News18 Odia Digital
ରାସ୍ତା ଉପରେ ଷ୍ଟାର ଦମ୍ପତ୍ତି ଡ୍ରାମା ଘଟଣାରେ ୭ ଜଣଙ୍କ ବୟାନ ରେକର୍ଡ କରିଛି ପୋଲିସ। ଉଭୟ ପକ୍ଷରୁ ହୋଇଥିବା ଦୁଇଟି ମାମଲାରେ ଏବେ ସୁଦ୍ଧା ୭ ଜଣଙ୍କ ବୟାନ ରେକର୍ଡ ହୋଇଛି
ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଉପରେ କରିଥିବା ଅଭିଯୋଗ କ୍ରମେ ପୋଲିସ ଅପରାଜିତା ମହାନ୍ତି, ତୃପ୍ତି ଶତପଥୀ, ଲଳିତ ଶତପଥୀ, ମାଉସୀ ସଙ୍ଗୀତା ପ୍ରହରାଜ ଓ ମଉସା ଅଶୋକ ପ୍ରହରାଜଙ୍କ ବୟାନ ରେକର୍ଡ କରିଛି।
ଅନ୍ୟପଟେ ପ୍ରକୃତିଙ୍କ ମା' କ୍ରିଷ୍ଣପ୍ରିୟା ମିଶ୍ରଙ୍କ ଅଭିଯୋଗ କ୍ରମେ ମନ୍ମଥ ମିଶ୍ର ଓ କ୍ରିଷ୍ଣପ୍ରିୟା ମିଶ୍ରଙ୍କ ବୟାନ ରେକର୍ଡ କରିଛି ପୋଲିସ।
ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ରବିବାର ନୋଟିସ ପଠାଇଛି ପୋଲିସ। ଉଭୟେ ରାଜ୍ୟ ବାହାରେ ଥିବାରୁ ଫୋନ ଯୋଗେ ଏହି ନୋଟିସ ପଠା ହୋଇଛି ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି। ଥାନାରେ ହାଜର ହୋଇ ନିଜ ନିଜର ପକ୍ଷ ରଖିବାକୁ ପୋଲିସ ତରଫରୁ ଉଭୟଙ୍କୁ ଅବଗତ କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।