ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»କୋଟିପତି ହେବାରେ ସ୍ବପ୍ନ ଦେଖୁଥିଲେ ରାଜ୍; ପର୍ଣ୍ଣ ଜଗତରୁ କମାଉଥିଲେ କୋଟି କୋଟି ଟଙ୍କା

କୋଟିପତି ହେବାରେ ସ୍ବପ୍ନ ଦେଖୁଥିଲେ ରାଜ୍; ପର୍ଣ୍ଣ ଜଗତରୁ କମାଉଥିଲେ କୋଟି କୋଟି ଟଙ୍କା

ରାଜ କୁନ୍ଦ୍ରାଙ୍କ କେସ ତଦନ୍ତ କରୁଥିବା ସମୟରେ କ୍ରାଇମ ବ୍ରାଞ୍ଚକୁ ହାତରେ ଲାଗିଛି ଆଉ ଏକ ନୂଆ ତଥ୍ଯ । ୨୦୨୧ ରୁ ୨୨ ବର୍ଷରେ ୩ ଲକ୍ଷ ପାଉଣ୍ଡ ଓ ଆଗାମୀ ଦିନରେ ରୋଜଗାର ହେବାକୁ ଥିବା ଟଙ୍କାକୁ ନେଇ ଅନେକ ତଥ୍ଯ କ୍ରାଇମ ବ୍ରାଞ୍ଚ ପାଇଛି ।

କୋଟିପତି ହେବାରେ ସ୍ବପ୍ନ ଦେଖୁଥିଲେ ରାଜ୍; ପର୍ଣ୍ଣ ଜଗତରୁ କମାଉଥିଲେ କୋଟି କୋଟି ଟଙ୍କା
କୋରଡ଼ପତି ହେବାର ସ୍ୱପ୍ନ ଦେଖୁଥିଲେ ରାଜ୍ କୁନ୍ଦ୍ରା (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ପର୍ଣ୍ଣ ଫିଲ୍ମ ମାମଲାରେ ଜଡ଼ିତ ହୋଇ ଜେଲରେ ଅଛନ୍ତି।  ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚର ଟିମ ଏହି ମାମଲାର ତଦନ୍ତ କରୁଛନ୍ତି। କ୍ରାଇମ ବ୍ରାଞ୍ଚ ଦଳ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ କିଛି ଆପ୍ ମାଧ୍ୟମରେ ପ୍ରସାରଣ ପାଇଁ ସୋମବାର ଜୁଲାଇ ୧୯ ରାତିରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା।

ଏହା ପରେ ସେ ଜୁଲାଇ ୨୩ ପର୍ଯ୍ୟନ୍ତ ପୋଲିସ ହେପାଜତରେ ଥିଲେ।  ଶୁକ୍ରବାର ୨୩ ଜୁଲାଇ ମୁମ୍ବାଇର ଏକ କୋର୍ଟ ରାଜଙ୍କ ହେପାଜତକୁ ୨୭ ଜୁଲାଇ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ।  ଏଥି ସହିତ ମଙ୍ଗଳବାର ଦିନ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ତଦନ୍ତ ସମୟରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କ୍ରାଇମ ବ୍ରାଞ୍ଚ ଏହାର ଏକ ଚାର୍ଟ ସିଟରେ ରାଜ କୁନ୍ଦ୍ରାଙ୍କ ଏକ ପାୱାର ପଏଣ୍ଟ ଉପସ୍ଥାପନା ବିଷୟରେ ଉଲ୍ଲେଖ କରିଛି, ଯାହା ରାଜ କୁନ୍ଦ୍ରାଙ୍କ ଭବିଷ୍ୟତ ଯୋଜନାରେ ବଲିଉଡ଼ କମ୍ପାନୀ ଜଡ଼ିତ ଥିବା ସ୍ପଷ୍ଟ କରିଛି।

ଆଜତକରେ ପ୍ରକାଶିତ ଖବର ଅନୁଯାୟୀ ଜଣେ ଅଧିକାରୀ କହିଛନ୍ତି ଯେ ରାଜ କୁନ୍ଦ୍ରାଙ୍କ ପାୱାର ପଏଣ୍ଟ ଉପସ୍ଥାପନାରେ ଏକ ପୃଷ୍ଠାରେ ବଲିଫେମ କମ୍ପାନୀର ଆନୁମାନିକ ରାଜସ୍ୱ ଟଙ୍କା ବଦଳରେ ପାଉଣ୍ଡରେ ଲେଖାଯାଇଛି।

୨୦୨୧ ରୁ ୨୨ ବର୍ଷରେ ୩ ଲକ୍ଷ ପାଉଣ୍ଡ, ୨୦୨୨ ରୁ ୨୦୨୩ ବର୍ଷରେ ୩ ଲକ୍ଷ ୬୦ ହଜାର ପାଉଣ୍ଡ ଏବଂ  ୨୦୨୩ରୁ ୨୪ ମଧ୍ୟରେ ୪ ଲକ୍ଷ ୩୨ ହଜାର ପାଉଣ୍ଡର ଆବଶ୍ୟକତା ବିଷୟରେ ଆଲୋଚନା କରାଯାଇଛି। ନ୍ୟୁଜ୍ ଏଜେନ୍ସି ଏଏମଆଇ ଅନୁଯାୟୀ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ କହିଛି ଯେ ଅଶ୍ଳୀଳତା ମାମଲାରେ ଶିଳ୍ପା ଶେଟ୍ଟୀଙ୍କୁ ଏପର୍ଯ୍ୟନ୍ତ କୌଣସି କ୍ଲିନ ଚିଟ ଦିଆଯାଇ ନାହିଁ।  ସମସ୍ତ ସମ୍ଭାବନା ଏବଂ ସ୍ଥିତିକୁ ଅନୁଧ୍ୟାନ କରାଯାଉଛି। ଫୋରେନସିକ୍ ଅଡ଼ିଟର ନିଯୁକ୍ତ କରାଯାଇଛି ଏବଂ ସେମାନେ ଏହି ମାମଲାରେ ସମସ୍ତ ଆକାଉଣ୍ଟ କାରବାର ଯାଞ୍ଚ କରୁଛନ୍ତି।
Published by: Soumya Das
First published: July 28, 2021, 1:27 PM IST