ଚଳଚ୍ଚିତ୍ର 'ଦିଲ୍ ମୋର ମାନେନା'ର ୱାର୍ଲ୍ଡ ଟିଭି ପ୍ରିମିୟର ଆସନ୍ତା ରବିବାର

ଚଳିତ ବର୍ଷର ବହୁ ଚର୍ଚ୍ଚିତ ତଥା ସୁପରହିଟ ଓଡ଼ିଆ ଚଳଚ୍ଚିତ୍ର "ଦିଲ୍ ମୋର ମାନେନା" ଆସନ୍ତା ନଭେମ୍ବର ୨୦ (ରବିବାର) ସନ୍ଧ୍ୟା ୬ : ୩୦ ମିନିଟ ସମୟରେ ୱାର୍ଲ୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି।

ଚଳଚ୍ଚିତ୍ର 'ଦିଲ୍ ମୋର ମାନେନା'ର ୱାର୍ଲ୍ଡ ଟିଭି ପ୍ରିମିୟର ଆସନ୍ତା ରବିବାର

ଚଳଚ୍ଚିତ୍ର 'ଦିଲ୍ ମୋର ମାନେନା'ର ୱାର୍ଲ୍ଡ ଟିଭି ପ୍ରିମିୟର ଆସନ୍ତା ରବିବାର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଚଳିତ ବର୍ଷର ବହୁ ଚର୍ଚ୍ଚିତ ତଥା ସୁପରହିଟ ଓଡ଼ିଆ ଚଳଚ୍ଚିତ୍ର "ଦିଲ୍ ମୋର ମାନେନା" ଆସନ୍ତା ନଭେମ୍ବର ୨୦ (ରବିବାର) ସନ୍ଧ୍ୟା ୬ : ୩୦ ମିନିଟ ସମୟରେ 'ଜୀ ସାର୍ଥକ'ରେ ୱାର୍ଲ୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି। ଓଲିଉଡର ସୁପରିଚିତ ନିର୍ଦ୍ଦେଶକ ହିମାଂଶୁ ପରିଜା(ଚଣ୍ଡୀ)ଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଚୁଲବୁଲି ନାୟିକା ଶିବାନୀ ଏବଂ ହ୍ୟାଣ୍ଡସମ ଅଭିନେତା ସ୍ଵରାଜଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଓଡ଼ିଆ ଦର୍ଶକଙ୍କୁ ବେଶ ବାନ୍ଧି ରଖିବା ବୋଲି ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି । ବସନ୍ତରାଜ ସାମଲ ଏହି ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଥିବା ବେଳେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହାକୁ ସଙ୍ଗୀତର ରୂପ ଦେଇଛନ୍ତି ଏବଂ ମାଷ୍ଟର ମୁରଲୀ ଏହାର ନୃତ୍ୟ ସଂଯୋଜନା କରିଛନ୍ତି।

ଏକ ବଳିଷ୍ଠ ପ୍ରେମ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଅନେକ ବାଧା ବିଘ୍ନ ସତ୍ତ୍ୱେ ପ୍ରେମ କିପରି ଭାବରେ ସମସ୍ତଙ୍କର ହୃଦୟ ଜିତିଛି ତାହା ହିଁ ଏହି ଚଳଚ୍ଚିତ୍ରର କାହାଣୀର ପୃଷ୍ଠଭୂମି ବୋଲି ଜୀସାର୍ଥକ ପକ୍ଷରୁ କୁହାଯାଇଛି । ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଭାବପ୍ରବଣତାରେ ବାନ୍ଧି ରଖିବା ସହ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି ନିର୍ଦ୍ଦେଶକ ଶ୍ରୀ ପରିଜା ମତବ୍ୟକ୍ତ କରିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୂର୍ବରୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ଏହି ଚଳଚ୍ଚିତ୍ରଟି ବିପୁଳ ପରିମାଣର ବ୍ୟବସାୟୀକ ସଫଳତା ପାଇ ସାରିଛି। ସେହି ପରିପ୍ରେକ୍ଷୀରେ ୱାର୍ଲ୍ଡ ଟିଭି ପ୍ରିମିୟର ସମୟରେ ମଧ୍ୟ ଏହା ଅନୁରୂପ ଫଳ ପ୍ରଦର୍ଶନ କରିବ ବୋଲି ଜୀ ସାର୍ଥକର ବ୍ୟବସାୟୀକ ମୁଖ୍ୟ ପ୍ରତୀକ ସିଲ୍ ପ୍ରକାଶ କରିଛନ୍ତି ।

Published by:Soubhagya Mishra
First published: