କରନ କୁନ୍ଦ୍ରାଙ୍କ ସହ ବ୍ରେକଅପ୍ କରିଦେଲେ ତେଜସ୍ବୀ! ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଏମିତି କଥା

Tejasswi Karan Breakup: ଇଣ୍ଡଷ୍ଟ୍ରିର ହଟ କପଲ ତେଜସ୍ୱୀ ପ୍ରକାଶ ଓ କରନ କୁନ୍ଦ୍ରା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ତେଜସ୍ୱୀ ସୋସିଆଲ ମିଡ଼ିଆରେ ଏଭଳି ଏକ ପୋଷ୍ଟ ସେୟାର କରିଥିଲେ ଯାହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

କରନ କୁନ୍ଦ୍ରାଙ୍କ ସହ ବ୍ରେକଅପ୍ କରିଦେଲେ ତେଜସ୍ବୀ!

କରନ କୁନ୍ଦ୍ରାଙ୍କ ସହ ବ୍ରେକଅପ୍ କରିଦେଲେ ତେଜସ୍ବୀ!

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Tejasswi Karan Breakup: ଇଣ୍ଡଷ୍ଟ୍ରିର ହଟ କପଲ ତେଜସ୍ୱୀ ପ୍ରକାଶ ଓ କରନ କୁନ୍ଦ୍ରା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଯୋଡି ପ୍ରାୟତଃ ଏକାଠି ନଜର ଆସନ୍ତି। ଦୁଇଜଣଙ୍କ ସିଜଲିଂ କେମେଷ୍ଟ୍ରି ପାଇଁ ପ୍ରଶଂସକ ତାଙ୍କୁ ବେଷ୍ଟ କପଲ ଗୋଲ୍ସ ଆଖ୍ୟା ଦେଇଛନ୍ତି। ହେଲେ ଏବେ ଚର୍ଚ୍ଚାରେ ଦୁଇଜଣଙ୍କ ବ୍ରେକଅପ୍ କଥା।

ଆଜ୍ଞା ହଁ, ଏକଥା ଆମେ କହୁନାହୁଁ ଏହା ତେଜସ୍ବୀଙ୍କ ସୋସିଆଲ ମିଡ଼ିଆ ପୋଷ୍ଟରୁ ଜଣାପଡ଼ିଛି। ନିକଟରେ ତେଜସ୍ୱୀ ସୋସିଆଲ ମିଡ଼ିଆରେ ଏଭଳି ଏକ ପୋଷ୍ଟ ସେୟାର କରିଛନ୍ତି ଯାହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ତେଜସ୍ୱୀ-କରନ ବ୍ରେକଅପ୍?

ତେଜସ୍ୱୀ ପ୍ରକାଶ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି। ନିକଟରେ ଟିଭି ତାରକା ଏକ ପୋଷ୍ଟ ସେୟାର କରିଥିଲେ, ଯାହାକୁ ଦେଖି ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ଅଭିନେତ୍ରୀ ତାଙ୍କ ପ୍ରେମିକ କରନଙ୍କ ସହିତ ବ୍ରେକଅପ୍ କରିଛନ୍ତି କି?

‘ନାଗିନ’ ଅଭିନେତ୍ରୀ ଏକ ଇନଷ୍ଟା ଷ୍ଟୋରିରେ ନିଜର ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ଲେଖା ଅଛି, ‘‘ମୁଁ ବ୍ରେଅପ୍ କରିଦେଇଛି କାରଣ ମୁଁ ନାଚୁଥିଲି।'’ ଫଟୋରେ ଏହା ଦେଖିବାକୁ ମିଳୁଛି ଯେ ଅଭିନେତ୍ରୀ ଏକ ପ୍ରିଣ୍ଟ ଡ୍ରେସରେ ପିନ୍ଧିଥିବାର। ତେଜସ୍ୱୀଙ୍କ ଏହି ପୋଷ୍ଟରେ ବର୍ତ୍ତମାନ ଫ୍ୟାନ୍ସଙ୍କ କମେଣ୍ଟ ମଧ୍ୟ ବେଶ୍ ଦେଖିବାକୁ ମିଳୁଛି।

ହେଲେ ତେଜସ୍ୱୀଙ୍କ ଏହି ପୋଷ୍ଟ ଦେଖି ଲାଗୁଛି ସେ ମଜାକରେ ଏହାକୁ ସେୟାର କରିଛନ୍ତି।
Published by:Lipina Das
First published: