ପୁଣି ଯାତ୍ରାରେ ଅଶ୍ଳୀଳ: ବୃଦ୍ଧଙ୍କ ଆଗରେ ନଗ୍ନ ନୃତ୍ଯ କଲେ, ମୁଣ୍ଡରେ ହାତ ମାରିଲେ

ହିତାହିତ ଜ୍ଞାନ ଭୁଲିଲେ ଟେଲି ତାରକା। ବୃଦ୍ଧଙ୍କୁ ଅଶ୍ଳୀଳ ଇଙ୍ଗିତ ସହ ମୁଣ୍ଡରେ ମାରିଲେ ହାତ ।

ପୁଣି ଯାତ୍ରାରେ ଅଶ୍ଳୀଳ

ପୁଣି ଯାତ୍ରାରେ ଅଶ୍ଳୀଳ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭଦ୍ରକ : ପୁଣି ଯାତ୍ରାରେ ଅଶ୍ଳୀଳତା । ବୃଦ୍ଧଙ୍କ ଆଗରେ ଅଶ୍ଳୀଳ ନୃତ୍ୟ କରି ବିବାଦକୁ ଆସିଲେ ଟେଲି ଅଭିନେତ୍ରୀ ତଥା ଆଇଟମ୍ ଗାର୍ଲ ପିହୁ। ଭଦ୍ରକ ତିହିଡି ବ୍ଲକ ନରେନ୍ଦ୍ରପୁର ପାଟଣମଙ୍ଗଳା ଯାତ୍ରା ମଞ୍ଚରେ ନିଜର ହିତାହିତ ଜ୍ଞାନ ଭୁଲିଲେ ପିହୁ। କେବଳ ଏତିକି ନୁହେଁ ହିରୋଇନ ଜଣଙ୍କ ବୃଦ୍ଧଙ୍କୁ ଖରାପ ଇଙ୍ଗିତ କରିବା ଓ ତାଙ୍କ ମୁଣ୍ଡରେ ହାତ ମାରିଥିଲେ ।

ଏକ ଆଲବମ ଗୀତରେ ସମୟରେ ଏଭଳି ଘଟଣା ଘଟିଥିଲା । ଯାତ୍ରାରେ ଏଭଳି ନୃତ୍ଯୁକୁ ନେଇ ପ୍ରତିବାଦ କରିଥିଲେ ବୃଦ୍ଧ ଜଣଙ୍କ । ସେତେବେଳେ ହିରୋଇନ ଜଣଙ୍କ ଷ୍ଟେଜ ପାଖକୁ ଆସିଥିଲେ । ବୃଦ୍ଧ ବ୍ୟକ୍ତିଙ୍କ ମୁଣ୍ଡରେ ହାତ ମଧ୍ଯ ରଖିଥିଲେ । ସେହି ସମୟରେ ଉକ୍ତ ବ୍ୟକ୍ତି ଜଣଙ୍କ ରାଗି ଯାଇଥିଲେ। ଉତ୍ତ୍ୟକ୍ତ ହୋଇ ପିଟିବାକୁ ଚପଲ ଦେଖାଇଥିଲେ। ଅଭିନେତ୍ରୀ ପିହୁ ସଙ୍ଗେ ସଙ୍ଗେ ମାଇକ୍ରୋଫୋନ ନେଇ କହିଥିଲେ ଯଦି ଖରାପ ଲାଗୁଛି ପଛକୁ ପଳାଇ ଯାଅ। ଜଣଙ୍କ ପାଇଁ ସେ ତାଙ୍କ ଏହି କାର୍ଯ୍ୟକ୍ରମକୁ ବନ୍ଦ କରିପାରିବେନି।

ଆପଣ ଜଣେ ପେନସନଧାରୀ କି? ସରକାରଙ୍କ ଆଣିଲେ ବଡ଼ ନିଷ୍ପତ୍ତି

ଏହା ପରେ ଯାତ୍ରା ପରିଚାଳନା କମିଟିର କିଛି ସଦସ୍ୟ ତୁରନ୍ତ ବୃଦ୍ଧଙ୍କ ପାଖରେ ପହଞ୍ଚି ଧକ୍କା ମାରି ବାହାରକୁ ବାହାର କରି ଦେଇଥିଲେ। କେହି ଏନେଇ ପ୍ରତିବାଦ କରି ନ ଥିଲେ। ଜଣେ ବରିଷ୍ଠ ନାଗରିକଙ୍କୁ ଏ କି ପ୍ରକାର ବ୍ୟବହାର କୁ ସାଧାରଣରେ ନିନ୍ଦା କରାଯାଇଛି । ଏନେଇ ଅଭିନେତ୍ରୀ ପିହୁ କିମ୍ବା ଯାତ୍ରା କମିଟି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।  

ଚପଲ ଦେଖାଉଛନ୍ତି ବୃଦ୍ଧ


 ଯାତ୍ରାରେ ଅଶ୍ଲୀଳ ନୃତ୍ଯ ପରିବେଶ ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଥିବା ବେଳେ ଏନେଇ କାହିଁକି ଯାତ୍ରା କମିଟି ଏଦିଗରେ ଦୃଷ୍ଟି ଦେଉନାହାଁନ୍ତି ସେ ନେଇ ଉଠିଛି ପ୍ରଶ୍ନ ।
Published by:Soumya Das
First published: