ବିଜୟ ଦେବରକୋଣ୍ଡାଙ୍କୁ ଜେରା କଲା ଇଡି
- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ବାଇ: ତେଲୁଗୁ ଚଳଚ୍ଚିତ୍ର ଅଭିନେତା ବିଜୟ ଦେବରାକୋଣ୍ଡା ତାଙ୍କ ଚଳଚ୍ଚିତ୍ର 'ଲାଇଗର୍’ ପାଇଁ ବୁଧବାର ଦିନ ହାଇଦ୍ରାବାଦସ୍ଥିତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ନିକଟରେ ହାଜର ହୋଇଥିଲେ।ଇଡି ତାଙ୍କୁ ଦୀର୍ଘ ୧୨ ଘଣ୍ଟା ଧରି ଜେରା କରିଛି। ଦେବରକୋଣ୍ଡାଙ୍କୁ ଇଡି ସକାଳ ୯ଟା ୩୦ରୁ ରାତି ପ୍ରାୟ ୯ଟା ଯାଏଁ ପଚରା ଉଚୁରା କରିଥିଲା। ଦେବରକୋଣ୍ଡାଙ୍କ ପ୍ରଥମ ହିନ୍ଦୀ ଫିଲ୍ମ ଲାଇଗର ଫଣ୍ଡିଂକୁ ନେଇ ଇଡି ଅଭିନେତାଙ୍କୁ ପଚରା ଉଚୁରା କରିଛି। ଫିଲ୍ମର ନିର୍ମାତା ଚାରମି କୌରଙ୍କୁ ପଚରା ଉଚୁରା କରିଥିଲା। କୌରଙ୍କୁ ଇଡି ନଭେମ୍ବର ୧୭ରେ ପଚରା ଉଚୁରା କରିଥିଲା। ଏହି ସମୟରେ ବିଦେଶୀ ମୁଦ୍ର ପ୍ରବନ୍ଧନ ଅଧିନିୟମ ଉଲ୍ଲଂଘନ ଅଭିଯୋଗକୁ ନେଇ ଇଡି ଜେରା କରିଥିଲା।
ସୂଚନା ଅନୁଯାୟୀ ଇଡି ଏହି ଚଳଚ୍ଚିତ୍ରରେ ଥିବା ସମସ୍ତ କଳାକାରଙ୍କ ଅର୍ଥର ଉତ୍ସ ଯାଞ୍ଚ କରୁଛି ଯେଉଁଥିରେ ବିଜୟ ମୁଖ୍ୟ ଭୂମିକାରେ ଥିବାବେଳେ ଅନନ୍ୟା ପାଣ୍ଡେ ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଛନ୍ତି।ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଅଗଷ୍ଟରେ ମୁକ୍ତିଲାଭ କରିଥିଲା। ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରିନଥିଲା
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।