News 18 Odia Digital
ମୁମ୍ୱାଇ; ଶାହାରୁଖ ଖାନଙ୍କୁ କିଙ୍ଗ ଖାନ ବୋଲି କହିବା ପଛରେ ଏକ ବଡ଼ କାରଣ ଅଛି ଏବଂ ତାହା ହେଉଛି, ସେ ପ୍ରକୃତରେ ସମଗ୍ର ବିଶ୍ୱରେ ଲୋକଙ୍କ ହୃଦୟରେ ରାଜ କରନ୍ତି । ୪ ବର୍ଷର ଦୀର୍ଘ ଅପେକ୍ଷା ପରେ କିଙ୍ଗ ଖାନ ବଡ ପରଦାରେ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ସମୟରେ ତାଙ୍କୁ ସାଉଦି ଆରବର ରେଡ ସି ଫିଲ୍ମ ଫେଷ୍ଟିଭାଲରେ ଦେଖିବାକୁ ମିଳିଥିଲା । ନିଜ ସାମ୍ନାରେ ଶାହରୁଖ ଖାନଙ୍କୁ ଦେଖିବା ପ୍ରଶଂସକଙ୍କ ସହିତ ହଲିଉଡ ଫିଲ୍ମ ଅଭିନେତ୍ରୀ ଶେରେନ୍ ଷ୍ଟୋନଙ୍କ ପାଇଁ ମଧ୍ୟ ବଡ଼ କଥା ଥିଲା ।
ଅଭିନେତ୍ରୀଙ୍କ ନଜର ଶାହରୁଖଙ୍କ ଉପରୁ ହଟି ନଥିଲାସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଶାହରୁଖ ଖାନ ଠିଆ ହୋଇ ଲୋକଙ୍କୁ ଅଭିବାଦନ କରୁଥିବା ଦେଖିଯାଇଛି । ଏଥିରେ ଚଳଚ୍ଚିତ୍ର ମହୋତ୍ସବର ଆୟୋଜକ ଆସି ସମସ୍ତଙ୍କୁ କହୁଛନ୍ତି ଯେ, ଶାହରୁଖ ଖାନ ଏହି ସମାରୋହର ଏକ ଅଂଶ । ଏଭଳି ପରିସ୍ଥିତିରେ ତାଙ୍କ ପାଖରେ ବସିଥିବା ଅଭିନେତ୍ରୀ ଶେରେନ୍ ଷ୍ଟୋନ୍ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତାଙ୍କୁ ଦେଖିଲେ ଲାଗୁଛି ଯେ ଶାହାରୁଖ ତାଙ୍କ ପାଖରେ ବସିଛନ୍ତି ବୋଲି ସେ ବିଶ୍ବାସ କରିପାରିନାହାନ୍ତି । ଏଭଳି ପରିସ୍ଥିତିରେ ତାଙ୍କର ରିଆକ୍ସନ ବହୁତ ମଜାଦାର ଥିଲା ।
ରେଡ ସି ଫିଲ୍ମ ଫେଷ୍ଟିଭାଲ ୨୦୨୨ ରେ ଶାହରୁଖ ଖାନଙ୍କୁ ଭାରତୀୟ ସିନେମାରେ ତାଙ୍କର ଅବଦାନ ପାଇଁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତାଙ୍କର ସ୍ୱାଗତ କରତାଳି ଦେଇ କରାଯାଇଥିଲା । ଏହି ଅବସରର ଭିଡିଓରେ ଦେଖିବାକୁ ମିଳିଛି ଯେ ହଲିଉଡ ଅଭିନେତ୍ରୀ ଶେରେନ୍ ଷ୍ଟୋନ୍ ଶାହରୁଖ ଖାନଙ୍କୁ ଦେଖି ପ୍ରଶଂସକଙ୍କ ପରି ସ୍ତବ୍ଧ ହୋଇଯାଇଛନ୍ତି । ସୁପରଷ୍ଟାରଙ୍କୁ ଦେଖି ସେ ଖୁସିରେ ଚିତ୍କାର କରିଥିଲେ ।
ଶେରେନ୍ ଛାତିରେ ହାତ ରଖିଲେ ଆଉ ଚାତକ ପରି କେବଳ ଶାହରୁଖଙ୍କୁ ଚାହିଁ ରହିଲେ , ଯେପରି ସେ ବିଶ୍ବାସ କରିପାରି ନଥିଲେ କି କିଙ୍ଗ ଖାନ ପ୍ରକୃତରେ ତାଙ୍କ ସାମ୍ନାରେ ଅଛନ୍ତି । ଏମିତିରେ ହଁ, ଯଦି ଶାହରୁଖ ଖାନ ଆମ ସାମ୍ନାକୁ ଆସିଯାଆନ୍ତି, ତେବେ ଆମେ ମଧ୍ୟ ଦେଖି ବିଶ୍ୱାସ କରିପାରିବା ନାହିଁ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।