Tabassum Govil Dead: ଅଭିନେତ୍ରୀ ତବସୁମ ଗୋଭିଲଙ୍କର ୭୮ବର୍ଷରେ ଦେହାନ୍ତ

ଅଭିନେତ୍ରୀ ତବସୁମ ଗୋଭିଲଙ୍କର ୭୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଅଭିନେତା ଅରୁଣ ଗୋଭିଲଙ୍କ ଭାଉଜ ଥିଲେ।

ଅଭିନେତ୍ରୀ ତବସୁମ ଗୋଭିଲଙ୍କର ୭୮ବର୍ଷରେ ଦେହାନ୍ତ

ଅଭିନେତ୍ରୀ ତବସୁମ ଗୋଭିଲଙ୍କର ୭୮ବର୍ଷରେ ଦେହାନ୍ତ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ମୁମ୍ବାଇ: ଅଭିନେତ୍ରୀ ତବସୁମ ଗୋଭିଲଙ୍କର ୭୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ଭେଟେରାନ ଅଭିନେତ୍ରୀ ତବସୁମ ଗୋଭିଲଙ୍କର ଗତ ଶୁକ୍ରବାର ସନ୍ଧ୍ୟାରେ ହୃଦ୍‌ଘାତ ହେତୁ ମୃତ୍ୟୁ ହୋଇଛି। ସେ ତାଙ୍କ ଶୋ 'ଫୁଲ ଖିଲ ହେଁ ଗୁଲଶନ ଗୁଲଶନ' ପାଇଁ ଲୋକପ୍ରିୟ ହୋଇଥିଲେ।  ୨୧ ନଭେମ୍ବରରେ ସାନ୍ତାକ୍ରୁଜ୍ ଲିଙ୍କ୍ ରୋଡ୍ ଆର୍ଯ୍ୟ ସମାଜରେ ଏକ ପ୍ରାର୍ଥନା ସଭା ଆୟୋଜିତ ହେବ।

ତବସୁମ ଦୀର୍ଘ ଦିନ ଧରି ବଲିଉଡରେ କାମ କରିଥିଲେ। ସେ ଜଣେ ଅଭିନେତ୍ରୀ ଥିଲେ। କିନ୍ତୁ ସେ ଟକ୍ ସୋ ମଧ୍ୟ ଆୟୋଜନ କରିଥିଲେ, ସେ ଫିଲ୍ମ, ଟିଭି, ରେଡିଓ ଏବଂ ୱେବର ଚାରୋଟି ମିଡିଆରେ କାମ କରିଛନ୍ତି। ସେ ତାଙ୍କ କାହାଣୀ କହିବା ଶୈଳୀ ପାଇଁ ପ୍ରସିଦ୍ଧ ଥିଲେ। ଆଜିକାଲି ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ବହୁତ ସକ୍ରିୟ ଥିଲେ ଏବଂ ବଲିଉଡର କାହାଣୀ କହୁଥିଲେ।

ତବସୁମ୍ ଗୋଭିଲ୍ ନିଜେ ଜଣେ ଅଭିନେତ୍ରୀ ହେବା ସହିତ ଟିଭିର ରାମ ଅର୍ଥାତ୍ ଅଭିନେତା ଅରୁଣ ଗୋଭିଲଙ୍କ ଭାଉଜ ଥିଲେ। ତବାସୁମ ଅରୁଣଙ୍କ ଭାଇ ବିଜୟ ଗୋଭିଲଙ୍କୁ ବିବାହ କରିଥିଲେ।

ଗତ ବର୍ଷ ଏପ୍ରିଲରେ, ତବସୁମ COVID-19 ରେ ଶିକାର ହୋଇଥିଲେ ​। ସେତେବେଳେ ତାଙ୍କ ମୃତ୍ୟୁ ବିଷୟରେ ଗୁଜବ ଥିଲା। ଅଭିନେତ୍ରୀ ତାଙ୍କ ଦେହାନ୍ତର ମିଥ୍ୟା ଗୁଜବକୁ ପଛରେ ପକାଇ ଇନଷ୍ଟାଗ୍ରାମରେ କହିଥିଲେ, "ସମସ୍ତ ଶୁଭେଚ୍ଛା ପାଇଁ ଧନ୍ୟବାଦ। ମୁଁ ସମ୍ପୂର୍ଣ୍ଣ ଭଲ, ସୁସ୍ଥ ଓ ମୋ ପରିବାର ସହିତ ଅଛି। ଭାଇରାଲ ହେଉଥିବା ଗୁଜବ ମିଥ୍ୟା ଅଟେ। ମୁଁ ପ୍ରାର୍ଥନା କରୁଛି ସମସ୍ତେ ନିରାପଦରେ ଘରେ ରୁହନ୍ତୁ।
Published by:Soumya Das
First published: