ସମସ୍ତଙ୍କୁ ପଛରେ ପକାଇ ବିଗ୍ ବସ୍ ୧୫ର ମୁକୁଟ ପିନ୍ଧିଲେ ତେଜସ୍ବୀ ପ୍ରକାଶ
News18 Odia Digital
ମୁମ୍ବାଇ: ବିଗ୍ ବସ୍ ୧୫ର ବିଜେତା ଘୋଷିତ ହୋଇଯାଇଛି । ପ୍ରତୀକ ସେହଜପାଲ ଓ କରନ କୁନ୍ଦ୍ରାଙ୍କ ପଛରେ ପକାଇ ବିଜେତା ସାଜିଛନ୍ତି ତେଜସ୍ୱୀ ପ୍ରକାଶ। ଯଦିଓ ସମସ୍ତେ ଅନୁଭବ କରିଥିଲେ ଯେ କରନ କୁନ୍ଦ୍ରା କିମ୍ବା ଶମିତା ଶେଟ୍ଟୀ ବିଜେତା ହେବେ କିନ୍ତୁ ତାହା ହୋଇପାରିଲା ନାହିଁ। ତେଜସ୍ୱୀ ପ୍ରକାଶ ଏହି ଏଥର ସିଜନ ଜିତିବାରେ ସଫଳ ହୋଇଛନ୍ତି। ଏଥି ସହ ପ୍ରତୀକ ସେହଜପାଲ ପ୍ରଥମ ରନର୍ସଅପ୍ ହୋଇଥିବାବେଳେ କରଣ କୁନ୍ଦ୍ରା ତୃତୀୟ ସ୍ଥାନରେ ରହିଥିଲେ।
ଏହି ତିନି ଜଣ ଟପ୍ ତିନିରେ ଥିଲେ
ବିଗ୍ ବସ୍ ୧୫ର ଟପ୍ ତିନି ବିଷୟରେ ଯଦି କଥା ହେବା, ଏଥର ତେଜସ୍ୱୀ ପ୍ରକାଶ, କରନ କୁନ୍ଦ୍ରା ଓ ପ୍ରତୀକ ସେହଜପାଲ ଏହି ସ୍ଥାନରେ ଥିଲେ । ଯଦିଓ ଶମିତା ଶେଟ୍ଟୀ ମଧ୍ୟ ଜଣେ ଅତି ଶକ୍ତିଶାଳୀ ପ୍ରତିଯୋଗୀ ଭାବରେ ବିବେଚିତ ହୋଇଥିଲେ। କିନ୍ତୁ ସେ ଟପ୍ ତିନିରେ ପହଞ୍ଚିପାରିନଥିଲେ । ଟପ୍ ୪କୁ ଆସିବା ପରେ ସେ ହାରି ଯାଇଥିଲେ।
ପ୍ରତୀକ ସେହଜପାଲ ମଧ୍ୟ ଏହି ସମୟ ମଧ୍ୟରେ ଶୋ’ରେ ବହୁତ ସମୟ ବିତାଇଥିଲେ। ସେ ବିଗ୍ ବସ୍ ୧୫ ପୂର୍ବରୁ ବିଗ୍ ବସ୍ OTTର ଏକ ଅଂଶ ମଧ୍ୟ ଥିଲେ। ଯେଉଁଠାରେ ସେ ଏକ ଜବରଦସ୍ତ ଖେଳ ଖେଳିଥିଲେ ଓ ତାଙ୍କର ସମାନ ଶୈଳୀ ବିଗ୍ ବସ୍ ୧୫ରେ ମଧ୍ୟ ଦେଖିବାକୁ ମିଳିଥିଲା।
ପ୍ରକାଶ ଥାଉକି ତେଜସ୍ୱୀ ପ୍ରକାଶ ବିଗ୍ ବସ୍ ୧୫ ଟ୍ରଫି ଜିତିବା ସହ ଏକତା କପୁରଙ୍କ ପପୁଲାର ଶୋ ‘ନାଗିନ ୬’ର ଅଫର ମଧ୍ୟ ପାଇଛନ୍ତି। ଆଜ୍ଞା ହଁ, ତେଜସ୍ୱୀ ପ୍ରକାଶଙ୍କ ଲଟେରୀ ବିଗ୍ ବସ୍ କୁ ଆସିବା ମାତ୍ରେ ଆରମ୍ଭ ହୋଇଛି। ଏହି ଶୋ’କୁ ଆସିବା ପରେ ତାଙ୍କର ନୂଆ ଇନିଂସ ଆରମ୍ଭ ହୋଇଯାଇଛି।
ତେଜସ୍ୱୀ ପ୍ରକାଶ ଏହି ଶୋ’ର ବିଜେତା ହୋଇଛନ୍ତି କିନ୍ତୁ ସେ ଏକତା କପୁରଙ୍କ ଶୋ ’ନାଗିନ ୬’ର ଅଫର ମଧ୍ୟ ପାଇଛନ୍ତି । ତାଙ୍କୁ ଏହି ସୋ ଅଫର୍ ଦିଆଯାଇଛି ଓ ଏହାର ଅଫିସିଆଲ୍ ଘୋଷଣା ବିଗ୍ ବସ୍ ୧୫ର ମଞ୍ଚରୁ ମଧ୍ୟ କରାଯାଇଥିଲା। ତେଜସ୍ୱୀ ପ୍ରକାଶ ‘ନାଗିନ୍ ୬’ ର ମୁଖ୍ୟ ଅଭିନେତ୍ରୀ ହେବେ।
ସେହିପରି ବିଗ୍ ବସ୍ ଶୋ’ରେ ଜିତିବା ପାଇଁ ତେଜସ୍ୱୀଙ୍କୁ ୪୦ ଲକ୍ଷ ଟଙ୍କା ଓ ଟ୍ରଫି ମିଳିଛି। ବର୍ତ୍ତମାନ ଘରୁ ବାହାରକୁ ଆସିବା ପରେ ସେ ଶୀଘ୍ର ‘ନାଗିନ୍ ୬’ ପାଇଁ ସୁଟିଂ ଆରମ୍ଭ କରିବେ ବୋଲି କୁହାଯାଉଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।