KK Death: କେକେଙ୍କ ମୃତ୍ୟୁକୁ ନେଇ ବଢୁଛି ସସ୍‌ପେନ୍ସ; ଆୟୋଜକଙ୍କ କୁପରିଚାଳନାକୁ ନେଇ ଉଠୁଛି ପ୍ରଶ୍ନ

KK Passes Away: ଲୋକପ୍ରିୟ ଗାୟକ କେକେଙ୍କ କପାଳ ଓ ଓଠରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି ବୋଲି ସୂଚନା ଦେଇଛି ପୋଲିସ। ଗୀତ ଗାଇବା ସମୟରେ ସେ ଆୟୋଜକଙ୍କୁ ବାରମ୍ବାର କହିଥିଲେ ଯେ ସେ ଅସୁସ୍ଥ ଅନୁଭବ କରୁଛନ୍ତି, ହେଲେ ତାଙ୍କ କଥାକୁ କେହି ଶୁଣିନଥିଲେ।

କେକେଙ୍କ ମୃତ୍ୟୁକୁ ନେଇ ବଢୁଛି ସସ୍‌ପେନ୍ସ

କେକେଙ୍କ ମୃତ୍ୟୁକୁ ନେଇ ବଢୁଛି ସସ୍‌ପେନ୍ସ

  • Share this:
News18 Odia Digital

Singer KK Passes Away: ପ୍ରସିଦ୍ଧ ଗାୟକ କେକେଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି। ଲୋକମାନେ ବିଭିନ୍ନ ଦିଗକୁ ନେଇ ସନ୍ଦେହ କରିବା ଆରମ୍ଭ କରିଦେଇଛନ୍ତି। କନସର୍ଟ ସମୟରେ କେକେ ଅସୁସ୍ଥ ଅନୁଭବ କରୁଥିଲେ। ପ୍ରଶଂସକ ଉଭୟ କଲେଜର କର୍ତ୍ତୃପକ୍ଷଙ୍କ ସହ ନାଜରୁଲ ମଞ୍ଚ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି ଓ ସେମାନେ ଏହି ମାମଲାରେ ସିବିଆଇ ତଦନ୍ତ ଚାହୁଁଛନ୍ତି। ପ୍ରଶଂସକ ଏହା ମଧ୍ୟ କହିଛନ୍ତି ଯେ ଅଡିଟୋରିୟମର ବସିବାର କ୍ଷମତା ୨୫୦୦ କିନ୍ତୁ ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ୭୦୦୦ ରୁ ଅଧିକ ଲୋକ ଅଡିଟୋରିୟମ ଭିତରକୁ ଯାଇଥିଲେ।



ଅନ୍ୟପକ୍ଷରେ ଉପସ୍ଥିତ ଲୋକ କେକେଙ୍କୁ ଉପଭୋଗ କରିବାକୁ ଭିଡ଼ ଜମାଇଥିଲେ। ଅତ୍ୟଧିକ ଜନଗହଳିପୂର୍ଣ୍ଣ ସ୍ଥାନରେ ଅଗ୍ନି ନିର୍ବାପକ ଯନ୍ତ୍ରକୁ ସ୍ପ୍ରେ କରିବା ଦ୍ୱାରା ହିଷ୍ଟୋଟକ୍ସିକ୍ ହାଇପୋକ୍ସିଆ ହୋଇପାରେ, ଯାହା ଦ୍ୱାରା ଶ୍ୱାସକ୍ରିୟା ସମସ୍ୟା ହେବା ସହ ମୃତ୍ୟୁ ମଧ୍ୟ ହୋଇପାରେ। ଯଦି ଏହା ଅଡିଟୋରିୟମ୍ ଭିତରେ ସ୍ପ୍ରେ କରାଯାଏ ତେବେ ଏହା ନିଶ୍ଚିତ ଯେ କେକେ ମଧ୍ୟ ଏଥିରେ ପୀଡ଼ିତ ହୋଇପାରନ୍ତି।



ଜାତୀୟ ଗଣମାଧ୍ୟମ ଓ ସୋସିଆଲ ସାଇଟରେ ପ୍ରକାଶିତ କେତେକ ଭିଡ଼ିଓରୁ କେକେ ଅସୁସ୍ଥ ଅନୁଭବ କରୁଥିବାର ସ୍ପଷ୍ଟ ମନେ ହେଉଛି। ଗତ କାଲିର ପ୍ରୋଗ୍ରାମରେ ସେ ୨୦ଟି ଗୀତ ଗାଇବାର ବ୍ୟବସ୍ଥା ଥିଲା। ଏବେ ବି ପୋଡିୟମ ଉପରେ ସେହି ଗୀତର ଲିଷ୍ଟ କାଗଜ ପଡି ରହିଛି। ଆୟୋଜକଙ୍କୁ ବାରମ୍ବାର କହିବା ସତ୍ତ୍ୱେ ବି ସେମାନେ କାହିଁକି ଏଥିପାଇଁ ଧ୍ୟାନ ଦେଉନଥିଲେ ବୋଲି ପ୍ରଶ୍ନ ଉଠୁଛି। କେବଳ ସେତିକି ନୁହେଁ ଉପସ୍ଥିତ ଜନତା ମଧ୍ୟ ମଞ୍ଚ ତଳୁ ଏନେଇ ଉତ୍ତେଜନା ସୃଷ୍ଟି କାରିଥିଲେ। କିନ୍ତୁ ସେଥିପ୍ରତି ଧ୍ୟାନ ନ ଦିଆ ଯାଇ କାହିଁକି ପ୍ରୋଗ୍ରାମ ଚାଲୁ ରହିଥିଲା ବୋଲି ସୋସିଆଲ ମିଡ଼ିଆରେ ପ୍ରଶ୍ନ କରୁଛନ୍ତି ୟୁଜର୍ସ। ଆୟୋଜକଙ୍କ କୁପରିଚାଳନା ଯୋଗୁଁ ଏପରି ହୋଇଛି ବୋଲି କେହି କେହି ମତ ରଖିଛନ୍ତି। #justiceforkK ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଟ୍ରେଣ୍ଡ କରୁଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ


କେକେଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ

ପ୍ରଶଂସକ ବ୍ୟତୀତ ପଶ୍ଚିମବଙ୍ଗ ବିଜେପିର ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ କିପରି ଆୟୋଜିତ ହୋଇଛି ତାହା ଠିକ ନୁହେଁ, ଏହାର ଅନୁସନ୍ଧାନ କରାଯିବା ଉଚିତ। ବିନା ଏସିରେ ଓ ଏତେ ଭିଡ଼ରେ ତାଙ୍କୁ କାମ କରିବାକୁ ପଡ଼ିଥିଲା ବୋଲି ଦିଲୀପ ଘୋଷ କହିଛନ୍ତି। ଜନତା କ୍ଷମତାଠାରୁ ଅଧିକ ଓ ଏସି ବନ୍ଦ ଥିବା ସେ କହିଛନ୍ତି। ଏହା ଜଣା ନାହିଁ ଯେ ଏହି କାରଣରୁ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥିଲା କି ନାହିଁ, ଏହା ଜଣା ନାହିଁ ଯେ ଲୋକେ ମଧ୍ୟ ଉତ୍ତେଜନା ପ୍ରକାଶ କରିଥିଲେ କି।



ପ୍ରକାଶ ଥାଉକି ତାଙ୍କ କପାଳ ଓ ଓଠରେ ଆଘାତ ଚିହ୍ନ ଦେଖିବାକୁ ମିଳିଥିଲା​। ଏହା ପରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି। ପୋଲିସ କେକେଙ୍କ ମୃତ୍ୟୁ ଘଟଣାରେ ଆୟୋଜକ ଓ ହୋଟେଲ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି।
Published by:Lipina Das
First published: