ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ବିକିନି ବଡ଼ି ଓ ଆଥଲେଟ ବଡ଼ି ଭିତରେ ପାର୍ଥକ୍ଯ କହିଲେ ବଲିଉଡ଼ ଅଭିନେତ୍ରୀ ତାପସୀ ପନ୍ନୁ

ବିକିନି ବଡ଼ି ଓ ଆଥଲେଟ ବଡ଼ି ଭିତରେ ପାର୍ଥକ୍ଯ କହିଲେ ବଲିଉଡ଼ ଅଭିନେତ୍ରୀ ତାପସୀ ପନ୍ନୁ

ତାପସୀ ପନ୍ନୁ ଆଜିକାଲି ନିଜ ଫିଲ୍ମ ‘ରଶ୍ମୀ ରକେଟ’ କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏକ ସାକ୍ଷାତକାର ଅବସରରେ ବିକିନି ବଡି ଓ ଆଥଲେଟ ବଡି ଭିତରେ ପାର୍ଥକ୍ୟ କ’ଣ ସେ କହିଛନ୍ତି।

ବିକିନି ବଡ଼ି ଓ ଆଥଲେଟ ବଡ଼ି ଭିତରେ ପାର୍ଥକ୍ଯ କହିଲେ ବଲିଉଡ଼ ଅଭିନେତ୍ରୀ ତାପସୀ ପନ୍ନୁ
ରଶ୍ମି ରକେଟ ଫିଲ୍ମ ଏହି ଶୁକ୍ରବାର ଜି୫ରେ ରିଲିଜ୍ ହେବାକୁ ଯାଉଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 13, 2021, 12:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ : ତାପସୀ ପନ୍ନୁ ଆଜିକାଲି ନିଜ ଫିଲ୍ମ ‘ରଶ୍ମୀ ରକେଟ’ କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାପସୀ ଜଣେ ଆଥ୍‌ଲେଟର ଭୂମିକା ନିଭାଉଛନ୍ତି। ଜଣେ ଆଥଲେଟ ଭୂମିକାରେ ଅଭିନୟ କରି ସେ ଅନେକ କିଛି ଶିଖିଥିବା ମନେହୁଏ। ନିକଟରେ ଏକ ସାକ୍ଷାତକାର ଅବସରରେ ବିକିନି ବଡି ଓ ଆଥଲେଟ ବଡି ଭିତରେ ପାର୍ଥକ୍ୟ କ’ଣ ସେ କହିଛନ୍ତି।

ତାପସୀ ତାଙ୍କ ସହଯୋଗୀମାନଙ୍କ ସହ ଆଲୋଚନା କରି କହିଛନ୍ତି, ମୁଁ ମୋ ଟିମକୁ ଖୋଲାଖୋଲି ଭାବେ ନିର୍ଦ୍ଦେଶ ଦେଇଥିଲି ଯେ ସେମାନେ ଫିଲ୍ମ ‘ରଶ୍ମୀ ରକେଟ’ ପାଇଁ ନିଜ ବଡ଼ି ବନେଇବା ମୋହରେ ପଡ଼ି ଷ୍ଟେରଏଡ଼ ନିଅନ୍ତୁ ନାହିଁ।

ତାଙ୍କ କହିବା କଥା ଯେ “ବିକିନି ବଡ଼ି ପାଇଁ ଆପଣଙ୍କୁ ଷ୍ଟ୍ରିମଲାଇନ ଆପ୍ରୋଚକୁ ଫଲୋ କରିବାକୁ ହେବ। ଏନେଇ ଆପଣଙ୍କୁ ଓଜନ କମ କରିବାକୁ ହେବ। ଆପଣଙ୍କ ଚର୍ମ ଓ ହାଡ଼ରେ ଯେପରି କୌଣସି ପ୍ରଭାବ ନ ପଡ଼େ। ଏ ସବୁ ଆପଣଙ୍କୁ ଫଲୋ କରିବାକୁ ପଡ଼ିବ। କାରଣ ବିକିନି ବଡ଼ି ପାଇଁ ଲୋକେ ସ୍ଲିମ୍ ଫିଗର ଚାହାନ୍ତି। ଏବେ ମୋ ପାଖରେ କୌଣସି ବଡ଼ି ଟାଇପ୍ ନାହିଁ, ଯାହା ନେଇ ମତେ ସେମିତି କିଛି କରିବାକୁ ହେବ। ମୁଁ ଜଣେ ଆଥଲେଟିକ। ଯଦି ବି ମୁଁ ବିକିନି ବଡ଼ି ବନେଇବାକୁ ଚାହିଁବି ତେବେ ଆପଣମାନେ ମୋଠାରେ ସେଭଳି ସୁନ୍ଦରତା ଦେଖିପାରିବେ ନାହିଁ ଯାହା ଅନ୍ୟ ଅଭିନେତ୍ରୀମାନଙ୍କ ପାଖରେ ପାଇବେ।”

ତାପସୀ କୁହନ୍ତି ଯେ ଆଥ୍‌ଲେଟିକ୍ ବଡି ପାଇଁ ସାଇଣ୍ଟିଫିକ୍ ଆପ୍ରୋଚର ଆବଶ୍ୟକତା ରହିଛି। ଶରୀରର ସବୁ ମାଂସପେଶୀ ପାଇଁ ଅଲଗା ଅଲଗା ବ୍ୟାୟାମ ରହିଛି। ଆପଣ କ’ଣ କ’ଣ ଖାଉଛନ୍ତି, କି କି ବ୍ୟାୟାମ କରୁଛନ୍ତି, କେଉଁ ମେସିନ୍ ବ୍ୟବବାର କରୁଛନ୍ତି ଏସବୁ ଦେଖିବା ନିହାତି ଜରୁରୀ। ତାପସୀ ପନ୍ନୁଙ୍କ ଫିଲ୍ମ ‘ରଶ୍ମୀ ରକେଟ୍’ ବିଷୟରେ ଯଦି କୁହାଯାଏ ତେବେ ଏହି ଫିଲ୍ମ ଏହି ଶୁକ୍ରବାର ଜି୫ରେ ରିଲିଜ୍ ହେବାକୁ ଯାଉଛି।
Published by: Soumya Das
First published: October 13, 2021, 12:33 PM IST