News18 Odia Digital
ମୁମ୍ବାଇ: ଆଜି ସୁଶାନ୍ତ ସିଂ ରାଜପୁକଙ୍କ ୩୬ତମ ଜନ୍ମ ବର୍ଷିକୀ । ବଲିଉଡର ତାରକା ସୁଶାନ୍ତ ସିଂ ରାଜପୁତ ୧୯୮୬ ଜାନୁୟାରୀ ୨୧ରେ ପାଟନାରେ ଜନ୍ମ ହୋଇଥିଲେ। ଆଜି ପୁଣିଥରେ ତାଙ୍କ ପରିବାରଠୁ ନେଇ ଫ୍ୟାନ୍ସଙ୍କ ଆଖିରେ ଲୁହ ଆସିଯାଇଛି । ଫ୍ୟାନ୍ସଙ୍କୁ ମନେ ପଡ଼ିଯାଇଛି ତାଙ୍କ ହସ ହସ ଚେହେରା । ସୋସିଆଲ ମିଡ଼ିଆରେ ତାଙ୍କ ଜନ୍ମ ବାର୍ଷିକୀରେ ପୁରୁଣା ଫଟୋଠୁ ନେଇ ଭିଡିଓ ପୋଷ୍ଟ କରି ଭାବବିହ୍ବଳ ହୋଇପଡୁଛନ୍ତି ସମସ୍ତେ।
ଇତିମଧ୍ୟରେ ତାଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତୀ ମଧ୍ୟ ଭାଇଙ୍କର ଏକ ଭିଡିଓ ଶେୟାର କରି ଇମୋସନାଲ ନଜର ଆସୁଛନ୍ତି।
ଛୋଟ ଭିଡିଓରେ ଦେଖିବାକୁ ମିଳୁଛି ସୁଶାନ୍ତଙ୍କ ଜୀବନ ଯାତ୍ରାସୁଶାନ୍ତଙ୍କ ମୃତ୍ୟୁ ପରଠୁ ପ୍ରାୟତଃ ତାଙ୍କ ଭଉଣୀ ଶ୍ବେତା ସୋସିଆଲ ମିଡ଼ିଆରେ ତାଙ୍କ ସହ ଜଡିତ ଅନେକ ଜିନିଷ ଶେୟାର କରୁଛନ୍ତି। ଆଉ ଆଜି ଭାଇର ୩୬ତମ ଜନ୍ମ ବାର୍ଷିକୀରେ ଭାବୁକ ହୋଇ ଉଠଛନ୍ତି ଭଉଣୀ । ୨ ମିନିଟ ୧୮ ସେକେଣ୍ଡର ଏକ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଶ୍ବେତା । ଯେଉଁଥିରେ ୫୦ ସ୍ବପ୍ନ ଲିଷ୍ଟ ସହ ସେହି ମହତ୍ହପୂର୍ଣ୍ଣ ଦିନ ବିଷୟରେ ଦେଖିବାକୁ ମିଳୁଛି । ଯେଉଁଥିରେ ସୁଶାନ୍ତ ନିଜ ଜୀବନ ବ଼ଞ୍ଚିଥିଲେ।
ଏହି ଭିଡିଓ ପୋଷ୍ଟ କରି ଶ୍ବେତା କ୍ୟାପସନରେ ଲେଖିଛନ୍ତି, ‘‘ମାଇଁ ଗଡ୍ । କେତେ ସୁନ୍ଦର କଲେକ୍ସନ। ଭାଇଙ୍କୁ ଜନ୍ମ ବାର୍ଷିକୀରେ ଅନେକ ଅନେକ ଶୁଭେଚ୍ଛା। ଆମେ ସମସ୍ତେ ତୁମର ସବୁ ସ୍ବପ୍ନ ପୂରଣ କରିବୁ। ଆପଣଙ୍କ ସ୍ମୃତି ସବୁବେଳେ ଜୀବିତ ରହିବ । ପୂରା ଟିମକୁ ଧନ୍ୟବାଦ। ତୁମେମାନେ ଅବିଶ୍ବସନୀୟ କାମ କରିଛ । #ସୁଶାନ୍ତଡେ।’’
ସେପଟେ ସୁଶାନ୍ତଙ୍କ ପାଇଁ ତିଆରି ହୋଇଥିବା ଏହି ଭିଡିଓ ଦେଖି ଫ୍ୟାନ୍ସ ମଧ୍ୟ ଭାବୁକ ହୋଇପଡ଼ିଛନ୍ତି। ସୁଶାନ୍ତଙ୍କ ଜୀବନର ବିଶେଷ ମୂହୁର୍ତ୍ତଗୁଡିକ ଏହି ଭିଡିଓରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ପ୍ରଶଂସକମାନେ ଏହି ଭିଡିଓ ଦେଖିବା ପରେ ଭାବପ୍ରବଣ ହୋଇ ମନ୍ତବ୍ୟ ଦେଇ ନିଜର ମତାମତ ଦେଉଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।