- News18 Odia
- Last Updated :
- Other, India
News18 Odia Digital
ଭୁବନେଶ୍ୱର: ବର୍ଷାଙ୍କ ସହ ଛାଡପତ୍ର ବିବାଦ ଭିତରେ ଅନୁଭବ ମହାନ୍ତିଙ୍କ ବିବାହ ଭିଡ଼ିଓ ବେଶ ଚର୍ଚ୍ଚାକୁ ଆସିଛି। ଅନୁଭବ ମହାନ୍ତି ଆଉଥରେ ବିବାହ କଲେ ବୋଲି ହଇଚଇ ସୃଷ୍ଟି ହୋଇଥିଲା। କିନ୍ତୁ ପ୍ରକୃତ କଥା ସାମ୍ନାକୁ ଆସିଛି।
ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ମଣ୍ଡପରେ ଅନୁଭବ ମହାନ୍ତି ଓ ଜଣେ ଝିଅଙ୍କର ବିବାହ ବେଳର ଦୃଶ୍ୟ ଭାଇରାଲ ହେଉଛି। ଏହା ପରେ ଅନୁଭବ ପୁଣି ବିବାହ କରୁଛନ୍ତି ତାଙ୍କର ଫ୍ୟାନ୍ସ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
କିନ୍ତୁ ଅନୁଭବ ବରବେଶ ପଛର ସତ ପଦାକୁ ଆସିଛି। ମିଳିଥିବା ସୂଚନାନୁସାରେ, ଅନୁଭବଙ୍କ ଆଗାମୀ ଫିଲ୍ମ ପାଇଁ ଚାଲିଥିବା ସୁଟିଂ ବେଳେ ବରବେଶରେ ନଜର ଅସିଛନ୍ତି ଅନୁଭବ ମହାନ୍ତି। ବାରିପଦାର ଏକ ମଣ୍ଡପରେ ଫିଲ୍ମ ସୁଟିଂ ଚାଲିଥିଲା । ଏହି ଫିଲ୍ମ ପାଇଁ ଆବଶ୍ୟକ ଥିବା ଏକ ବିବାହର ଦୃଶ୍ୟ ମଣ୍ଡପରେ ସୁଟିଂ ହୋଇଥିଲା । ଏହି ସମୟରେ ଫିଲ୍ମର ଅଭିନେତ୍ରୀ ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।