ଷ୍ଟାର ଫ୍ୟାମିଲି ବିବାଦ ପ୍ରସଙ୍ଗରେ ଆପୋଷ ବୁଝାମଣାକୁ ଗୁରୁତ୍ୱ ; ସିନେ ଇଣ୍ଡଷ୍ଟ୍ରି ଉପରେ ପଡିବ ପ୍ରଭାବ; ସିନେ ଏକ୍ସପର୍ଟ

ଷ୍ଟାରଙ୍କ ପାରିବାରିକ ଘଟଣାରେ ଶାନ୍ତିପୂର୍ଣ୍ଣ ସମାଧାନ ଉଦ୍ୟମ ପାଇଁ ଉଭୟ ପକ୍ଷ ଆପୋଷ ଉଦ୍ୟମ କରିବା ଉଚିତ ବୋଲି ଆଇନ ବିଶାରଦ ମତ ରଖିଛନ୍ତି । ଏଭଳି ଘଟଣା ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ଉପରେ ନକାରାତ୍ମକ ପ୍ରଭାବ ପକାଇବ ବୋଲି କହିଛନ୍ତି ସିନେ ସମୀକ୍ଷକ । 

ଷ୍ଟାର ଫ୍ୟାମିଲି ବିବାଦ ପ୍ରସଙ୍ଗରେ ଆପୋଷ ବୁଝାମଣାକୁ ଗୁରୁତ୍ୱ ; ସିନେ ଇଣ୍ଡଷ୍ଟ୍ରି ଉପରେ ପଡିବ ପ୍ରଭାବ; ସିନେ ଏକ୍ସପର୍ଟ

ଷ୍ଟାର ଫ୍ୟାମିଲି ବିବାଦ ପ୍ରସଙ୍ଗରେ ଆପୋଷ ବୁଝାମଣାକୁ ଗୁରୁତ୍ୱ ; ସିନେ ଇଣ୍ଡଷ୍ଟ୍ରି ଉପରେ ପଡିବ ପ୍ରଭାବ; ସିନେ ଏକ୍ସପର୍ଟ

  • Share this:
News 18 Odia Digital

ଭୁବନେଶ୍ୱର; ଷ୍ଟାର ଫ୍ୟାମିଲି ବିବାଦ ପ୍ରସଙ୍ଗରେ ଧିରେ ଧିରେ ନୂଆ ନୂଆ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ସମୟ ଗଡ଼ିବା ସହିତ ବିବାଦକୁ ନେଇ ମୁହଁ ଖୋଲିବା ଆରମ୍ଭ କରିଛନ୍ତି ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର । ତେବେ ଏହିପରି ପାରିବାରିକ ଘଟଣାରେ ଶାନ୍ତିପୂର୍ଣ୍ଣ  ସମାଧାନ ଉଦ୍ୟମ ପାଇଁ ଉଭୟ ପକ୍ଷ ଆପୋଷ ଉଦ୍ୟମ କରିବା ଉଚିତ ବୋଲି ଆଇନ ବିଶାରଦ ମତ ରଖିଥିବା ବେଳେ ଏଭଳି ଘଟଣା ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ଉପରେ ନକାରାତ୍ମକ ପ୍ରଭାବ ପକାଇବ ବୋଲି ମତ ରଖିଛନ୍ତି ସିନେ ସମୀକ୍ଷକ ।

ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଆଡ଼ଭୋକେଟ୍ ସିଦ୍ଧାର୍ଥ ଦାସ । ସେ କହିଛନ୍ତି ଏହି ଘଟଣାରେ ଉଭୟ ପକ୍ଷରୁ ୨ଟି କେସ୍ ରୁଜୁ କରାଯାଇଛି । ଗୋଟିଏ ଅଭିଯୋଗରେ ତାଙ୍କୁ ଉଭୟ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇଛି ବୋଲି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପକ୍ଷରୁ ତାଙ୍କ ବାପା ଅଭିଯୋଗ କରିଥିବା ବେଳେ ଅପରପଟେ ବାବୁସାନଙ୍କ ପତ୍ନୀ ଓ ପରିବାର ପକ୍ଷରୁ ପ୍ରକୃତି ମିଶ୍ରଙ୍କ ବିରୋଧରେ ଦିଆଯାଇଛି । ଆଡ଼ଭୋକେଟ କହିଛନ୍ତି ଯେ, ଯେହେତୁ ତଦନ୍ତ ଆରମ୍ଭ ହୋଇଛି ସେ ଦୃଷ୍ଟିରୁ ବର୍ତ୍ତମାନ କ’ଣ ଠିକ୍ କ’ଣ ଭୁଲ ତାହା ଆକଳନ କରି ହେବ ନାହିଁ । କାରଣ କେବଳ ଔପଚାରିକ ଭାବେ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି । ଏ ପର୍ଯ୍ୟନ୍ତ କେବଳ ବାବୁସାନଙ୍କ ପତ୍ନୀ ତୃପ୍ତି ଓ ମାଆ ଅପରାଜିତାଙ୍କ ଷ୍ଟେଟମେଣ୍ଟ ପୋଲିସ ରେକର୍ଡ କରିଥିବା ବେଳେ ତଦନ୍ତ ପ୍ରକ୍ରିୟା ଆଧାରରେ ପୋଲିସ ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କ ବୟାନ ରେକର୍ଡ଼ କରିବ ନିଶ୍ଚୟ ।

