ଏହି ନୂତନ ନିୟମ ସହିତ ଆଜି ଠାରୁ ଆରମ୍ଭ ହେଉଛି କୌନ ବନେଗା କରୋଡ଼ପତି ସିଜିନ ୧୪

ଛୋଟ ପରଦାର ସବୁଠାରୁ ପ୍ରିୟ ରିଆଲିଟି ସୋ 'କୌନ ବନେଗା କରୋଡପତୀ'ର ୧୪ ତମ ସିଜନ୍ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି । ଏଥର ମଧ୍ୟ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏହି ସୋ ହୋଷ୍ଟ କରିବେ ।

ଆଜି ଠାରୁ  ଆରମ୍ଭ ହେବ "କେବିସି"ର ୧୪ତମ ସିଜନ୍

ଆଜି ଠାରୁ  ଆରମ୍ଭ ହେବ "କେବିସି"ର ୧୪ତମ ସିଜନ୍

  • Share this:
News 18 Odia Digital

ନୂଆଦିଲ୍ଲୀ : ଛୋଟ ପରଦାର ସବୁଠାରୁ ପ୍ରିୟ ରିଆଲିଟି ସୋ 'କୌନ ବନେଗା କରୋଡପତୀ'ର ୧୪ ତମ ସିଜନ୍ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି । ଏଥର ମଧ୍ୟ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏହି ସୋ ହୋଷ୍ଟ କରିବେ । ଦୀର୍ଘ ଦିନ ଚାଲୁଥିବା ଏହି ସୋ ଅଗଷ୍ଟ ୭ ରୁ ଆରମ୍ଭ ହେବାକୁ ଯାଉଛି । ଦୀର୍ଘ ଦିନର ଅପେକ୍ଷା ପରେ ଦର୍ଶକମାନେ ଆଜିଠାରୁ ଟିଭିରେ ସେମାନଙ୍କର ପ୍ରିୟ ହୋଷ୍ଟ ଅମିତାଭ ବଚ୍ଚନଙ୍କୁ ଦେଖିପାରିବେ । ସବୁ ବର୍ଗର ଲୋକମାନେ ଏହି ସୋ ଦେଖିବାକୁ ପସନ୍ଦ କରିଥାନ୍ତି । ଏହି ସୋ ସୋନି ଟିଭିରେ ପ୍ରସାରିତ ହୋଇଆସୁଛି । ଅନଲାଇନରେ ମଧ୍ୟ ଦର୍ଶକମାନେ ଏହାକୁ ସୋନି ଲାଇଭରେ ଦେଖିପାରିବେ ।

ସୋ’ର ଆରମ୍ଭରେ ଏହା ଅଧିକ ରୋମାଞ୍ଚକର ହେବାକୁ ଯାଉଛି । ନୂତନ ନିୟମ ସହ କିଛି ବିଶେଷ ପରିବର୍ତ୍ତନ ସହିତ ଫେରିଥିବା କେବିସିରେ ଏଥର ଡବଲ୍ ଧମାକା ହେବାକୁ ଯାଉଛି । ସୋ’ର ପ୍ରଥମ ଏପିସୋଡରେ ପ୍ରତିଯୋଗୀମାନଙ୍କ ବ୍ୟତୀତ ଅମିର ଖାନ ଏବଂ ଅନେକ ବଡ଼ ବଡ଼ ସେଲିବ୍ରିଟି ନଜର ଆସିବେ । ଏଥିରେ କାର୍ଗିଲ ଯୁଦ୍ଧର ସାହସୀ ସୈନିକ ଡି.ପି ସିଂ, କର୍ଣ୍ଣେଲ ମିତାଲି ମଧୁମିତା, ପ୍ରସିଦ୍ଧ ବକ୍ସର ମେରି କମ, ଫୁଟବଲ ଖେଳାଳି ସୁନୀଲ ଛେତ୍ରୀଙ୍କ ନାମ ରହିଛି ।

