ସୁଇସାଇଡ କରିବାକୁ ଚାହୁଁଥିଲେ ବଲିଉଡର ଏହି ଅଭିନେତା;
- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ବାଇ: ବିବେକ ଓବରୋଇ କମ୍ପାନୀ ଏବଂ ସାଥିଆ ଭଳି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ପାଇଁ ଜଣାଶୁଣା। ବିବେକଙ୍କ କ୍ୟାରିଅର୍ ବହୁତ ଭଲ ଚାଲିଥିଲା। କିନ୍ତୁ କିଛି ବିବାଦ ହେତୁ ସେ ଫିଲ୍ମରେ ଅଭିନୟ କରିବା ଛାଡ଼ିଦେଇଥିଲେ। ନିକଟରେ ଏକ ସାକ୍ଷାତକାରରେ ବିବେକ କହିଛନ୍ତି ଯେ ଦେଢ଼ ବର୍ଷ ପର୍ଯ୍ୟନ୍ତ ତାଙ୍କ ପାଖରେ କୌଣସି କାମ ନଥିଲା। ସେ ଚଳଚ୍ଚିତ୍ର ପାଇଁ ଅଡିସନକୁ ଯାଉଥିଲେ।ଏହି ସମୟରେ ତାଙ୍କ ମନରେ ଅନେକ ଖରାପ ଚିନ୍ତାଧାରା ଆସିଥିଲା। ଏପରିକି ସେ ସବୁକିଛି ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ।
ବିବେକ କହିଥିଲେ ଯେ, ମୋ ଚାରିପାଖରେ ଥିବା ନକାରାତ୍ମକତାକୁ ନେଇ ମୁଁ ବହୁତ ବିରକ୍ତ ହୋଇଥିଲି। ମୁଁ ଭିତରୁ ପୁରା ଭାଙ୍ଗିପଡ଼ିଥିଲି। ଏହି ସମୟରେ ପ୍ରିୟଙ୍କା ମୋ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ତାଙ୍କ ହେତୁ ମୁଁ ଜାଣିବାକୁ ପାଇଲି ଯେ ମୁଁ ପ୍ରକୃତରେ କିଏ। ସେ କହିଥିଲେ ଯେ ନିଜ ଜୀବନକୁ ଶେଷ କରିବାର ଭାବିବା ମଧ୍ୟ ମୋ ପାଇଁ ବହୁତ୍ କଷ୍ଟକର ଥିଲା।
ବିବେକ ଓବରୋଇ କହିଛନ୍ତି ଯେ ଏହି ଯନ୍ତ୍ରଣାକୁ ଭୁଲିଯିବା ଏବଂ ତାଙ୍କ ମାଙ୍କଠାରୁ ଆଗକୁ ବଢିବାକୁ ସେ ସାହସ ପାଇଥିଲେ। ଅଭିନେତା କହିଛନ୍ତି ଯେ ତାଙ୍କ ମାଆ ତାଙ୍କୁ କିଛି କର୍କଟ ରୋଗରେ ଆକ୍ରାନ୍ତ ପିଲାମାନଙ୍କ ସହିତ ପରିଚିତ କରିଥିଲେ। ସେହି ପିଲାମାନେ ଏତେ ଦୁଃଖରେ ମଧ୍ୟ ଖୁସି ରହୁଥିଲେ। ଏହା ତାଙ୍କୁ ଆଗକୁ ବଢିବାକୁ ସାହସ ଦେଇଥିଲା। ଏହା ପରେ, ଚଳଚ୍ଚିତ୍ର ବ୍ୟତୀତ ବିବେକ ଓବରୋଇ OTT ସିରିଜରେ ମଧ୍ୟ ଅଭିନୟ କରିବାକୁ ଲାଗିଲେ। ନିକଟରେ ସେ ସୁନୀଲ ଶେଟ୍ଟୀଙ୍କ ଧରାବୀ ବ୍ୟାଙ୍କରେ ଦେଖାଦେଇଥିଲେ, ଯେଉଁଥିରେ ଲୋକ ତାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରିଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।