ସେ କହିଛନ୍ତି ଯେ, ଏହାବାଦ୍ ପୋଲିସ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଲୋକଙ୍କ ବୟାନ ରେକର୍ଡ଼ କରିବା ଲକ୍ଷ୍ୟ ମଧ୍ୟ ରଖିଛି । ତେବେ ଏବେ ଏବେ ତଦନ୍ତ ଆରମ୍ଭ ହୋଇଥିବାରୁ କିଏ ସତ କହୁଛି ଓ କିଏ ମିଛ ତାହା ସ୍ପଷ୍ଟ ହୋଇନାହିଁ । ଧୀରେ ଧୀରେ ତଦନ୍ତ ବଢିବା ସହିତ ଏସବୁ ଜିନିଷ ସ୍ପଷ୍ଟ ହେବ । ଏଭଳି ସ୍ଥିତିରେ ସବୁଠାରୁ ବଡ଼ କଥା ହେଲା ଯଦି ଉଭୟ ପକ୍ଷ ଏହି ଘଟଣାର ପାରିବାରିକ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରିବେ ତେବେ ଘଟଣାଟି ଆଉ ଆଗକୁ ବଢିବ ନାହିଁ ।

ଷ୍ଟାର ଫ୍ୟାମିଲି ବିବାଦ ପ୍ରସଙ୍ଗ ଧୀରେ ଧୀରେ ନୂଆ ମୋଡ଼ ନେଉଥିବା ବେଳେ ବାବୁସାନଙ୍କ ପ୍ରତିକ୍ରିୟାକୁ ନେଇ ମତ ରଖିଛନ୍ତି ବରିଷ୍ଠ ସିନେ ସମୀକ୍ଷକ ଦିଲୀପ ହାଲି । ସେ କହିଛନ୍ତି, ଏଭଳି ଘଟଣା ସିନେ ଇଣ୍ଡଷ୍ଟ୍ରିଜ୍‌ରେ ଖରାପ ପ୍ରଭାବ ପକାଇବ । ଏହି ଘଟଣା ପରେ ବାବୁସାନ ମତ ରଖିଛନ୍ତି ସେ ଆଉ କେବେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଅଭିନୟ କରିବେ ନାହିଁ । ଦରକାର ପଡ଼ିଲେ ଅନ୍ୟ କୌଣସି ଅଭିନେତ୍ରୀଙ୍କ ସହ ମଧ୍ୟ ଅଭିନୟ କରିବେ ନାହିଁ । ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତି ହୋଇପାରେ। କିନ୍ତୁ ଏଭଳି ମାନସିକତାର ପ୍ରଭାବ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ଉପରେ ପଡିବ। ତେବେ ସେ ଯାହା ଭୁଲ କରିଛନ୍ତି ତାକୁ ସୁଧାରି ନିଅନ୍ତୁ । ନିଜ ପରିବାର ସହ ଭଲରେ ରୁହନ୍ତୁ । ଅଭିନୟ ସମୟରେ କେବଳ ଅଭିନୟ ହିଁ କରନ୍ତୁ । ଉଭୟ ବାବୁସାନ ଓ ପ୍ରକୃତି ମିଶ୍ର ନିଜର ଅଭିନୟର ପରିସୀମାକୁ ପରିବ୍ୟାପ୍ତ ନ କରନ୍ତୁ । ଏହା ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିଜ୍ ପାଇଁ ଶୁଭଙ୍କର ହେବ ।
Published by:Soubhagya Mishra
First published: