- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ଵାଇ : ତେଜସ୍ୱୀ ପ୍ରକାଶ ଏବଂ କରଣ କୁନ୍ଦ୍ରା ଟେଲି ଦୁନିଆର ଲୋକପ୍ରିୟ କପଲ। ଉଭୟଙ୍କ ଯୋଡି ବହୁତ ପସନ୍ଦ କରାଯାଉଛି। ଗଣମାଧ୍ୟମରେ ଖବର ଅଛି ଯେ ଉଭୟ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେମାନଙ୍କ ସମ୍ପର୍କକୁ ଆଗକୁ ବଢାଇବା ପୁର୍ବରୁ ଏହି ଦମ୍ପତି ଦୁବାଇରେ ଏବେ ନୂଆ ଘର କିଣିଛନ୍ତି। ନିକଟରେ ଟିଭି ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଏବଂ କରଣ କୁନ୍ଦ୍ରା ଦୁବାଇ ଘରର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯାହାକୁ ଦେଖିବା ପରେ ପରେ ତାଙ୍କ ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି।
ତେଜସ୍ୱୀ ଏବଂ କରଣ ଦୁବାଇରେ ଏକ ୧ ବିଏଚ୍କେ ପ୍ଲାଟ୍ କିଣିଛନ୍ତି। ତାଙକ ପ୍ଲାଟ ଦୁବାଇର ଜୁମିରା ବିଚ୍ ରେସିଡେନ୍ସି ନିକଟରେ ଅଛି । କୁହାଯାଉଛି କି ଏହାର ମୂଲ୍ୟ ପ୍ରାୟ ୨ କୋଟି । ଭିଡିଓ ସେୟାର କରିବା ସମୟରେ ତେଜସ୍ୱୀ ଲେଖିଛନ୍ତି- ଦୁବାଇରେ ଆମର ନୂଆ ଘରକୁ ସ୍ୱାଗତ। ଆମେ ଜଣାଇ ଅତ୍ୟନ୍ତ ଆନନ୍ଦିତ ଯେ କରଣ ଏବଂ ମୁଁ ଏହି ସ୍ୱପ୍ନର ଘର ପାଇଁ ଇନଭେଷ୍ଟ କରିଛୁ। ଏହି ଆପାର୍ଟମେଣ୍ଟ ଦୁବାଇର ହୃଦୟରେ ଅଛି। ତେଜସ୍ୱୀଙ୍କ ଘର ସମ୍ପୂର୍ଣ୍ଣ ସଜ୍ଜିତ ଓ ବିଳାଶପୂର୍ଣ୍ଣ । ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।