ସୋନି ଟିଭି ସୋସିଆଲ ମିଡିଆ ପୋଷ୍ଟରେ କହିଛି ଯେ "କୌନ ବନେଗା କୋରଡପତୀ ୧୪" ର ନୂଆ ସିଜନ୍ ଅଗଷ୍ଟ ୭ ରବିବାର ରାତି ୯ ଟାରୁ ଟେଲିକଷ୍ଟ ହେବ । ଏଥି ସହିତ ସୋନି ଟିଭି ମଧ୍ୟ ୭୫ ତମ ସ୍ୱାଧୀନତା ଦିବସ ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛି । ଯେଉଁଥିରେ ଅନେକ ବଡ ବ୍ୟକ୍ତିତ୍ୱ ଜଡିତ ହେବେ । କେବିସି ୧୪ ର ନୂଆ ପ୍ରୋମୋରେ ଅମିତାଭ ବଚ୍ଚନ ମଧ୍ୟ ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛନ୍ତି ।

କିଛି ନିୟମ ପରିବର୍ତ୍ତନ କରାଯାଇଛି ।

ସୋ’ରେ କିଛି ନିୟମ ପରିବର୍ତ୍ତନ କରାଯାଇଛି । ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ଜ୍ୟାକପଟ୍ ପ୍ରଶ୍ନରେ ସାତ କୋଟି ବଦଳରେ ୭.୫୦ କୋଟି ହେବ । 'କେବିସି ୧୪'ର ଦ୍ୱିତୀୟ ପରିବର୍ତ୍ତନ ହେଉଛି ଶେଷ ଷ୍ଟପ୍‌ରେ ଭୁଲ ଉତ୍ତର ଦେଲେ ବି ପ୍ରତିଯୋଗୀଙ୍କୁ ବହୁ ପରିମାଣର ଅର୍ଥ ମିଳିବ । ଏହାପୂର୍ବରୁ ୧ କୋଟି କିମ୍ବା ୭ କୋଟିର ପ୍ରଶ୍ନର ଉତ୍ତର ଭୁଲ ଥିଲେ ପ୍ରତିଯୋଗୀମାନେ ସେଠି ହିଁ ଖେଳ ସମାପ୍ତ କରୁଥିଲେ । ଆଉ କେବଳ ୩ ଲକ୍ଷ ୨୦ ହଜାର ଟଙ୍କା ପାଉଥିଲେ । କିନ୍ତୁ ବର୍ତ୍ତମାନ ଯଦି ଜଣେ ପ୍ରତିଯୋଗୀ, ୧ କୋଟି ପ୍ରଶ୍ନର ଉତ୍ତର ଦେବା ପରେ ସାଢ଼େ ସାତ କୋଟି ପ୍ରଶ୍ନ ପାଇଁ ଖେଳନ୍ତି ଓ ସେ ଏହାର ସଠିକ୍ ଉତ୍ତର ଦେଇପାରୁ ନାହାଁନ୍ତି, ତେବେ ସେ ହାରିଗଲେ ବି ୭୫ ଲକ୍ଷ ଟଙ୍କା ପାଇବେ । ତୃତୀୟ ନିୟମ ଅନୁଯାୟୀ, ବର୍ତ୍ତମାନ ୭୫ ଲକ୍ଷ ପାଇଁ ଏକ ପ୍ରଶ୍ନ ମଧ୍ୟ କେବିସିରେ ସାମିଲ ହେବ । ଏଥର ଶୋ ଅଧିକ ରୋମାଞ୍ଚକର ଏବଂ ମଜାଦାର ହେବାକୁ ଯାଉଛି । ଏଥିସହ ନିର୍ମାତାମାନେ ପ୍ରତିଯୋଗୀଙ୍କ ପକେଟର ସମ୍ପୂର୍ଣ୍ଣ ଯତ୍ନ ନେଇଛନ୍ତି । ତେବେ, କୌନ ବନେଗା କରୋଡପତିରେ ପୁଣିଥରେ ସାଧାରଣ ଲୋକଙ୍କ ଭାଗ୍ୟ ପରୀକ୍ଷା କରିବାକୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଛି ।
Published by:Sujit Swain
First published: