକୁ ଫ୍ୟାନ୍ସ ଚିହ୍ନିବାକୁ ଚେଷ୍ଟା କରୁଛନ୍ତି। ଭାଇରାଲ ହେଉଥିବା ଫଟୋରେ, ଆପଣ ଏକ ସୁନ୍ଦର କ୍ୟୁଟ ଗର୍ଲ ଦେଖିବାକୁ ପାଇବେ। ଏହି କ୍ୟୁଟ ଝିଅଟି ଏତେ ସୁନ୍ଦର ଯେ ତୁମେ ତାଙ୍କ ଉପରେ ହୃଦୟ ହାରି ବସିବ। ହେଲେ କହିପାରିବ କି ଏହି ଝିଅ କିଏ?

ଯଦି ନୁହେଁ ତାହାଲେ ଆମେ ଜଣାଇ ଦେଉଛୁ ଯେ ଏ ଆଉ କେହି ନୁହଁନ୍ତି ଏ ହେଉଛନ୍ତି ବଲିଉଡର ଚୁଲବୁଲି ଅଭିନେତ୍ରୀ ରାନୀ ମୁଖାର୍ଜୀ। ତାଙ୍କ ସହ ଦେଖାଯାଇଥିବା ବାଳକ ହେଉଛି ତାଙ୍କ ଭାଇ ରାଜ ମୁଖାର୍ଜୀ।

ଫିଲ୍ମ ଇଣ୍ଡଷ୍ଟ୍ରିର ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ରାନୀ ମୁଖାର୍ଜୀଙ୍କ ନାମ ଅନ୍ୟତମ, ଯିଏକି ସେମାନଙ୍କ ଅଭିନୟ ବ୍ୟତୀତ ନିଜର ଅନ୍ଦାଜ ପାଇଁ ମଧ୍ୟ ବେଶ୍ ଜଣାଶୁଣା। ରାନୀଙ୍କୁ କେବଳ ଇଣ୍ଡଷ୍ଟ୍ରିର ରାନୀ କୁହାଯାଏ ନାହିଁ। ରାନୀ ତାଙ୍କ ଫିଲ୍ମ କ୍ୟାରିୟରରେ ଏକରୁ ଅଧିକ ହିଟ୍ ଫିଲ୍ମରେ କାମ କରିଛନ୍ତି, ଯାହା ତାଙ୍କୁ ଲୋକପ୍ରିୟ ଅଭିନେତ୍ରୀର ମାନ୍ୟତା ଦେଇଛି। ଆଜି ବି ଦର୍ଶକ ରାନୀଙ୍କ ଶକ୍ତିଶାଳୀ ସ୍ୱର ଓ ତାଙ୍କ ବିନ୍ଦାସ ଅନ୍ଦାଜରେ ଦିୱାନା।

ବ୍ୟକ୍ତିଗତ ଜୀବନ ବିଷୟରେ ଯଦି କଥା ହେବା ତାହାଲେ ରାନୀ ମୁଖାର୍ଜୀ ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିଛନ୍ତି, ଯାହାଙ୍କ ସହ ତାଙ୍କର ଆଦିରା ନାମକ ଏକ ସୁନ୍ଦର ଝିଅ ଅଛି।

ପ୍ରକାଶ ଥାଉକି ନିକଟରେ ରାନୀଙ୍କୁ ସୈଫ ଅଲ୍ଲି ଖାନ, ସିଦ୍ଧାନ୍ତ ଚତୁର୍ବେଦି ଓ ଶାରଭାରୀ ୱାଗଙ୍କ ସହ ‘‘ବଣ୍ଟି ଔର ବାବଲି ୨’ରେ ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ, ରାନୀ ମୁଖାର୍ଜୀ ‘ମର୍ଦାନି ୩’ରେ ନଜର ଆସିବେ।
Published by:Lipina Das
First published: