ଡେଟ୍ କରୁଛନ୍ତି ସୁସ୍ମିତା ସେନ୍ ଓ ଲଳିତ ମୋଦି; କହିଲେ ବିବାହ ବି ହେବ

ଆଇପିଏଲର ପ୍ରଥମ ଚେୟାରମ୍ୟାନ୍ ଲଳିତ ମୋଦୀ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ସୁସ୍ମିତା ସେନ୍ ପରସ୍ପରକୁ ଡେଟ୍ କରୁଛନ୍ତି ।

ଡେଟ୍ କରୁଛନ୍ତି ସୁସ୍ମିତା ସେନ୍ ଓ ଲଳିତ ମୋଦି ।

ଡେଟ୍ କରୁଛନ୍ତି ସୁସ୍ମିତା ସେନ୍ ଓ ଲଳିତ ମୋଦି ।

  • Share this:
News 18 Odia Digital

ନୂଆଦିଲ୍ଲୀ; ଆଇପିଏଲର ପ୍ରଥମ ଚେୟାରମ୍ୟାନ୍ ଲଳିତ ମୋଦୀ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ସୁସ୍ମିତା ସେନ୍ ପରସ୍ପରକୁ ଡେଟ୍ କରୁଛନ୍ତି । ନିକଟରେ ଲଳିତ ମୋଦୀ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଆଇପିଏଲର ପ୍ରଥମ ଚେୟାରମ୍ୟାନ୍ ଲଳିତ ମୋଦୀ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ସୁସ୍ମିତା ସେନ୍ ସେମାନଙ୍କ ବିବାହ ନେଇ ଘୋଷଣା କରିଛନ୍ତି ।

ଆମେ ଆପଣଙ୍କୁ କହିବୁ ଯେ ଆଇପିଏଲର ପ୍ରଥମ କମିଶନର ତଥା ଚେୟାରମ୍ୟାନ୍ ଲଳିତ ମୋଦୀ ଏକ ଟୁଇଟ୍ କରିଛନ୍ତି । ତାଙ୍କ ଟ୍ୱିଟରେ ସେ ଲେଖିଛନ୍ତି ଯେ ମୋ ପରିବାର ସହିତ ମୁଁ ମାଲଦ୍ୱୀପ ସମେତ ସାରା ବିଶ୍ୱ ଭ୍ରମଣ କରିବା ପରେ ଲଣ୍ଡନ ଫେରି ଆସିଛି । ମୁଁ ଏହା ମଧ୍ୟ କହିବି ଯେ 'ବେଟର ହାଲ୍ଫ' ସୁଷମିତା ସେନଙ୍କ ସହିତ ଏକ ନୂତନ ଜୀବନର ଆରମ୍ଭ ଚମତ୍କାର ହୋଇଛି । ସେବେଠାରୁ ସୁସ୍ମିତା ସେନଙ୍କ ସହିତ ତାଙ୍କର ବିବାହ ଖବର ଭାଇରାଲ ହେବା ଆରମ୍ଭ ହୋଇଛି, ଏହା ପରେ ସେ କହିଥିଲେ ଯେ ମୁଁ ବର୍ତ୍ତମାନ ଡେଟିଂ କରୁଛି । ଦିନେ ବିବାହ ମଧ୍ୟ ହେବ ।



୧୨ ବର୍ଷ ପୂର୍ବେ ଲଳିତ ମୋଦୀ ଦେଶ ଛାଡି ପଳାଇଥିଲେ

ଆଇପିଏଲ ଲଳିତ ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ସେ ୨୦୦୫ ରୁ ୨୦୧୦ ପର୍ଯ୍ୟନ୍ତ ବିସିସିଆଇର ଉପାଧ୍ୟକ୍ଷ ଥିଲେ । ସେ ୨୦୦୮ ରୁ ୨୦୧୦ ପର୍ଯ୍ୟନ୍ତ ଆଇପିଏଲର ଚେୟାରମ୍ୟାନ୍ ତଥା କମିଶନର ଥିଲେ। ୨୦୧୦ ମସିହାରେ ଲଲିତ ମୋଦୀଙ୍କୁ ଆଇପିଏଲ କମିଶନର ପଦରୁ ଠକାମି ଅଭିଯୋଗରେ ନିଲମ୍ବିତ କରାଯାଇଥିଲା । ଏହା ବ୍ୟତୀତ ତାଙ୍କୁ ବିସିସିଆଇରୁ ନିଲମ୍ବିତ କରାଯାଇଥିଲା । ମନି ଲଣ୍ଡରିଂ ମାମଲାରେ ଅଭିଯୋଗ ପରେ ଲଲିତ ମୋଦୀ ୨୦୧୦ ରେ ଦେଶ ଛାଡି ପଳାଇଥିଲେ ।

ମା'ଙ୍କ ସାଙ୍ଗ ସହିତ କରିଥିଲେ ପ୍ରଥମ ବିବାହ

ଲଲିତ ମୋଦୀ ତାଙ୍କ ମାଙ୍କ ବନ୍ଧୁ ମୀନଲଙ୍କ ପ୍ରେମରେ ପଡିଥିଲେ । ଯେତେବେଳେ ମୀନାଲ ବିବାହ କରିବାକୁ ଯାଉଥିଲେ, ତା ପୂର୍ବରୁ ଲଲିତ ମୋଦୀ ତାଙ୍କୁ ନିଜ ଭାବନା ବିଷୟରେ କହିଥିଲେ । ଏକଥା ଶୁଣି ବୟସରେ ୯ ବର୍ଷ ବୟସ୍କ ମୀନା ରାଗିଯାଇ ଥିଲେ । ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ବି ବନ୍ଦ ହୋଇଗଲା । କିନ୍ତୁ, ପରେ ମିନାଲ ତାଙ୍କ ନାଇଜେରିଆର ବ୍ୟବସାୟୀ ସ୍ୱାମୀ ଜ୍ୟାକ୍ ସାଗାରାନୀଙ୍କଠାରୁ ଛାଡପତ୍ର ହୋଇଥିଲେ ।

ଏହା ପରେ ମୀନାଲ ଏବଂ ଲଲିତ ମୋଦୀ ପୁନର୍ବାର ନିକଟତର ହୋଇଥିଲେ ଏବଂ ଉଭୟ ନିଜ ପରିବାରର ଇଚ୍ଛା ବିରୁଦ୍ଧରେ ୧୭ ଅକ୍ଟୋବର ୧୯୯୧ ରେ ବିବାହ କରିଥିଲେ । ୨୦୧୮ ରେ ମୀନାଲଙ୍କର ମୃତ୍ୟୁ ହୋଇ ଯାଇଥିଲା । ଏଥି ସହ କୋଚି ଟସ୍କର୍ସଙ୍କ କାଗଜରେ ଦସ୍ତଖତ କରିବା ପରେ ଲଳିତ ମୋଦୀ ଗୋଟିଏ ପରେ ଗୋଟିଏ ଟ୍ୱିଟ କରିଛନ୍ତି । ଏହି ଟ୍ୱିଟ୍ ଗୁଡିକରେ ସେ ପାଣ୍ଡୋରା ପେପର ସହ ଜଡିତ ଅନେକ କଥା ଖୁଲସା କରିଥିଲେ । ସେ କହିଥିଲେ ଯେ ତତ୍କାଳୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶଶି ଥରୁରଙ୍କ ବନ୍ଧୁ ତଥା ପରେ ତାଙ୍କ ପତ୍ନୀ ସୁନନ୍ଦା ପୁଷ୍କର ମଧ୍ୟ ରେଣ୍ଡେଜଭୋସ୍ ସ୍ପୋର୍ଟସ ୱାର୍ଲ୍ଡ କମ୍ପାନୀରେ ଅଂଶୀଦାର ହୋଇଥିଲେ । ଯିଏ କି କୋଚି ଦଳର ସହ-ମାଲିକମାନଙ୍କ ମଧ୍ୟରୁ ଜଣେ ଥିଲେ ।

ପରେ ବିବାଦ ତୀବ୍ର ହେବାରୁ ଲଳିତ ମୋଦୀଙ୍କୁ ବିସିସିଆଇରୁ ଇସ୍ତଫା ଦେବାକୁ ପଡିଲା । ଏହା ବ୍ୟତୀତ ଶଶି ଥରୁରଙ୍କୁ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ଲଳିତ ମୋଦି ଙ୍କ ଉପରେ ବିଭିନ୍ନ ଅନିୟମିତତା ଏବଂ ଘୋଟାଲା ଅଭିଯୋଗ ଲଗାଯାଇଥିଲା, ଏହି ଅଭିଯୋଗ ଅନୁସନ୍ଧାନ ପରେ ସତ୍ୟ ବୋଲି ଜଣାପଡି ଥିଲା ଏବଂ ୨୦୧୩ ରେ ତାଙ୍କୁ ବିସିସିଆଇ ଆଜୀବନ ବ୍ୟାନ୍ କରିଥିଲା । ବର୍ତ୍ତମାନ ମୋଦୀ ଲଣ୍ଡନରେ ଅଛନ୍ତି ।
Published by:Soubhagya Mishra
First published: