News18 Odia Digital
ହାଇଦ୍ରାବାଦ: ହୋଲି ଅବସରରେ ତେଲୁଗୁ ମନୋରଞ୍ଜନ ଇଣ୍ଡିଷ୍ଟ୍ରିରୁ ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର। ତେଲୁଗୁ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଗାୟତ୍ରୀ ତଥା ଡଲି ଡି'କ୍ରୁଜ୍ ମାତ୍ର ୨୬ ବର୍ଷ ବୟସରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ଯେଉଁ କାରରେ ଅଭିନେତ୍ରୀ ଯାତ୍ରା କରୁଥିଲେ ସେହି ହାଇଦ୍ରାବାଦର ଗାଚିବୋବଲି ଅଞ୍ଚଳରେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
ସେ ଗତ ଶୁକ୍ରବାର ନିଜ ବନ୍ଧୁମାନଙ୍କ ସହ ହୋଲି ସେଲିବ୍ରେସନ କରି ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଖବର ଅନୁଯାୟୀ, ଏହି ଦୁର୍ଘଟଣାରେ ତାଙ୍କ ସହ ଥିବା ତାଙ୍କ ବନ୍ଧୁ ରାଠୋଡଙ୍କର ମଧ୍ୟ ମୃତ୍ୟୁ ଘଟିଛି। କୁହାଯାଉଛି ଯେ ରାସ୍ତାରେ ଡିଭାଇଡରକୁ ଧକ୍କା ଦେବା ପୂର୍ବରୁ କାରଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା।
ଘଟଣାସ୍ଥଳରେ ଅଭିନେତ୍ରୀଙ୍କ ମୃତ୍ୟୁପ୍ରକାଶ ଥାଉକି, ଗାୟତ୍ରୀଙ୍କୁ ଘଟଣାସ୍ଥଳରେ ମୃତ ଘୋଷଣା କରାଯାଇଥିବାବେଳେ ରାଠୋଡଙ୍କୁ ଉଦ୍ଧାର ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ଗୁରୁତର ଆହତ ହୋଇଥିବାରୁ ସେ ମଧ୍ୟ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।
ଖବର ଅନୁଯାୟୀ ରାସ୍ତାରେ ଯାଉଥିବା ଜଣେ ୩୮ ବର୍ଷୀୟା ମହିଳାଙ୍କୁ କାରଟି ଧକ୍କା ହୋଇଥିଲା। ଓଲଟି ପଡ଼ିବାରୁ ମହିଳା ଜଣକ କାର ତଳେ ଫସି ରହିଥିଲେ। ରିପୋର୍ଟରୁ ଜଣାପଡ଼ିଛି ଯେ ଡଲି ଡିକ୍ରୁଜଙ୍କ ପରି ମହିଳା ମଧ୍ୟ ଦୁର୍ଘଟଣାସ୍ଥଳରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ଗାୟତ୍ରୀ ବହୁତ ପ୍ରସିଦ୍ଧ ଥିଲେଗାୟତ୍ରୀ ତଥା ଡଲି ଡି’କ୍ରୁଜ୍ ତାଙ୍କ ଗ୍ଲାମରସ୍ ଇନଷ୍ଟାଗ୍ରାମ ପୋଷ୍ଟ ବ୍ୟତୀତ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ଜାଲସା ରାୟୁଡୁ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିଲେ। ସୋସିଆଲ ମିଡ଼ିଆରେ ପ୍ରସିଦ୍ଧ ହେବା ପରେ ତାଙ୍କୁ ୱେବ୍ ସିରିଜ୍ 'ମ୍ୟାଡାମ୍ ସାର୍ ମ୍ୟାଡାମ୍ ଅନ୍ତେ'ରେ ଅଭିନୟ କରିବାକୁ ଏକ ଅଫର ମିଳିଥିଲା । ସେ ଅନେକ ସଟ୍ ଫିଲ୍ମରେ ମଧ୍ୟ ଅଭିନୟ କରି ଫେମସ ହୋଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।