ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»OTTରେ ଉଡ଼ାଣ ଭରିବାକୁ ଯାଉଛି ତାପସୀ ପନ୍ନୁଙ୍କ ରଶ୍ମୀ ରକେଟ; ଜାଣନ୍ତୁ କେବେ ହେବ ରିଲିଜ

OTTରେ ଉଡ଼ାଣ ଭରିବାକୁ ଯାଉଛି ତାପସୀ ପନ୍ନୁଙ୍କ ରଶ୍ମୀ ରକେଟ; ଜାଣନ୍ତୁ କେବେ ହେବ ରିଲିଜ

ତାପସୀ ପନ୍ନୁ 'ରଶ୍ମୀ ରକେଟ' ଜରିଆରେ ଭାରତୀୟ ଦର୍ଶକଙ୍କ ହୃଦୟରେ ରାଜ କରିବାକୁ ଆସୁଛନ୍ତି। ଏହା ଅକ୍ଟୋବର ୧୫ରେ Zee5ରେ ମୁକ୍ତିଲାଭ କରିବ।

OTTରେ ଉଡ଼ାଣ ଭରିବାକୁ ଯାଉଛି ତାପସୀ ପନ୍ନୁଙ୍କ ରଶ୍ମୀ ରକେଟ; ଜାଣନ୍ତୁ କେବେ ହେବ ରିଲିଜ
ତାପସୀ ପନ୍ନୁ 'ରଶ୍ମୀ ରକେଟ' ଜରିଆରେ ଦର୍ଶକଙ୍କ ହୃଦୟକୁ ଜିତିବେ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 20, 2021, 6:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ୱାଇ: ତାପସୀ ପନ୍ନୁ 'ରଶ୍ମୀ ରକେଟ' ଜରିଆରେ ଭାରତୀୟ ଦର୍ଶକଙ୍କ ହୃଦୟରେ ରାଜ କରିବାକୁ ଆସୁଛନ୍ତି। ଏହା ଅକ୍ଟୋବର ୧୫ରେ Zee5ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି ରୋନି ସ୍କ୍ରୁଭାଲାରଙ୍କ ଆରଏସଭିପି ଓ ମ୍ୟାଙ୍ଗୋ ପିପଲ ମିଡ଼ିଆ ଦ୍ୱାରା ନିର୍ମିତ।

ଏହା ଏକ ଛୋଟ ଝିଅର କାହାଣୀ, ଯିଏ ଏକ ଛୋଟ ଗାଁରେ ରୁହେ। କିନ୍ତୁ ତାକୁ ଏକ ଅଦ୍ଭୁତପୂର୍ବ ବଡ଼ ଉପହାର ମିଳିଛି। ଆକର୍ଷ ଖୁରାନାଙ୍କ ନିର୍ଦ୍ଦେଶିତ ‘ରଶ୍ମୀ ରକେଟ’ ନନ୍ଦା ପେରିୟାସାମିଙ୍କ ମୂଳ କାହାଣୀ ଉପରେ ଆଧାରିତ। ପୋଷ୍ଟରରେ ଦର୍ଶକଙ୍କୁ ଆଡ୍ରେନାଲାଇନ ପ୍ୟାକ୍ଡ କଥାର ଏକ ଝଲକ ଦିଆଯାଇଛି। ଏଥିରେ ତାପସୀ ଧୈର୍ଯ୍ୟ ଓ ଦୃଢ ସଂକଳ୍ପରେ ଭରପୂର ଥିବା ନଜର ଆସୁଛନ୍ତି।

ରୋନି ସ୍କ୍ରୁଭାଲା, ନେହା ଆନନ୍ଦ ଓ ପ୍ରାଞ୍ଜଲ ଖଣ୍ଡଡ଼ିଆଙ୍କ ଦ୍ୱାରା ନିର୍ମିତ 'ରଶ୍ମୀ ରକେଟ' ନନ୍ଦା ପେରିୟାସାମି, ଅନିରୁଦ୍ଧ ଗୁହା ଓ କାନିକା ଢିଲୋଙ୍କ ଦ୍ୱାରା ଲିଖିତ ହୋଇଥିବା ବେଳେ ଏଥିରେ ସୁପ୍ରିୟା ପାଠକ, ଅଭିଷେକ ବାନାର୍ଜୀ, ପ୍ରିୟାଂଶୁ ପେନ୍ୟୁଲି ଓ ସୁପ୍ରିୟା ପିଲଗାଓଁକର ମଧ୍ୟ ଅଭିନୟ କରିଛନ୍ତି।

ତାପସୀ ପନ୍ନୁ କୁହନ୍ତି, “ଏହି ଚଳଚ୍ଚିତ୍ରଟି ଏକ ଭିନ୍ନ ଧରଣର। ଯେତେବେଳେ ସ୍କ୍ରିପ୍ଟ କିମ୍ବା ନିର୍ଦ୍ଦେଶକ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତ ହୁଅନ୍ତି ମତେ ସେତିକିବେଳେ ଜଣାନ୍ତି । କିନ୍ତୁ ଏହି କାହାଣୀର ଗୋଟିଏ ଧାଡ଼ି ଚେନ୍ନାଇରେ ମୋ କୋଳରେ ଆସି ପଡ଼ିଗଲା ଓ ତା’ପରେ ସେଠାରୁ ଏକ ପୂର୍ଣ୍ଣ ଚଳଚ୍ଚିତ୍ର ହେବାର ଅନୁଭବ ହେଲା। ଏଭଳି ଆଗରୁ କେବେ ଅନ୍ୟ ଫିଲ୍ମ ସହ ହୋଇନି। ପ୍ରଥମ ଦିନରୁ ସମସ୍ତ କାହାଣୀ ବିଷୟରେ ଏତେ ନିଶ୍ଚିତ ଥିଲି ଯେ କୌଣସି ଷ୍ଟକ ହୋଲ୍ଡରଙ୍କୁ ହାତ ମିଳାଇବା ଓ ଏହି ଚଳଚ୍ଚିତ୍ର ପାଇଁ ସର୍ବଶ୍ରେଷ୍ଠ ଦେବା ପାଇଁ ମନାଇବା କଦାପି କଷ୍ଟକର ନ ଥିଲା। ତେଣୁ ଏହି ଚଳଚ୍ଚିତ୍ରର ଫଳାଫଳ ମୋର ଅନ୍ୟ ଚଳଚ୍ଚିତ୍ର ଅପେକ୍ଷା ମୋତେ ଅଧିକ ପ୍ରଭାବିତ କରିବ। ଏନେଇ ସେ ଅତ୍ୟଧିକ ଗର୍ବିତ ବୋଲି କହିଛନ୍ତି।

ନିର୍ଦ୍ଦେଶକ ଆକର୍ଷ ଖୁରାନାଙ୍କ କହିବା କଥା, “ଦର୍ଶକ ଭାବରେ ମୁଁ କୋର୍ଟ ରୁମ ଡ୍ରାମା, ପରିପକ୍ୱ ରୋମାନ୍ସ ଓ କ୍ରୀଡା ଚଳଚ୍ଚିତ୍ର ପ୍ରତି ସର୍ବଦା ଆଗ୍ରହୀ ଥିଲି। ଜଣେ କାହାଣୀକାର ଭାବରେ, ମୁଁ ସର୍ବଦା ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ ଯାତ୍ରାର ଚରିତ୍ର ପ୍ରତି ଆକର୍ଷିତ ହୋଇଆସୁଛି। ଏହି ଚଳଚ୍ଚିତ୍ର ମୋତେ ଏକ ଅନନ୍ୟ ଓ ରୋମାଞ୍ଚକର ସୁଯୋଗ ଦେଇଥିଲା ଯେଉଁଥିରେ ଏହି ସବୁ ଉପାଦାନ ରହିଥିଲା ​​ଓ ତା ସହିତ ଭଲ କଳାକାର ମଧ୍ୟ।”

ରୋନି ସ୍କ୍ରୁଭାଲା କୁହନ୍ତି, “ମତେ ସବୁବେଳେ ଦୁର୍ବଳ ଓ ଅନାମ ନାୟକର କାହାଣୀ ଭଲଲାଗେ। ‘ରଶ୍ମୀ ରକେଟ’ କାହାଣୀରେ ଯେଉଁ କୌତୁହଳପୂର୍ଣ୍ଣ ବିଷୟ ଅଛି ତାହା ହେଉଛି ଜଣେ ଆଥଲେଟ ଭାବରେ ତାଙ୍କର ଯାତ୍ରା ବିଷୟରେ ନୁହେଁ, ବରଂ ଆଥଲେଟ ଭାବରେ ତାଙ୍କ ଜୀବନ ସାମ୍ନାରେ ଆସୁଥିବା ମାନବୀୟ ନାଟକ। ଏନେଇ ଏହା ନିୟମିତ ଆଥଲେଟ କାହାଣୀଠାରୁ ଏହାକୁ ଭିନ୍ନ କରୁଛି। Zee5 ସହିତ ଆମର ସହଭାଗୀତା ନିଶ୍ଚିତ କରିବ ଯେ ଚଳଚ୍ଚିତ୍ରଟି ଦୁନିଆର ପ୍ରତ୍ୟେକ କୋଣରେ ପହଞ୍ଚିବ। ଏହା ଏପରି ଏକ କାହାଣୀ ଯାହା ସମସ୍ତେ ଜାଣିବା ଉଚିତ।”
Published by: Soumya Das
First published: September 20, 2021, 6:19 PM IST