ସରିନି ସଂଳାପ: ବଲିଉଡ ଷ୍ଟାର୍‌ଙ୍କ ବାହୁଡ଼ା ବର୍ଷ

୨୦୨୩ ଅନେକ ବଲିଉଡ ଷ୍ଟାରଙ୍କ ପାଇଁ ବାହୁଡ଼ାର ବର୍ଷ ହେବାକୁ ଯାଉଛି । ଲମ୍ବା ବ୍ରେକ୍‌ ପରେ ବଲିଉଡର ରୁପେଲି ପରଦା ସୁନେଲି ରଙ୍ଗ ମାଖିବାକୁ ଆସୁଛନ୍ତି ବଛାବଛା କଳାକାର ।

ସରିନି ସଂଳାପ: ବଲିଉଡ ଷ୍ଟାର୍‌ଙ୍କ ବାହୁଡ଼ା ବର୍ଷ

ସରିନି ସଂଳାପ: ବଲିଉଡ ଷ୍ଟାର୍‌ଙ୍କ ବାହୁଡ଼ା ବର୍ଷ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

Bollywood News: ବିତିଯାଇଛି ଗୋଟିଏ ଯୁଗ । ୧୨ ବର୍ଷ ପରେ ପୁଣି ଥରେ ବଲିଉଡ ଜଗତରେ ପାଦ ଥାପିବାକୁ ଆସୁଛନ୍ତି ଫାରଦିନ ଖାନ୍‌ । ସଂଜୟ ଗୁପ୍ତାଙ୍କ ନିର୍ଦେଶିତ ଫିଲ୍ମ ‘ବିସ୍ଫୋଟ’ରେ ଖୁବ୍‌ଶୀଘ୍ର ଚମତ୍କାର ଅଭିନୟ (acting) ଦେଖାଇବେ ଫାରଦିନ । ୧୨ ବର୍ଷ ତଳେ ଶାହରୁଖ ଖାନ୍‌ ଓ ସୁସ୍ମିତା ସେନ୍‌ଙ୍କ ସହ ‘ଦୁଲ୍‌ହା ମିଲ୍‌ ଗୟା’ରେ ଫାର୍‌ଦିନଙ୍କ ଅଭିନୟ ଦେଖିବାକୁ ମିଳିଥିଲା ।

୭ ବର୍ଷର ବିରତିରେ ଫୁଲ୍‌ଷ୍ଟପ୍‌ ଦେଇ ପୁଣି ବଲିଉଡ୍‌କୁ ଫେରୁଛନ୍ତି ଅଭିନେତ୍ରୀ ଜୟା ବଚ୍ଚନ । କରନ ଜୋହରଙ୍କ ନିର୍ଦେଶିତ ‘ରକି ଔର ରାନୀ କୀ ପ୍ରେମ କାହାନୀ’ରେ ଅଭିନୟର ଯାଦୁ ଦେଖାଇବେ ଜୟା । ୨୦୧୬ରେ ‘କୀ ଆଣ୍ଡ କା’ରେ ଜୟାଙ୍କୁ ଏକ ସଂକ୍ଷିପ୍ତ ଭୂମିକାରେ ଦେଖିବାକୁ ମିଳିଥିଲା ।

ବାର ବର୍ଷ ପରେ ଏବର୍ଷ ‘ଗୁଲମୋହର’ ନାମକ ଫିଲ୍ମରେ ଦେଖିବାକୁ ମିଳିଛି ବର୍ଷୀୟାନ ଅଭିନେତ୍ରୀ ଶର୍ମିଲା ଟାଗୋରଙ୍କୁ । ଏହି ପାରିବାରିକ କାହାଣୀକୁ ନେଇ ଗତିଶୀଳ ଫିଲ୍ମରେ ଶର୍ମିଲାଙ୍କ ପ୍ରଭାବଶାଳୀ ଅଭିନୟ ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିଛି । ୨୦୧୦ରେ ‘ବ୍ରେକ୍‌ କେ ବାଦ୍‌’ ଫିଲ୍ମ ପରେ ହିଁ ସତକୁ ସତ ଗୋଟିଏ ଯୁଗର ବ୍ରେକ୍‌ (break) ନେଇ ଯାଇଥିଲେ ଶର୍ମିଲା ।

୨୦୦୩ରେ ବଲିଉଡରେ ପାଦ ଥାପିଥିବା ଜାୟେଦ ଖାନ୍‌ ଏବେ ଏକ ଚିତ୍ତାକର୍ଷକ ମନୋରଂଜନଧର୍ମୀ ଚଳଚ୍ଚିତ୍ର ‘ଦି ଫିଲ୍ମ ଦ୍ୟାଟ ନେଭର ୱାଜ୍‌’ (ଯେଉଁ ଫିଲ୍ମ କେବେ ବି ନଥିଲା) ଜରିଆରେ ପୁଣି ଫେରୁଛନ୍ତି ରୁପେଲି ପରଦାକୁ । ‘ମେଁ ହୁଁ ନା’, ‘ଶବ୍ଦ’, ‘ଦଶ୍‌’ରେ ବେଶ୍‌ ପ୍ରଶଂସା ଓ ସଫଳତା ଗୋଟାଇଥିବା ଜାୟେଦଙ୍କୁ ଶେଷ ଥର ପାଇଁ ଏକ ଟିଭି ଶୋ ‘ହାସିଲ୍‌’ରେ ଦେଖିବାକୁ ମିଳିଥିଲା ।

ବର୍ଷୀୟାନ ଅଭିନେତ୍ରୀ ହେଲେନ ଅଭିନୟ ଦେଓଙ୍କ ‘ବ୍ରାଉନ’ ଜରିଆରେ ପୁଣି ବଲିଉଡ୍‌କୁ ବାହୁଡ଼ି ଆସୁଛନ୍ତି । ଅଭିକ ବରୁଆଙ୍କ ଉପନ୍ୟାସ ‘ସିଟି ଅଫ୍‌ ଡେଥ୍‌’ (ମୃତ୍ୟୁର ସହର)କୁ ନେଇ ‘ବ୍ରାଉନ’ର କାହାଣୀ ଗତିଶୀଳ । ଗତ ୪୦ ବର୍ଷ ଭିତରେ କେତେକ ଚଳଚ୍ଚିତ୍ରରେ ହେଲେନଙ୍କୁ ଅତିଥି ଅଭିନେତା ଭାବେ ଅବଶ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ୧୯୮୩ରେ ଫିଲ୍ମରୁ ଏକ ପ୍ରକାର ଅବସର ନେଇସାରିଥିବା ହେଲେନ ପୁଣି ଥରେ ତାଙ୍କ ଅଭିନୟର ଅଭିଜ୍ଞତା ପ୍ରଦର୍ଶନ କରିବାକୁ ଯାଉଛନ୍ତି ।

ରିପୋର୍ଟ- ରାକେଶ କୁମାର ମହାନ୍ତି

ଏହି ଖବର ପଢ଼ନ୍ତୁ -  ତନ୍ତ୍ର ପୂଜାରେ ଏହି ଦମ୍ପତି ନିଜ ମୁଣ୍ଡ କାଟି ହୋମ କୁଣ୍ଡରେ ରଖିଦେଲେ, ଆଉ ତାପରେ..
Published by:Soubhagya Mishra
First published: