News18 Odia Digital
ଭୁବନେଶ୍ୱର: ସହି ହେଉନି ସ୍ୱାମୀଙ୍କ ନିର୍ଯ୍ୟାତନା। ନ୍ୟାୟ ମାଗୁଛନ୍ତି ଆଲବମ ଅଭିନେତ୍ରୀ। ଅଭିଯୋଗ ଶୁଣୁନି ପୋଲିସ, ଡ଼ିସିପିଙ୍କ ପାଖରେ ଦ୍ୱାରସ୍ଥ। କୋଳରେ ୧୦ ଦିନର ଛୁଆକୁ ଧରି ଚାଲି ଚାଲି ନିଜ ପାଇଁ ନ୍ୟାୟ ମାଗୁଛନ୍ତି ଜଣେ ଆଲବମ ଅଭିନେତ୍ରୀ।
ଦିନେ ଟିଭି ପରଦାରେ ଦର୍ଶକଙ୍କ ମନୋରଞ୍ଜନ କରାଉଥିବା ଆଲବମ ଅଭିନେତ୍ରୀ ଶ୍ୱେତା ଦେ। ତାଙ୍କ ଘର କଲିକୋତାରେ। ଏକାଧିକ ଓଡ଼ିଆ ସମ୍ବଲପୁରୀ ବେଙ୍ଗଲି ଆଲବମରେ ଅଭିନୟ କରିଛନ୍ତି ଶ୍ଵେତା।

ଶ୍ୱେତା କୁମାରୀ
ନିଜ ଦୁଃଖ ଜଣାଇ ଶ୍ୱେତା କହିଛନ୍ତି, "୨୦୧୬ ମସିହାରେ ଆଲବମରେ ଅଭିନୟ କରୁଥିବା ବେଳେ ପୁରୀର ଜଣେ ବ୍ୟବସାୟୀଙ୍କ ସହ ପରିଚିତ ହୋଇଥିଲା । ଏହାପରେ ଉଭୟ ବିବାହ କରିଥିଲୁ। ବିବାହର ଦୁଇବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକଠାକ ଥିଲା। କିନ୍ତୁ ଯେତେବେଳେ ଶ୍ୱେତା ଜାଣିବାକୁ ପାଇଲେ ସେ ଯାହାର ହାତ ଧରିଛନ୍ତି ସେ ପୂର୍ବରୁ ବିବାହିତ । ଆଉ ଏହାପରେ ଶ୍ୱେତାଙ୍କ ଠାରୁ ଦୁରେଇ ଯିବାକୁ ଚେଷ୍ଟା ଆରମ୍ଭ କରିଥିଲେ ବ୍ୟବସାୟୀ ଜଣଙ୍କ"।
୨୦୧୮ ମସିହାରୁ ଶ୍ୱେତାଙ୍କ ଉପରେ ଆରମ୍ଭ ହୋଇଥିଲା ଅତ୍ୟାଚାର। ମାନସିକ ଶାରୀରିକ ନିର୍ଯ୍ୟାତନା ସହ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ସ୍ୱାମୀ । ଏନେଇ ମଞ୍ଚେଶ୍ୱର ଥାନାରେ ଦୁଇଥର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ସେ ଅଭିଯୋଗ କରିଛନ୍ତି । ଆଉ ଏବେ ନ୍ୟାୟ ପାଇଁ ଡିସିପିଙ୍କ ଅଫିସରେ ଦ୍ୱାରସ୍ଥ ହୋଇଛନ୍ତି ଶ୍ୱେତା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।