News18 Odia Digital
ଭୁବନେଶ୍ୱର: କୁହୁ ସିନେ ଫ୍ଲିକସ୍ ଓ ଏସବିଏଫ୍ ଦ୍ଵାରା ପ୍ରସ୍ତୁତ ୨ୟ କ୍ଷୁଦ୍ର ଚଳଚ୍ଚିତ୍ର ମଞ୍ଜୁନାଥକୁ ମିଳିଛି ଶ୍ରେଷ୍ଠ ଲକଡାଉନ ଶର୍ଟ ଫିଲ୍ମ ଆୱାର୍ଡ। ଏହି ଫିଲ୍ମର କାହାଣୀ କୋଭିଡ୍ ଯୋଦ୍ଧାଙ୍କ ଉପରେ ଆଧାରିତ।
କୋଭିଡ ସମୟରେ କିପରି ଜଣେ ପୋଲିସ ଅଫିସର୍ ଜଣେ ଗର୍ଭବତୀ ମହିଳାଙ୍କୁ ରକ୍ତଦାନ କରି ଡାକ୍ତରଙ୍କ ସହାୟତାରେ ତା' ଜୀବନ ରକ୍ଷା କରିଛନ୍ତି ତାହା ଏହି କାହାଣୀରେ ଦେଖା ଯାଇଛି ।
'ମଞ୍ଜୁନାଥ' ଅଭିନେତା ସ୍ୱରାଜଙ୍କର ନିର୍ଦ୍ଦେଶିତ ଦ୍ୱିତୀୟ କ୍ଷୁଦ୍ର ଚଳଚ୍ଚିତ୍ର । ତୁ ମୋ ଲଭ୍ ଷ୍ଟୋରୀ ଫେମ୍ ସିନେମାଟୋଗ୍ରାଫର୍ ରବୀନ୍ଦ୍ର ବେହେରା ଏଥିରେ କ୍ୟାମେରା ସମ୍ଭାଳିଛନ୍ତି । ପ୍ରଯୋଜକ ଶୁଭେନ୍ଦୁ ସାହୁ ଓ କ୍ରିଏଟିଭ ହେଡ୍ ତାପସ ସରଘରିଆ ମଞ୍ଜୁନାଥକୁ ନେଇ ବେଶ ଆଶାବାଦୀ ଥିଲେ। ରାଜେଶ୍ ଦାସଙ୍କ ସମ୍ପାଦନା ଓ ସୌମିତ୍ରଙ୍କ ସ୍ୱର ସଂଯୋଜନାରେ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଛି । ବାରିପଦାର ବରିଷ୍ଠ କଳାକାର ଯଥା ଅନ୍ନଦା ଦାସ, ଧୀର ବସା, ବିଜେନ୍ଦ୍ର ରାଉତ, ତାପସ ପାଢ଼ୀ, ଇନ୍ଦୁ ଭୂଷଣ କାନୁନଗୋ ପ୍ରମୁଖ ଏହି ଫିଲ୍ମରେ ଅଭିନୟ କରିଛନ୍ତି।
ଏହି ଚଳଚ୍ଚିତ୍ରରେ ନବାଗତଙ୍କ ଭିତରେ ରହିଛନ୍ତି ସୁବ୍ରତ କୁମାର ଦେ, ଶର୍ମିଷ୍ଠା ପଣ୍ଡା, ଶିବଜିତ ଆଚାର୍ଯ୍ୟ, ମହେନ୍ଦ୍ର ପ୍ରତାପ, ଦେବାଶିଷ ଗିରି, ସୁଭସ୍ମିତା ଦାସ, ରାଜାରାମ ପଣ୍ଡିତ, ବାରିପଦାର ଆଖପାଖ ସ୍ଥାନରେ ଏହାର ସୁଟିଂ କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।