News18 Odia Digital
ଇନଷ୍ଟାଗ୍ରାମରେ ଏକ ଲମ୍ବା ଚଉଡ଼ା ପୋଷ୍ଟ ଲେଖି ତନୁଶ୍ରୀ ଦତ୍ତ ନିଜର ଯନ୍ତ୍ରଣା ପ୍ରକାଶ କରିଛନ୍ତି। ଅନେକ ଲୋକ ତାଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ସେ କହିଛନ୍ତି। ତନୁଶ୍ରୀ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ବଲିଉଡର ମାଫିଆ, ରାଜନୈତିକ ସର୍କିଟ ଓ ଜାତୀୟ ବିରୋଧୀମାନଙ୍କ ଯୋଗୁଁ ସେ ଅସୁବିଧାରେ ଅଛନ୍ତି।
ତନୁଶ୍ରୀ ଲେଖିଛନ୍ତି, ମୋତେ ହଇରାଣ କରାଯାଉଛି ଓ ଖରାପ ଟାର୍ଗେଟ କରାଯାଉଛି। ଦୟାକରି କେହି କିଛି କରନ୍ତୁ। ପ୍ରଥମତଃ ମୋର ବଲିଉଡ ଫିଲ୍ମ ଛଡ଼ାଇନିଆଯାଇଛି। ଏହା ପରେ ଏକ ଚାକରାଣୀ ନିୟୋଜିତ ହୋଇଥିଲା। କିନ୍ତୁ ସେ ମୋ ପାଣିରେ ଔଷଧ ଓ ଷ୍ଟେରଏଡ ମିଶ୍ରିତ କରିଥିଲା, ଯେଉଁ କାରଣରୁ ମୋର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା। ଏହା ପରେ, ଯେତେବେଳେ ମୁଁ ମେ’ ମାସରେ ଉଜୈନକୁ ଯାଇଥିଲି, ସେଠାରେ ଦୁଇ ଥର ମୋ ଗାଡ଼ିର ବ୍ରେକ ଫେଲ କରିବା ପାଇଁ ଚେଷ୍ଟା କରାଯାଇଥିଲା। ମୁଁ ଥରେ ଦୁର୍ଘଟଣାର ଶିକାର ମଧ୍ୟ ହେଲି। ମୃତ୍ୟୁ ମୁଖରୁ ଫେରିବା ପରେ ମୁଁ ପୁଣି ମୁମ୍ବାଇ ଫେରି ମୋ କାମ ଆରମ୍ଭ କରିବାକୁ ଚିନ୍ତା କରିଥିଲି। ବର୍ତ୍ତମାନ ମଁ ରହୁଥିବା ବିଲ୍ଡିଂର ମୋ ଫ୍ଲାଟ ବାହାରେ ଅଜବ ଜିନିଷ ରଖାଯାଉଛି। ମୁଁ ନିଶ୍ଚିତ ଯେ #ମିଟୁର ଆରୋପ ଲଗାଇଥିବା ଅଭିଯୁକ୍ତ ଓ ମୁଁ ଭାଣ୍ଡାଫୋଡ କରି୍ଥିବା ଏନଜିଓ ଏହି ସବୁ ପଛରେ ଅଛନ୍ତି। କାରଣ ତାଙ୍କ ବ୍ୟତୀତ ଅନ୍ୟ କେହି ମୋତେ ଏପରି ହଇରାଣ କରିବେ ଓ ଟାର୍ଗେଟ କରିବେ କାହିଁକି?
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।