ତାମିଲ ଅଭିନେତା ଲୋକେଶ ରାଜେନ୍ଦ୍ରନ
- News18 Odia
- Last Updated :
- Other, India
News 18 Odia Digital
ନୂଆଦିଲ୍ଲୀ: ତାମିଲର ଲୋକପ୍ରିୟ ଧାରାବାହିକ ମାରମାଦେଶମରେ ଅଭିନୟ କରିଥିବା ଲୋକେଶ ରାଜେନ୍ଦ୍ରନଙ୍କ ଆତ୍ମହତ୍ୟା। ଲୋକେଶ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଏହି ଖବର ପରେ ଅଭିନେତାଙ୍କ ପ୍ରଶଂସକମାନଙ୍କୁ ବଡ଼ ଝଟକା ଲାଗିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଛାଡପତ୍ରକୁ ନେଇ ଲୋକେଶ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ମତଭେଦ ହୋଇଥିଲା।
ଅଭିନେତାଙ୍କ ପିତା କହିଛନ୍ତି ଯେ ସେ ପ୍ରାୟ ଏକ ମାସ ପୂର୍ବରୁ ଜାଣିଥିଲେ ଯେ ଲୋକେଶ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଚାରି ଦିନ ପୂର୍ବରୁ ତାଙ୍କ ପତ୍ନୀ ତାଙ୍କୁ ଛାଡପତ୍ର ପାଇଁ ଏକ ଆଇନଗତ ନୋଟିସ ପଠାଇଥିଲେ। ଏହି ସବୁ କାରଣରୁ ସେ ବହୁତ ଚାପରେ ଥିଲେ। ତାଙ୍କ ପିତା କହିଛନ୍ତି ଯେ ସେ ଶେଷ ଥର ପାଇଁ ଶୁକ୍ରବାର ଦିନ ଲୋକେଶଙ୍କୁ ଦେଖିଥିଲେ।
ପୋଲିସ ସୂଚନା ଅନୁଯାୟୀ, ପାରିବାରିକ ସମସ୍ୟା ଯୋଗୁଁ ଲୋକେଶ ମଦ ପିଉଥିଲେ। ଆତ୍ମହତ୍ୟା ପରେ ତାଙ୍କୁ ଆମ୍ୱୁଲାନ୍ସ ଯୋଗେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ସିଆରପିସିର ଧାରା ୧୭୪ ଅଧିନରେ ମାମଲା ରୁଜୁ କରିଛି ଏଵଂ ତଦନ୍ତ ଆରମ୍ଭ କରିଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।