ଯଦି ମୋର କିଛି ହୁଏ ତେବେ ନାନା ପାଟେକର ଦାୟୀ ରହିବେ; ପୋଷ୍ଟ କରି ଏମିତି କହିଲେ ତନୁଶ୍ରୀ ଦତ୍ତ

ଅଭିନେତ୍ରୀ ତନୁଶ୍ରୀ ଦତ୍ତ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଯାହା ଆତଙ୍କ ସୃଷ୍ଟି କରିଛି। ସେ କହିଛନ୍ତି ଯେ ଯଦି ତାଙ୍କ ସହ କିଛି ଘଟେ ତେବେ ସେଥିପାଇଁ ଅଭିନେତା ନାନା ପାଟେକର ଦାୟୀ ରହିବେ।

ତନୁଶ୍ରୀ ଦତ୍ତ (ପ୍ରତୀକାତ୍ମକ ଛବି)

ତନୁଶ୍ରୀ ଦତ୍ତ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଦେଶରେ ମୀ ଠୁ ଆନ୍ଦୋଳନ ସମୟରେ ନାନା ପାଟେକରଙ୍କ ଉପରେ ଆରୋପ ଲଗାଇଥିବା ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଯାହା ଆତଙ୍କ ସୃଷ୍ଟି କରିଛି। ତନୁଶ୍ରୀ ଦତ୍ତ ଏକ ପୋଷ୍ଟରେ କହିଛନ୍ତି ଯେ ଯଦି ତାଙ୍କ ସହ କିଛି ଘଟେ ତେବେ ସେଥିପାଇଁ ଅଭିନେତା ନାନା ପାଟେକର ଦାୟୀ ରହିବେ।

ଅଭିନେତ୍ରୀ ଶୁକ୍ରବାର ସକାଳେ ଇନଷ୍ଟାଗ୍ରାମରେ ନିଜର ଏକ ଚିତ୍ର ସେୟାର କରିଛନ୍ତି ଓ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି, "ଯଦି ମୋ ସହିତ କୌଣସି ଘଟଣା ଘଟେ, ତେବେ ନାନା ପାଟେକର ଏବଂ ତାଙ୍କ ବଲିଉଡ ମାଫିଆ ସାଙ୍ଗମାନେ ଦାୟୀ ରହିବେ। ବଲିଉଡ ମାଫିଆ କିଏ? ଯେଉଁମାନଙ୍କ ନାମ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସମୟରେ ସାମ୍ନାକୁ ଆସିଥିଲା।




ଅଭିନେତ୍ରୀ 'ବଲିଉଡ ମାଫିଆ'ଙ୍କୁ ବହିଷ୍କାର କରିବା ଓ ସେମାନଙ୍କ ଫିଲ୍ମ ନ ଦେଖିବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ। ସେ ଲେଖିଛନ୍ତି, "ସେମାନଙ୍କର ଚଳଚ୍ଚିତ୍ରଗୁଡିକୁ ଦେଖ ନାହିଁ, ସେମାନଙ୍କୁ ସଂପୂର୍ଣ୍ଣ ଭାବେ ବହିଷ୍କାର କର ଓ ଏକ ଘୃଣ୍ୟ ପ୍ରତିଶୋଧ ସହିତ ସେମାନଙ୍କୁ ପଛରେ ପକାଇଦିଅ।

ସେ ଆହୁରି ଲେଖିଛନ୍ତି, "ସମସ୍ତଙ୍କ ପଛରେ ଯାଅ !! ସେମାନଙ୍କର ଜୀବନକୁ ନର୍କ କର କାରଣ ସେମାନେ ମୋତେ ବହୁତ ହଇରାଣ କରିଥିଲେ! ଆଇନ ଓ ନ୍ୟାୟ ମୋତେ ବିଫଳ କରିଛି କିନ୍ତୁ ମୋର ଏହି ମହାନ ରାଷ୍ଟ୍ରର ଲୋକଙ୍କ ଉପରେ ମୋର ବିଶ୍ୱାସ ଅଛି।" ତନୁଶ୍ରୀ ଏହି ପୋଷ୍ଟରେ ଲେଖିଛନ୍ତି "ଜୟ ହିନ୍ଦ ...ଓ ବିଦାୟ! ପୁଣି ଦେଖା ହେବ ...
Published by:Soumya Das
First published: